ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦଶାଶ୍ଵମେଧ ଘାଟରେ ପହଞ୍ଚି ମା' ଗଙ୍ଗାଙ୍କ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ, ବାବା କାଳଭୈରବଙ୍କ ଠାରୁ ଅନୁମତି ନେଇ ଭରିବେ ନାମାଙ୍କନ

ବାରାଣସୀ, ୧୪/୦୩ : ଉତ୍ତର ପ୍ରଦେଶର ବାରାଣସୀ ସିଟ୍‌ରୁ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ପୂର୍ବରୁ ସେ ବାରଣାସୀର ଦଶାଶ୍ଵମେଧ ଘାଟରେ ପହଞ୍ଚି ମା' ଗଙ୍ଗାଙ୍କ ପୂଜାର୍ଚ୍ଚନା କରିଛନ୍ତି। ଏହାପରେ ସେ କାଳ ଭୈରବ ମନ୍ଦିରରେ ପହଞ୍ଚି ସେଠାରେ ପୂଜାର୍ଚ୍ଚନା କରିଛନ୍ତି। ତେବେ ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ମୋଦି ଏନଡିଏ ନେତାଙ୍କ ସହ ବୈଠକ କରିଛନ୍ତି। ୧୧ଟା ୪୦ରେ ସେ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି କାର୍ଯ୍ୟସୂଚୀ ହୋଇଛି।

ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଶକ୍ତି ପ୍ରଦର୍ଶନ କରିବେ। ହଜାର ହଜାର କର୍ମୀ ଓ ସମର୍ଥକଙ୍କ ସହ ବିରାଟ ପଟୁଆରରେ ପ୍ରାର୍ଥୀପତ୍ର ଦାଖଲ କରିବେ। ଏହି ସମୟରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦ-ବିଧାୟକ ସାମିଲ ହେବେ।   

ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, ମୋ କାଶୀ ସହ ମୋର ସମ୍ପର୍କ ଅଦ୍ଭୁତ, ଅଭିନ୍ନ, ଏବଂ ଅପ୍ରତିମ। ଯାହାକୁ ଶବ୍ଦରେ ବ୍ୟକ୍ତ କରିହେବ ନାହିଁ। ତେବେ ମୋଦି ତୃତୀୟ ଥର ପାଇଁ ବାରାଣସୀ ସିଟ୍‌ରୁ ନାମାଙ୍କନ ଦାଖଲ କରୁଛନ୍ତି। ଜୁନ୍‌ ୧ରେ ହେବାକୁ ଥିବା ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ବାରାଣସୀ ଲୋକସଭା ଆସନରେ ଭୋଟ୍ ହେବ। ବାରାଣସୀ ସିଟ୍‌ରୁ ତୃତୀୟ ଥର ଲାଗି ଜିତିବା ପାଇଁ ଆଶା ରଖିଛନ୍ତି ମୋଦି।




  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.