ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଅଣନିଃଶ୍ୱାସୀ ହୋଇପଡ଼ିଲେଣି ଦିଲ୍ଲୀବାସୀ, ସବୁ ପ୍ରାଥମିକ ସ୍କୁଲ୍‌ ବନ୍ଦ

Published By : Tapas Panda | November 14, 2024 11:16 PM

ନୂଆଦିଲ୍ଲୀ: ଦିଲ୍ଲୀରେ ଏବେ ନିଃଶ୍ୱାସ ନେବା କଷ୍ଟ ହୋଇପଡ଼ିଛି । ସହର ଓ ଆଖପାଖ ଅଞ୍ଚଳକୁ ଘେରି ରହିଛି ପ୍ରଦୂଷଣର ଚାଦର । ପ୍ରଦୂଷଣର ମୋଟା ଆସ୍ତରଣ ଓ ଧୂଆଁଳିଆ ପରିବେଶରେ ଲୋକମାନେ ଅଣନିଃଶ୍ୱାସୀ ଅନୁଭବ କରୁଛନ୍ତି । ବୁଧବାର ସକାଳ ପାଖରୁ ଏପରି ସ୍ଥିତି ଲାଗି ରହିଥିବା ବେଳେ ଦିଲ୍ଲୀରେ ବାୟୁର ଗୁଣବତ୍ତା ସାଂଘାତିକ ସ୍ତରକୁ ଖସି ଯାଇଛି। ଏବେ ଦିଲ୍ଲୀର ଏକାଧିକ ଅଞ୍ଚଳରେ ବାୟୁର ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୦୦ ଉପରେ ରହିଛି । ବାୟୁ ଗୁଣବତ୍ତା ପରିଚାଳନା କମିଶନ ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଆସନ୍ତାକାଲି ସୁଦ୍ଧା ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରିଛନ୍ତି । କିନ୍ତୁ ବାୟୁର ଗୁଣବତ୍ତା ସୂଚକାଙ୍କ ଦୃଷ୍ଟିରେ ରଖି କମିଶନ କିଛି କଠୋର ନିଷ୍ପତ୍ତି ନେଇଛନ୍ତି । ‌ଆସନ୍ତାକାଲି ସକାଳ ୮ଟାରୁ ନିୟମକୁ କଡ଼ାକଡ଼ି ପାଳନ କରିବାକୁ କହିଛନ୍ତି।

ଦେଶର ରାଜଧାନୀରେ ଭୟଙ୍କର ପ୍ରଦୂଷଣକୁ ନଜରରେ ରଖି ଗୁରୁବାର ପାଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀର ପାଠପଢ଼ା ଅନଲାଇନ୍‌ରେ ହେବ । ଅନଲାଇନ୍‌ରେ ପଢ଼ିବେ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦିଲ୍ଲୀର ସବୁ ପ୍ରାଥମିକ ସ୍କୁଲର ପିଲାମାନେ ଅନଲାଇନ୍‌ କ୍ଲାସ ମାଧ୍ୟମରେ ପଢ଼ିବେ ବୋଲି ମୁଖ୍ୟମନ୍ତ୍ରୀ ଆତିଶୀ ଏକ୍ସରେ ସୂଚନା ଦେଇଛନ୍ତି । ଏହା ସହ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟ ବନ୍ଦ ନେଇ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଦିଲ୍ଲୀରେ ଗ୍ରାପ୍‌-୩ କଟକଣା ଜାରି ହେବା ପରେ ସ୍କୁଲ ବନ୍ଦ ନିଷ୍ପତ୍ତି ନେଇଛନ୍ତି ସରକାର । 

ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତି ସଙ୍ଗୀନ ସ୍ଥିତିରେ ପହଞ୍ଚିଛି । ଦିଲ୍ଲୀର ଏକ୍ୟୁଆଇ ସ୍ତର ଗୁରୁବାର ୪୦୦ ପାର୍ କରିଛି । ପ୍ରଦୂଷଣର ଏହି ସ୍ତରକୁ ଦେଖି ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ ନଭେମ୍ୱର ୧୫ରୁ ଗ୍ରାପ୍-୩ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଫଳରେ ଦିଲ୍ଲୀରେ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ବନ୍ଦ ରହିବ । ବିଲ୍ଡିଂ ଏବଂ ଘର ଭଙ୍ଗାରୁଜା, ଖନନ ସହ ସମସ୍ତ ପ୍ରକାର ଗତିବିଧି ବନ୍ଦ ରହିବ । ନଭେମ୍ୱର ୧୪ରେ ଦିଲ୍ଲୀର ଏକ୍ୟୁଆଇ ସକାଳ ୪୨୮ ଥିଲା । ଏହା ସହ,ଚଳିତ ବର୍ଷରେ ପ୍ରଥମ ଥର ଦିଲ୍ଲୀର ବାୟୁ ପ୍ରଦୂଷଣ ଭୟଙ୍କର ଶ୍ରେଣୀରେ ସାମିଲ ହୋଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.