ପ୍ରମୁଖ ଖବର
  • ଭୁବନେଶ୍ୱର: ୪୦ ଡେଇଁଲା ତାପମାତ୍ରା, ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ
  • ||
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

‘ପ୍ରେମରେ ରିସ୍କ ହେଲା ମୋତେ ଇସ୍କ’ ଅଡିଓ ଏବଂ ଫାଷ୍ଟ୍‌ ଲୁକ୍‌ ରିଲିଜ୍, ଖୁବ୍‌ଶୀଘ୍ର ବଡ ପରଦାରେ ନଜର ଆସିବେ ଡ୍ୟାନ୍ସିଂ ଷ୍ଟାର୍‌ ଶୈଳେନ୍ଦ୍ର ଓ ଦିବ୍ୟା

ଭୁବନେଶ୍ବର ୧୨/୦୩: ୟୁଏସ୍‌ ମୋସନ୍‌ ପିକ୍‌ଚର୍ସ ଓ କେ. ମୁରଲୀ କ୍ରିଷ୍ଣା ଫିଲ୍ମ ମିଳିତ ସହଯୋଗରେ ନିର୍ମାଣ ହୋଇଛି ଓଡ଼ିଆ ସିନେମା ‘ପ୍ରେମରେ ରିସ୍କ ହେଲା ମୋତେ ଇସ୍କ’ । ଶୁକ୍ରବର ଏହାର ଅଡିଓ ଏବଂ ଫାଷ୍ଟ୍‌ ଲୁକ୍‌ ଲୋକାର୍ପଣ ହୋଇଥିଲାବେଳେ ଖୁବ୍‌ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି ।

ମୁଖ୍ୟ ଭୂମିକାରେ ସାଥୀରେ ଯୋଡ଼ି ଷ୍ଟାଇଲିସ୍‌ ଡ୍ୟାନ୍ସିଂ ଷ୍ଟାର୍‌ ଶୈଳେନ୍ଦ୍ର ଓ ନାୟିକା ଦିବ୍ୟା ଅଭିନୟ କରିଛନ୍ତି । ଅଭିନୟରେ ଅନ୍ୟମାନଙ୍କ ମଧ୍ୟରେ ଟୁଲୁ, ଶୁଭ୍ରାଂଶୁ, ଚିନ୍ତାମଣି, ଅଞ୍ଜନା ମିଶ୍ର, ରବି ମିଶ୍ର, ରତନ ମେହେର, କାଳିଆ ଷଣ୍ଢ ପ୍ରମୁଖ ରହିଛନ୍ତି । ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି କେ. ମୁରଲୀ କ୍ରିଷ୍ଣା । ସଂଳାପ ଲେଖିଛନ୍ତି ଡ. ରଜନୀରଞ୍ଜନ । ଗୀତଗୁଡ଼ିକ ରଚନା କରିଛନ୍ତି ସତ୍ୟାନନ୍ଦ ନାୟକ, ଉମେଶ ସାହୁ, ଏମ୍‌ ଜେବି ବଣ୍ଟି, ପିଣ୍ଟୁ । ସଙ୍ଗୀତ ନିର୍ଦ୍ଦେଶନା ସଞ୍ଜୟ ଓ ସିତୁ ଦେଇଥିଲା ବେଳେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅସୀମା ପଣ୍ଡା, କୁଳଦୀପ, ଅର୍ପିତା ଚୌଧୁରୀ, ସତ୍ୟଜିତ୍‌, ନାଭ୍ୟା, ଲିପ୍ସା, ସୁଶାନ୍ତ । ସଙ୍ଗୀତର ତାଳେ ତାଳେ ସୁନ୍ଦର ନୃତ୍ୟ ସଂରଚନା କରିଛନ୍ତି ସୁରୟାନ୍‌ ରଥ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.