ଲିସବନ ୨୦/୦୫: ଆଗାମୀ ଫିଫା ବିଶ୍ୱକପ୍କ ଆଉ ମାତ୍ର ୨୨ଦିନ ବାକି ରହିଲା । ଇତିମଧ୍ୟରେ ସମସ୍ତ ଦଳ ଜୋରଦାର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ଫିଫା ବିଶ୍ୱକପ୍-୨୦୨୬ ପାଇଁ ପର୍ତ୍ତୁଗାଲ ଦଳ ଘୋଷଣା ହୋଇଛି । ବିଶ୍ୱ ପ୍ରସିଦ୍ଧ ଫୁଟବଲ୍ର କ୍ରିଷ୍ଟିଆନୋ ରୋନାଲ୍ଡୋ ଦଳରେ ସ୍ଥାନ ପାଇଛନ୍ତି । ସେ କ୍ୟାରିୟରରେ ଷଷ୍ଠ ବିଶ୍ୱକପ୍ ଖେଳିବାକୁ ଯାଉଛନ୍ତି । ୪୧ ବର୍ଷୀୟ ରୋନାଲ୍ଡୋଙ୍କ ବ୍ୟତୀତ ବ୍ରୁନୋ ଫର୍ଣ୍ଣାଣ୍ଡେଜ୍, ବର୍ଣ୍ଣାଡୋ ସିଲ୍ଭା, ଭିଟିହ୍ନାଙ୍କ ଭଳି ଷ୍ଟାର୍ ଖେଳାଳି ଦଳରେ ସାମିଲ ରହିଛନ୍ତି । ପର୍ତ୍ତୁଗାଲ ଦଳ ବିଶ୍ୱକପ୍ ପୂର୍ବରୁ ଚିଲି ଓ ନାଇଜେରିଆ ବିପକ୍ଷରେ ୨ଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳି ପ୍ରସ୍ତୁତି କରିବ । ବିଶ୍ୱକପ୍ରେ ଦଳ ଗ୍ରୁପ୍-କେ’ରେ ଡିଆର୍ କଙ୍ଗୋ, କଲମ୍ବିଆ, ଉଜବେକିସ୍ତାନ ସହ ସ୍ଥାନ ପାଇଛି । ପର୍ତ୍ତୁଗାଲ ଆଗାମୀ ଜୁନ୍ ୧୭ ତାରିଖରେ ଡିଆର୍ କଙ୍ଗୋ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଏହାପରେ ଦଳ ୨୩ ତାରିଖରେ ଉଜବେକିସ୍ତାନକୁ ଏବଂ ୨୭ତାରିଖରେ କଲମ୍ବିଆକୁ ଭେଟିବ ।
ପର୍ତ୍ତୁଗାଲ ଦଳ
ଗୋଲ୍କିପର: ଡିଓଗୋ କୋଷ୍ଟା, ଜୋସ ସା, ରୁଇ ସିଲ୍ଭା, ରିକାର୍ଡୋ ଭେଲହୋ । ଡିଫେଣ୍ଡର: ଡିଓଗୋ ଡାଲୋଟ, ମାଥ୍ୟୁସ ନୁନେସ୍, ନେଲସନ ସେମେଡୋ, ଜୋଆଓ କାନ୍ସେଲୋ, ନୁନୋ ମେଣ୍ଡେସ୍, ଗୋନ୍କାଲୋ ଇନାସିଓ, ରିନାଟୋ ଭିଗା, ରୁବେନ ଡାୟସ, ଟୋମାସ ଆରାଜୌ । ମିଡ୍ଫିଲ୍ଡର- ରୁବେନ ନେଭେସ, ଜୋଆଓ ନେଭେସ, ଭିଟିହ୍ନା, ବ୍ରୁନୋ ଫର୍ଣ୍ଣାଣ୍ଡେଜ, ବର୍ଣ୍ଣାଡୋ ସିଲ୍ଭା, ଜୋଆଓ ଫେଲିକ୍ସ, ଫ୍ରାନ୍ସିସ୍କୋ ଟ୍ରିନ୍କାଓ, ଫ୍ରାନ୍ସିସ୍କୋ କନସିକାଓ, ସାମୁ କୋଷ୍ଟା । ଫରୱାର୍ଡ: ପେଡ୍ରୋ ନେଟୋ, ରାଫେଲ ଲିଆଓ, ଗୋନ୍କାଲୋ ଗୁଏଡେସ୍, ଗୋନ୍କାଲୋ ରାମୋସ, କ୍ରିଷ୍ଟିଆନୋ ରୋନାଲ୍ଡୋ।
ଅଧିକ ପଢ଼ନ୍ତୁ :- IPL 2026: ଆଜି ମୁମ୍ବାଇ - କୋଲକାତା ଲଢ଼େଇ, ପ୍ରତିଶୋଧ ଲକ୍ଷ୍ୟରେ ରାହାଣେ ବାହିନୀ