PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ଜେଲ୍ ଭିତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା: ଗଞ୍ଜେଇ ଚୋରା ଚାଲାଣ ବେଳେ ହୋଇଥିଲେ ଗିରଫ

କଟକ ୧୮/୦୮: ଗଞ୍ଜେଇ ଚୋରା ଚାଲାଣରେ ଗିରଫ ହୋଇଥିବା ଅଭିଯୁକ୍ତ ଯୁବକ କଲେ ଆତ୍ମହତ୍ୟା। ଗତକାଲି ବଳମ୍ବିତ ରାତିରେ କଟକ ଚୌଦ୍ୱାର ଜେଲ୍‌ର ଆଇସୋଲେସନ ୱାର୍ଡରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆତ୍ମହତ୍ୟା କରିଥିବା କଏଦୀ ଜଣଙ୍କ ବାଲେଶ୍ଵରର ବିଜେନ୍ଦ୍ର ବଣ ଜଣାପଡିଛି।

ସୂଚନା ମୁତାବିକ,ଗତ ୧୬ ତାରିଖ ରେ ଗଞ୍ଜେଇ ଚୋରା ଚାଲାଣରେ ଅଭିଯୋଗରେ ବଜେନ୍ଦ୍ର ବଣଙ୍କୁ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ଗିରଫ କରିଥିଲେ। ପରେ ତାଙ୍କୁ ଜେଲର ଆଇସୋଲେସନ୍ ୱାର୍ଡରେ ରଖାଯାଇଥିଲା ତେବେ ସେ ଗତକାଲି ବିଳମ୍ବିତ ରାତିରେ ନିଜ ବେକରେ ଗାମୁଛା ଲଗାଇ କରିଛନ୍ତି। ଅଭିଯୁକ୍ତ ବିଜେନ୍ଦ୍ରକୁ ଉଦ୍ଧାର କରି ଏସ୍‌ସିବି ମେଡିକାଲ ପଠାଇଥିବା ବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।