ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପୋଲିସ ପାଟ୍ରୋଲିଂ ସମୟରେ ଟ୍ରାକ୍ଟର ସହ ୬କୁଇଣ୍ଟାଲ ଗଞ୍ଜେଇ ଜବତ

ମାଲକାନଗିରି,୩୧/୫ : ପୋଲିସ ପାଟ୍ରୋଲିଂ ସମୟରେ ଟ୍ରାକ୍ଟର ସହ ୬କୁଇଣ୍ଟାଲ ଗଞ୍ଜେଇ ଜବତ । ଚାଲାଣକାରୀ ଦୁଇ ଜଣ ଦୌଡ଼ି ପଳାଇ ଫେରାର ହୋଇଯାଇଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଆଜି ମାଲକାନଗିରି ଆଦର୍ଶ ଥାନା ପୋଲିସ ମାଲକାନଗିରି ଜୟପୁର ୩୨୬ନମ୍ବର ଜାତୀୟ ରାଜପଥ ସିନ୍ଧିରିମାଳ ଛକଠାରେ ପାଟ୍ରୋଲିଂ କରୁଥିଲା । ସେଠାରେ ଥିବା ଆରଆଇ ଅଫିସ ନିକଟରେ ଓଡି ୩୦ଇ ୮୦୫୮ନମ୍ବର ଏକ ଟ୍ରାକ୍ଟର ସନ୍ଦେହ ଜନକ ଅବସ୍ଥାରେ ଠିଆ ହୋଇଥିବାର ଦେଖି ସେଠାକୁ ପୋଲିସ ଯାଇଥିଲା । ମାତ୍ର ଏହି ସମୟରେ ଟ୍ରାକ୍ଟରରେ ଥିବା ଦୁଇ ଜଣ ବ୍ୟକ୍ତି ପୋଲିସକୁ ଦେଖି ଜଙ୍ଗଲ ମଧ୍ୟକୁ ଦୌଡ଼ି ପଳାଇଥିଲେ । ପରେ ପୋଲିସ ତାଙ୍କ ପିଛା କରି ଧରି ପାରି ନ ଥିଲେ । 

କିନ୍ତୁ ଟ୍ରାକ୍ଟରଟିକୁ ଯାଞ୍ଚ କରିବାରୁ ସେଥିରେ ୨୪ଟି ବସ୍ତାରେ ଗଞ୍ଜେଇ ଭର୍ତ୍ତି ହୋଇଥିବାର ଦେଖି ଟ୍ରାକ୍ଟର ସହ ଗଞ୍ଜେଇ ଜବତ କରି ଥାନାକୁ ଆଣିଥିଲେ । ଗଞ୍ଜେଇ ବସ୍ତା ଗୁଡିକୁ ଓଜନ କରିବାରୁ ୬କୁଇଣ୍ଟାଲ ଥିଲା। ଟ୍ରାକ୍ଟର ନମ୍ବର ଯାଞ୍ଚ କରିବାରୁ ସେ ଟ୍ରାକ୍ଟରଟିର ମାଲିକ ହେଉଛନ୍ତି ମାଲକାନଗିରି ଜିଲ୍ଲା ଓରକେଲ ଥାନାସ୍ଥ ନାକାମାମୁଡି ପଞ୍ଚାୟତର କର୍କାଗୁଡା ଗ୍ରାମର ରଘୁମୁଦୁଲି ବୋଲି ଜଣାପଡିଛି । ଏହି ଗଞ୍ଜେଇ ଗୁଡିକ ଚିତ୍ରକୋଣ୍ଡା ଅଞ୍ଚଳରୁ ଅଣାଯାଇ ଛତିଶଗଡ଼ ରାଜ୍ୟକୁ ଚାଲାଣ କରାଯିବା ପାଇଁ ନିଆଯାଉଥିଲା । ଏହି ଗଞ୍ଜେଇ ଗୁଡିକୁ କିଏ ଚାଲାଣ କରିବାକୁ ନେଉଥିଲା ସେ ସମ୍ପର୍କରେ ତଦନ୍ତ କରାଯାଇ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ମାଲକାନଗିରି ଥାନା ଆଇଆଇସି  ରିଗନ କିଣ୍ଡୋ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.