ହଟିଲା ବହିଷ୍କାର ଆଦେଶ, ଦଳକୁ ଫେରିଲେ ପ୍ରଫୁଲ୍ଲ

ଭୁବନେଶ୍ୱର ୧୮/୩: ପ୍ରଫୁଲ୍ଲ ଘଡାଇଙ୍କ ଉପରୁ ହଟିଲା ବହିଷ୍କାର ଆଦେଶ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଫୁଲ୍ଲଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କରିନେଇଛନ୍ତି । ଦଳ ବିରୋଧୀ ମନ୍ତବ୍ଯ ଦେଇ ବିଜେଡିରୁ ବହିଷ୍କାର ହୋଇଥିଲେ ପ୍ରଫୁଲ୍ଲ ।
ପୂର୍ବତ୍ତନ ମନ୍ତ୍ରୀ ତଥା ସୁକିନ୍ଦାର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଘଡାଇଙ୍କୁ ୨୦୧୪ ସେପ୍ଟେମ୍ବରରେ ଦଳରୁ ବହିଷ୍କାର କରିଥିଲେ ଦଳ ସଭାପତି । ଗଣମାଧ୍ଯମରେ ଦଳ ବିରୋଧୀ ମନ୍ତବ୍ଯ ଦେଇ ସୁପ୍ରିମୋଙ୍କ ରୋଷର ଶିକାର ହୋଇଥିଲେ ପ୍ରଫୁଲ୍ଲ । ଗତ ନିର୍ବାଚନରେ ତାଙ୍କ ପୁଅ ପ୍ରୀତିରଞ୍ଜନ ଘଡାଇଙ୍କୁ ଦଳ ସୁକିନ୍ଦାରୁ ପ୍ରାର୍ଥୀ କରିଥିଲା । ତେବେ ଦଳରୁ ବହିଷ୍କୃତ ହୋଇ ମଧ୍ଯ ଅନ୍ୟ କେଉଁ ଦଳକୁ ନଯାଇ ବିଜେଡି ପାଇଁ କାମ କରିଆସୁଥିଲେ । ତାଙ୍କ ଭଳି ଅନୁଭବୀ ନେତାଙ୍କ ଦଳ ପାଇଁ ଆବଶ୍ୟକତା ରହିଛି । ତେଣୁ ତାଙ୍କୁ ପୁଣି ଦଳକୁ ଫେରାଇ ଆଣିବାପାଇଁ ନିଷ୍ପତ୍ତି ନେଇଛନ୍ତି ବିଜେଡି ସୁପ୍ରିମୋ ।
ଦଳକୁ ଫେରିବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଫୁଲ୍ଲ । ନବୀନଙ୍କୁ ପ୍ରଶଂସା କରି ସେ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ‘ଦଳରେ ଥିଲି ଏବଂ କାମ କରୁଥିଲି । ମୋତେ ପୁଣି ଦଳ ପାଇଁ କାମ କରିବାକୁ ସୁଯୋଗ ମିଳିଛି ଏବଂ ମୁଁ ପୁଣି ପୂର୍ବଭଳି କାମ କରିବି ।’