ଅହମ୍ମଦାବାଦ, ୦୯/୦୩: ଇତିହାସ ରଚିଛି ଟିମ୍ ଇଣ୍ଡିଆ । ପ୍ରଥମ ଦଳ ଭାବେ ସର୍ବାଧିକ ତୃତୀୟ ଥର ପାଇଁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି । ପ୍ରଥମ ଡିଫେଣ୍ଡିଂ ଚାମ୍ପିଅନ ଦଳ ଭାବେ ମଧ୍ୟ ବିଶ୍ୱକପ୍ ଟାଇଟଲ ବଜାୟ ରଖିଛି । ନରେନ୍ଦ୍ର ମୋଦି ଷ୍ଟାଡ଼ିୟମ୍ରେ ଆଜି ଅନୁଷ୍ଠିତ ଫାଇନାଲ୍ ମୁକାବିଲାରେ ଭାରତ ୯୬ ରନ୍ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ବିଶ୍ୱ ଚାମ୍ପିଅନ୍ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 

ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିଅନ୍ ହୋଇ ଇତିହାସର ଶିଖର ଛୁଇଁଥିବା ଟିମ୍ ଇଣ୍ଡିଆକୁ ବହୁତ ବହୁତ ଶୁଭେଚ୍ଛା । ଏକମାତ୍ର ଦେଶ ଭାବେ ଭାରତ ତୃତୀୟ ଥର ଏବଂ କ୍ରମାନ୍ୱୟରେ ଦ୍ୱିତୀୟ ଥର ବିଶ୍ୱକପ୍ ଟ୍ରଫି ଜିତିଛି । ଏହି ସଫଳତା ଆମ କ୍ରିକେଟପ୍ରେମୀଙ୍କ ପାଇଁ ବହୁତ ଖୁସି ଏବଂ ଗର୍ବ ଆଣି ଦେଇଛି । ଏହା ବିଭିନ୍ନ କ୍ଷେତ୍ରରେ ଆମର ଯୁବ ପିଢ଼ିଙ୍କ ନିକଟରେ ଥିବା ପ୍ରତିଭାକୁ ଦର୍ଶାଉଛି । ଏହି ବିଜୟ ପାଇଁ ସମସ୍ତ ଖେଳାଳି, ଟିମ୍ ମ୍ୟାନେଜମେଣ୍ଟ ଏବଂ ସପୋର୍ଟ ଷ୍ଟାଫ୍ ସବୁଠୁ ଅଧିକ ପ୍ରଶଂସା ପାଇବାର ହକ୍ଦାର । ଆମ ଦଳ ଭବିଷ୍ୟତରେ ବି ଏଭଳି ସଫଳତା ହାସଲ କରୁ ମୋର କାମନା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଚାମ୍ପିଅନ୍ । ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍ ବିଜେତାଭାରତୀୟ ଦଳକୁ ବହୁତବହୁତ ଶୁଭେଚ୍ଛା । ଦଳରଏହି ଉଲ୍ଲେଖନୀୟ ବିଜୟଅସାଧାରଣ ଦକ୍ଷତା, ଦୃଢ଼ନିଷ୍ପତ୍ତି ଏବଂ ଦଳଗତକାର୍ଯ୍ୟକୁ ପ୍ରତିଫଳିତ କରୁଛି । ଆମ ଖେଳାଳିମାନେସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଉତ୍କୃଷ୍ଟ ଦୃଢ଼ତା ଦେଖାଇଛନ୍ତି ।ଏହି ବିଜୟ ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ଗର୍ବଏବଂ ଖୁସିରେ ଭରି ଦେଇଛି । ବହୁତ ଭଲ ଖେଳିଲଟିମ୍ ଇଣ୍ଡିଆ ।

ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ

ଚମତ୍କାର ବିଜୟ । ବିଶ୍ୱ ଚାମ୍ପିଅନ୍ ଟିମ୍ ଇଣ୍ଡିଆକୁ ସଲାମ । ଟୁର୍ଣ୍ଣାମେଣ୍ଟର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତୁମମାନଙ୍କର ଅସାଧାରଣ ପ୍ରଦର୍ଶନ ଏବଂ ଉତ୍ସାହ ଦେଶକୁ ଗୌରବାନ୍ୱିତ କରିଛି । ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ ଅନୁଭବ କରାଇଥିବା ଭାରତୀୟ ଦଳକୁ ଢ଼େର ସାରା ଅଭିନନ୍ଦନ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଇତିହାସ ରଚିଲା, ହୃଦୟ ଏକ ହୋଇଗଲା । ଉଲ୍ଲେଖନୀୟ ଧୈର୍ଯ୍ୟ ଏବଂ ପ୍ରତିଭା ବଳରେ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍-୨୦୨୬ରେ ଚାମ୍ପିଅନ୍ ହୋଇଥିବା ଟିମ୍ ଇଣ୍ଡିଆକୁ ବହୁତ ବହୁତ ଶୁଭେଚ୍ଛା । ଏହି ଚମତ୍କାର ବିଜୟ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଗର୍ବ ଏବଂ ଖୁସି ଭରି ଦେଇଛି । ବହୁତ ଭଲ ଖେଳିଲ । ଚାମ୍ପିଅନ୍ । ପ୍ରତି ରନ୍ରେ ଉତ୍ସାହ ଏବଂ ପ୍ରତି ମୁହୂର୍ତ୍ତର ଉତ୍ସବ ମଧ୍ୟରେ ଏକ ବ୍ୟସ୍ତପୂର୍ଣ୍ଣ ରବିବାରର ଅନ୍ତ ଘଟିଲା । ଟିଭି ପରଦାରେ ଭାରତକୁ ଇତିହାସ ରଚିବାର ଦେଖି ଗର୍ବ ଅନୁଭବ କରୁଛି ।

ସଚିନ ତେନ୍ଦୁଲକର (କ୍ରିକେଟର)

ଟି-ଟ୍ୱେଣ୍ଟି ଫର୍ମାଟରେ ପ୍ରଥମ ଥର କୌଣସି ଟିମ୍ କ୍ରମାନ୍ୱୟରେ ଦ୍ୱିତୀୟ ଥର ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି । ଭାରତୀୟ ଦଳ ଟ୍ରଫିର ହକ୍ଦାର ଥିଲା । ଆମ ଦଳର ପ୍ରଦର୍ଶନ ଉଚ୍ଚକୋଟୀର ରହିଥିଲା । ବହୁତ ଭଲ କରିଛ ଟିମ୍ ଇଣ୍ଡିଆ । ଜୟ ହିନ୍ଦ ।

ରାଟ କୋହଲି (କ୍ରିକେଟର)

ଚାମ୍ପିଅନ । ଅହମ୍ମଦାବାଦରେ ଟିମ୍ ଇଣ୍ଡିଆର ଅଦ୍ଭୁତ ବିଜୟ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଆମେ ଯେଉଁଭଳି ଭାବେ ଆକ୍ରମଣାତ୍ମକ କ୍ରିକେଟ୍ ଖେଳିଲେ, ତାହାର କୌଣସି ମୁକାବିଲା ନଥିଲା । କଠିନ ପରିସ୍ଥିତିରେ ଲଢ଼େଇ ଜାରି ରଖିବା ଏବଂ ପୁଣି ଥରେ ବିଶ୍ୱ ବିଜେତା ହୋଇ ଆମ ଖେଳାଳିମାନେ ଅସଲ ଚରିତ୍ର ପ୍ରତିପାଦିତ କରିଛନ୍ତି । ଏହି ସଫଳତା ପାଇଁ ମୁଁ ସମସ୍ତ ଖେଳାଳି ଏବଂ ଟିମ୍ ମ୍ୟାନେଜମେଣ୍ଟକୁ ଶୁଭେଚ୍ଛା ଜଣାଉଛି । ଜୟ ହିନ୍ଦ ।

​​​​​​​ଅଧିକ ପଢ଼ନ୍ତୁ :- ବୋଲର ନୁହଁନ୍ତି ଭଗବାନଙ୍କ ଅବତାର ୟର୍କର ମାଷ୍ଟର ଯଶପ୍ରୀତ ବୁମରା, ବ୍ୟାଟରଙ୍କୁ କରନ୍ତି ବାଟବଣା
​​​​​​​