PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଆମେଥି ପରେ ରାଏବରେଲୀରେ ଏବେ ପ୍ରିୟଙ୍କାଙ୍କୁ ବିରୋଧ କରି ପୋଷ୍ଟର

ରାଏବରେଲୀ୨୮।୩: : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ରାୟବରେଲି ଗସ୍ତରେ ଅଛନ୍ତି। କିନ୍ତୁ ସୋନିଆ ଗାନ୍ଧିଙ୍କ ସଂସଦୀୟ ଅଞ୍ଚଳରେ ଏଭଳି କିଛି ପୋଷ୍ଟର ଦେଖିବାକୁ ମିଳିଛି ଯେଉଁଥିରେ ପ୍ରିୟଙ୍କା ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ସମ୍ପର୍କରେ କୁହାଯାଇଛି। ଏହି ଦୁହେଁ ରାୟବରେଲିରେ କେତେ କ୍ଷତି କରିଛନ୍ତି ତାହା ଉଲ୍ଳେଖ କରାଯାଇଛି ଏହି ପୋଷ୍ଟରରେ।  ସ୍ୱାମୀ ରବର୍ଟ ଭଦ୍ରାଙ୍କ ଜମି ଦୁର୍ନୀତିକୁ ନେଇ ଅଡୁଆରେ ଥିବା ପ୍ରିୟଙ୍କାଙ୍କୁ ଏବେ ଭାଇ ରାହୁଲ ଏବଂ ମା ସୋନିଆଙ୍କ ନିର୍ବାଚନମଣ୍ଡଳୀରେ ଘୋର ବିରୋଧ କରାଯାଉଛି। ଆମେଥି ଏବଂ ରାଏବରେଲୀରେ ଏବେ ପ୍ରିୟଙ୍କା ବିରୋଧୀ ପୋଷ୍ଟର ଦେଖିବାକୁ ମିଳୁଛି।

ରାଏବରେଲୀଠାରେ ଥିବା ‘ତିଲକ ଭବନ’ କଂଗ୍ରେସ କାର୍ଯ୍ୟାଳୟଠାରେ ଏଭଳି ଏକ ପୋଷ୍ଟରରେ ଉଭୟ ସୋନିଆ ଏବଂ ପ୍ରିୟଙ୍କାଙ୍କ ଫଟୋ ଦେଖିବାକୁ ମିଳିଛି। ଏଥିରେ କୁହାଯାଇଛି, ନିର୍ବାଚନ ପୂର୍ବରୁ ହିଁ ଏଦୁହେଁ ମନ୍ଦିର ମୁହାଁ ହେଉଛନ୍ତି, କିନ୍ତୁ ସହରରେ କୌଣସି ବିପଦ ବା ସଙ୍କଟ ପଡ଼ିଲେ ସେମାନଙ୍କର ଦେଖା ମିଳେନି। ସୋନିଆଙ୍କୁ ଭୋଟ୍‌ ଦିଆଯାଇଥିଲା ସେ ଆମକୁ ସେବା ଦେବେ ବୋଲି, କିନ୍ତୁ ସେମାନେ ଆମକୁ ଧୋକା ଦେଇଛନ୍ତି।

କାନ୍ଥରେ ଲାଗିଥିବା ଏଭଳି ଏକ ସ୍କେଚ୍‌ରେ ଲେଖାଯାଇଛି, “କ୍ୟା ଖୁବ୍‌ ଲଗ୍‌ତି ହୋ, କ୍ୟୁଁ ପାଞ୍ଚ ସାଲ୍‌ ବାଦ୍‌ ହି ଆମେଥି ମେଁ ଦିଖ୍‌ତି ହୋ।” ଅନ୍ୟ ଏକ ପୋଷ୍ଟରରେ ଲେଖା ଅଛି, ପ୍ରିୟଙ୍କା କେବଳ ନିର୍ବାଚନ ପାଇଁ ଶାଢ଼ୀ ପିନ୍ଧୁଛନ୍ତି। ଏହି ସବୁ ପୋଷ୍ଟରକୁ ନେଇ କଂଗ୍ରେସ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି।

ସମ୍ବନ୍ଧିତ ଖବର