ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଗୁଳି ମାରି ଗର୍ଭବତୀ ମା’କୁ ହତ୍ୟା କଲା ୪ ବର୍ଷର ଶିଶୁ

ଆମେରିକା: ଗୋଟିଏ ଖଟରେ ତଥା ସ୍ବାମୀ ଓ ସ୍ତ୍ରୀ ବସି ଟିଭି ଦେଖୁଥାନ୍ତି। ସେହି ଖଟରେ ତାଙ୍କର ଏକ ମାତ୍ର ପୁଅ ମଧ୍ୟ ବସି ଖେଳୁଥିଲା। ହଠାତ୍ ଏକ ଚିତ୍କାର ଶବ୍ଦ ଶୁଣିବାକୁ ମିଳିଲା। ତାହା କୈାଣସି ସିରିଏଲ୍ କି ଅନ୍ୟ କେଉଁ ମଣିଷର ଚିତ୍କାର ସ୍ବର ନ ଥିଲା। ପୁଅଟି ଖେଳୁଥିବା ସମୟରେ ହିଁ ବନ୍ଧୁକର ଗୁଳିରେ ମା’କୁ ମାରି ଦେଇଥିଲା। ଏକାଠି ହୋଇ ମଉଜ ମଜଲିସ କରୁଥିବା ବାପା, ମା ଓ ପୁଅର ଖୁସି ବୋଧେ ଭଗବାନ ସହୟ କରିପାରିଲେନି। କେବଳ ,ସେତିକି ନୁହେଁ, ମହିଳା ଜଣଙ୍କ ଗଭର୍ବତୀ ଥିଲେ। ଦ୍ବିତୀୟ ସନ୍ତାନର ମା’ ହେବାକୁ ଯାଉଥିଲେ ମହିଳା ଜଣକ। ମିଳିଥିବା ସୂଚନାନୁସାରେ, ଖଟ ଉପରେ ବନ୍ଧୁକ ରଖାଯାଇଥିଲା। ଶିଶୁଟି ବନ୍ଧୁକ ସହିତ ଖେଳୁଥିବା ସମୟରେ  ଟ୍ରିଗର ଉପରେ ହାତ ବାଜିଯାଇଥିଲା। ଫଳରେ ଗୁଳିଟି ସିଧା ମା’ ମୁହଁରେ ଯାଇ ବାଜିଥିଲା। ମହିଳା ଜଣଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା। ଚିକିତ୍ସିତ କରିବା ସମୟରେ ହିଁ ଡାକ୍ତର ମୃତ ଘୋଷଣା କରିଥିଲେ। ମହିଳା ଜଣଙ୍କର ବୟସ ୨୭ ବର୍ଷ। ସେ ନିଜ ସ୍ୱାମୀଙ୍କ ସହ ବସି ଟିଭି ଦେଖୁଥିଲେ।  

ବାପାଙ୍କ କହିବାନୁସାରେ, ଘରର ସଦସ୍ୟଙ୍କ ସୁରକ୍ଷା ପାଇଁ ଅନ୍ୟ ଜଣଙ୍କ ଠାରୁ ବନ୍ଧୁକ ମାଗି ଘରେ ରଖିଥିଲେ। ମାତ୍ର ବନ୍ଧୁକ ରେଜିଷ୍ଟେସନକାରୀ ଏବେ ଗାୟବ ଅଛି। ଓ୍ବାଂଶିଟନ୍ ରେ ବନ୍ଧୁକକୁ ନେଇ ନୂଆ ଆଇନ ତିଆରି କରାଯାଇଛି। ସେହି ଅନୁଯାୟୀ, ବନ୍ଧୁକକୁ ରଖିବା ବାଲା ଯଦି ବନ୍ଧୁକର ସୁରକ୍ଷା କିମ୍ବା ଧ୍ୟାନ ନ ଦିଏ ତେବେ ତା ବିରୁଦ୍ଧରେ ମାମଲା ରୁଜ୍ଜୁ କରାଯାଇପାରିବ। ଆମେରିକାରେ ବନ୍ଧୁକ ଆଧାରିତ ହିଂସା ବଢ଼ିବାରେ ଲାଗିଛି। ବ୍ୟାଙ୍କରୁ ଆରମ୍ଭ କରି ହସ୍ପିଟାଲ ଏବଂ ସ୍କୁଲ ପର୍ଯ୍ୟନ୍ତ  ଏମିତି କେତେ କେତେ ଲୋକ ମୃତ୍ୟୁ ବରଣ କରୁଛନ୍ତି। ୨୦୧୮ରେ ଆମେରିକାର ଏକ ସ୍କୁଲର ଏଭଳି ଭାବେ ୧୧୩ଜଣର ମୃତ୍ୟୁ ହୋଇଥିଲା।

Copyright © 2022 - Summa Real Media Private Limited. All Rights Reserved.