ପ୍ରମୂଖ ଖବର
  • ସାଲେପୁର : ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ, ବୁଲି ଦେଖିଲେ ବିଜ୍ଞାନ ଲାବୋରେଟୋରୀ
  • ||
  • ଛତ୍ରପୁର : କାରାଗାରରେ ବିଚରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଆଠଗଡ : ଗଣେଶ ଭସାଣରେ ଛୁରା ମାଡ; ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ଵର : ବଡ଼ବଡ଼ିଆଙ୍କ କବଜାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁ, ସାଧାରଣ ଏବଂ ଗରିବ ରୋଗୀଙ୍କ ପାଇଁ କବାଟ ବନ୍ଦ
  • ||
  • ଭଞ୍ଜନଗର : ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କୋଣାର୍କ : ମାନସିକ ବିକୃତ ଥିବା ବୃଦ୍ଧଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରିରେ ସୁଧୁରୁଛି ବନ୍ୟାସ୍ଥିତି, ସମୀକ୍ଷା କଲେ ଦୁଇ ବରିଷ୍ଠ ଅଧିକାରୀ
  • ||

ସୀମାନ୍ତରେ ମାଓବାଦୀଙ୍କ ବର୍ବର କାଣ୍ଡ, ପୁଲିସ ଇନଫର୍ମର ସନ୍ଦେହରେ ପ୍ରଜାକୋର୍ଟରେ ଗ୍ରାମ ମୁଖିଆକୁ କଲେ ହତ୍ୟା…

ମାଲକାନଗିରି, ୨୫/୮: ସୀମାନ୍ତରେ ମାଓବାଦୀଙ୍କ ବର୍ବର କାଣ୍ଡ। ପୁଲିସ ଇନଫର୍ମର ସନ୍ଦେହରେ ଜଣେ ଗ୍ରାମ ମୁଖିଆକୁ ପ୍ରଜାକୋର୍ଟରେ ଦଣ୍ଡିତ କରି ହତ୍ୟା କରିଛନ୍ତି ମାଓବାଦୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲା ବସ୍ତର ଡିଭିଜନରେ ସୁରକ୍ଷା ବାହିନୀ ଦ୍ୱାରା ପରିଚାଳିତ ହେଉଛି ସଫଳ ନକ୍ସଲ ବିଲୋପ ଅଭିଯାନ । ଏଥିରେ ବିବ୍ରତ ହୋଇ ନକ୍ସଲ ମାନେ ଗାଙ୍ଗାଲୁର ପୁଲିସ ଥାନା ଅଧୀନରେ ଥିବା ପୁସନାର ଗାଁ ମୁଖିଆ ଲାଛା ପୁନେମ(୬୦) ଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ଶନିବାର ରାତ୍ରିରେ ଘରୁ ଉଠାଇ ନେଇଥିଲେ । ପରେ ପ୍ରଜା କୋର୍ଟରେ ଦଣ୍ଡିତ କରି ରାତିରେ ଧାରୁଆ ଅସ୍ତ୍ରରେ ହତ୍ୟା କରି ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି । 

ହତ୍ୟା ପରେ ଶବ ନିକଟରେ ମାଓବାଦୀ ମାନେ ମଧ୍ୟ ଏକ ହାତ ଲେଖା ପୋଷ୍ଟର ଫିଙ୍ଗି ଯାଇଥିଲେ । ଯେଉଁଥିରେ ଅଭିଯୋଗ ରହିଛି ଯେ ସେ ପୁଲିସର ସୂଚନାଦାତା କାର୍ଯ୍ୟ ନ କରିବାକୁ ତାଙ୍କୁ  ବାରମ୍ବାର ପ୍ରଜାକୋର୍ଟରେ ବୁଝାଇ ଦିଆଯାଇଥିବା ସତ୍ତ୍ଵେ ସେ କ୍ରମାଗତ ଭାବରେ ପୁଲିସ ସହିତ ଯୋଗାଯୋଗ ରହିବା ସହ ମାଓବାଦୀ ଗତିବିଧି ସମ୍ପର୍କରେ ପୁଲିସକୁ ସୂଚନା ଦେଉଥିଲେ ।

ମାଓବାଦୀଙ୍କ ଗଙ୍ଗାଲୁର ଏରିଆ କମିଟିର କ୍ୟାର୍ଡର ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଛି। ଏହି ଘଟଣା ପରେ ପୁଷନାର ଗ୍ରାମ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୟ, ଆତଙ୍କର ବାତାବରଣ ଦେଖିବାକୁ ମିଳିଛି । ଗଙ୍ଗାଲୁର ପୁଲିସ ଏହାର ତଦନ୍ତ କରୁଛି । ମୃତଦେହକୁ ଜବତ କରାଯାଇ ଶବ ବ୍ୟବଛେଦ ପରେ ପରିବାର ଙ୍କୁ ହସ୍ତାନ୍ତର କରାଯାଇଛି । ହତ୍ୟାକାଣ୍ଡର ତଦନ୍ତ ଜାରି ରହିଛି ଓ ସେ ଅଞ୍ଚଳରେ କୁମ୍ବି ଅପରେସନକୁ ଜୋରଦାର କରାଯାଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.