ପ୍ରମୂଖ ଖବର
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

୧୮ ବର୍ଷ ପରେ ଧରାପଡି଼ଲା ସାଧୁ-ବେଶୀ ହତ୍ୟା ଅଭିଯୁକ୍ତ, ୪ ଥର ବଦଳାଇଥିଲା ନାମ

ନୂଆଦିଲ୍ଲୀ ୨୫/୦୫: ‘ଆଇନର ହାତ ବହୁତ ଲମ୍ବା । ଅପରାଧୀ କେବେ ନା କେବେ ନିଶ୍ଚୟ ଆଇନର ଜାଲରେ ଧରା ପଡି଼ଥାଏ ।’ ବଲିଉଡ୍‌ ଫିଲ୍ମରେ ଅଧିକାଂଶ ସମୟରେ ଏହି ଡାଇଲଗ୍‌ ଆପଣମାନେ ଶୁଣିଥିବେ । ନିକଟରେ ଗୁଜରାଟର ସୁରଟ ପୁଲିସ ଏହି ବାକ୍ୟକୁ ସତ୍ୟରେ ପରିଣତ କରି ଦେଖାଇଛି । ହତ୍ୟା ମାମଲାରେ ଫେରାର ଥିବା ଜଣେ ଅଭିଯୁକ୍ତ ପୁଲିସଠୁ ରକ୍ଷା ପାଇବା ଲାଗି ୪ ଥର ନାମ ବଦଳାଇଥିଲା । ଏହାପରେ ବେଶ ବଦଳାଇବା ସହିତ ନିଜ ଅଞ୍ଚଳ ଛାଡି଼ ପଳାଇଥିଲା । କିନ୍ତୁ ସୁରଟ ପୁଲିସ ୧୮ ବର୍ଷ ପରେ ତାକୁ ଧରିବାରେ ସଫଳ ହୋଇଛି । 

ସୁରଟ ସହର ପୁଲିସ ଡିସିପି ବିଜୟ ସିଂହ ଗୁର୍ଜର କହିଛନ୍ତି, ଦୀର୍ଘ ବର୍ଷ ପରେ ଆଇନର ଜାଲରେ ଧରା ପଡି଼ଥିବା ଅଭିଯୁକ୍ତ ହେଲା ନାରାୟଣ ସିଂହ ଓରଫ ରାଜୁ ସିଂହ ଓରଫ ସୌରଭ ସିଂହ ଓରଫ ବ୍ରିଜମୋହନ ସିଂହ । ୨୦୦୬ ମସିହାରେ ସେ ସୁରଟର ଭେସ୍ତାନ ଅଞ୍ଚଳରେ ଜଣେ ସହଯୋଗୀଙ୍କୁ ମାମୁଲି ବିବାଦ କାରଣରୁ ହତ୍ୟା କରିଥିଲା । ତା’ର ସହଯୋଗୀ ଜଣେ ୱାଚ୍‌ମ୍ୟାନ ଥିଲେ । ହତ୍ୟାକାଣ୍ଡ ଭିଆଇବା ପରେ ଅଭିଯୁକ୍ତ ନାରାୟଣ ସୁରଟ ଛାଡି଼ ପଳାଇଥିଲା । ସେତେବେଳେ ପୁଲିସ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତା’ର ସନ୍ଧାନ ମିଳିନଥିଲା । ସେବେଠାରୁ ସେ ୱାଣ୍ଟେଡ୍‌ ଥିଲା । ତାର ଗିରଫଦାରୀ ନେଇ ଅନେକ ଥର ୱାରେଣ୍ଟ ଜାରି ହୋଇଥିଲା । କିନ୍ତୁ ପୁଲିସକୁ କୌଣସି ସଫଳତା ମିଳିନଥିଲା । 

ଅଭିଯୁକ୍ତ ବିଗତ ୧୮ ବର୍ଷ ମଧ୍ୟରେ  ୪ ଥର ନାଁ ବଦଳାଇ ପୁଲିସ୍‌କୁ ଚକ୍‌ମା ଦେବାରେ ସଫଳ ହୋଇଥିଲା । ଇତିମଧ୍ୟରେ ଦୁର୍ଘଟଣାରେ ତା’ର ଗୋଟିଏ ହାତ ମଧ୍ୟ କଟି ଯାଇଥିଲା । ଅଭିଯୁକ୍ତ ଏହିଭଳି ବାରମ୍ବାର ପୁଲିସ ଆଖିରେ ଧୂଳି ଦେଇ ଖସିଯାଉଥିବାରୁ ପୁଲିସ ତାକୁ ଧରିବା ଲାଗି କିଛିଦିନ ହେଲା ଗୋପନ ମିଶନ୍‌ ଆରମ୍ଭ କରିଥିଲା । ପୁଲିସ ଟିମ୍‌ ବେଶ ବଦଳାଇ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ତା’ର ସନ୍ଧାନ କରିଥିଲା । ଶେଷରେ ଉତ୍ତରପ୍ରଦେଶର ଦନ୍ତୋଲି ଗାଁରୁ ତାକୁ ଗିରଫ କରାଯାଇଛି । ସେଠାରେ ସେ ସାଧୁ ବେଶରେ ଲୁଚି ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.