ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଏପ୍ରିଲ୍ ୧ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି

ନୂଆଦିଲ୍ଲୀ, ୨୮/୦୩: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ୱସ୍ତି ମିଳି ନାହିଁ । ରାଉଜ୍ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ଆଉ ୪ ଦିନ ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ଏପ୍ରିଲ୍ ୧ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍, ଇଡି ରିମାଣ୍ଡରେ ରହିବେ ।

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ମନି ଲଣ୍ଡରିଂର ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡିର ଦାବି ଅନୁସାରେ, ଆପ୍ ଲାଞ୍ଚ ଟଙ୍କାକୁ ଗୋଆ ବିଧାନସଭା ନିର୍ବାଚନରେ ବ୍ୟବହାର କରିଥିବା ପ୍ରମାଣ ରହିଛି । ମାର୍ଚ୍ଚ ୨୧ ତାରିଖରେ ଇଡି, ଆପର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା ।

ଏହା ପରେ କେଜ୍ରିୱାଲଙ୍କୁ, ଇଡି ରିମାଣ୍ଡରେ ନେଇଥିବା ବେଳେ ଗୁରୁବାର ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା । ଇଡି ଓ କେଜ୍ରିୱାଲଙ୍କ ପକ୍ଷରୁ ବିଭିନ୍ନ ଦସ୍ତାବିଜ୍ କୋର୍ଟରେ ଦାଖଲ କରାଯାଇଥିଲା । ଇଡି ୭ ଦିନ ଲାଗି ରିମାଣ୍ଡରେ ନେବାକୁ ଆବେଦନ କରିଥିବା ବେଳେ କୋର୍ଟ ୪ ଦିନ ଅନୁମତି ଦେଇଛନ୍ତି । ଏପ୍ରିଲ୍ ୧ ମଧ୍ୟାହ୍ନ ୨ଟାରେ କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରାଯିବ ।

ଇଡି କୋର୍ଟରେ କହିଛି, କେଜ୍ରିୱାଲଙ୍କ ପତ୍ନୀଙ୍କ ଫୋନରୁ ତଥ୍ୟ ବାହାର କରାଯାଇ ବଶ୍ଲେଷଣ ଚାଲିଛି । କେଜ୍ରିୱାଲଙ୍କ ସହ ଜଡ଼ିତ ଅନ୍ୟ ୪ଟି ଡିଭାଇସର ଡାଟାକୁ ଜବତ କରାଯାଇଛି । ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କ ଘରେ ଚଢ଼ାଉ ବେଳେ ମିଳିଥିବା ଡିଭାଇସରୁ ଡାଟା ବାହାର କରାଯାଇ ନାହିଁ ।

ସେପଟେ କୋର୍ଟରେ କେଜ୍ରିୱାଲ୍ କହିଛନ୍ତି, ଯାହା କିଛି ବି ହେଉଛି ରାଜନୈତିକ ଷଡ଼ଯନ୍ତ୍ରର ଅଂଶ ବିଶେଷ । ଏହାର ଜବାବ ଜନତା ଦେବେ । କେଜ୍ରିୱାଲଙ୍କ ପତ୍ନୀ ସୁନୀତାଙ୍କ ଦାବି ଅନୁସାରେ, କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ଠିକ୍ ନାହିଁ । ଏବେ ତାହ୍କ ରକ୍ତ ସର୍କରା ସ୍ତର କମ୍ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.