ପ୍ରମୁଖ ଖବର
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଅବ୍ୟବସ୍ଥାରେ ସେରଗଡ଼ ବିଟ ହାଉସ, କର୍ମଚାରୀ ନିଯୁକ୍ତ କରିବାକୁ ଦାବି

ନୀଳଗିରି,୩୦/୧୧(ଆ.ପ୍ର):ଖନ୍ତାପଡା ଥାନା ଅଧିନ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ସେରଗଡ଼ ବିଟ ହାଉସ ଅବ୍ୟବସ୍ଥାରେ ଦୀର୍ଘ ବର୍ଷ ଧରି ଚାଲୁଥିବା ବେଳେ ଏହାର ପ୍ରତିକାର ଦାବି କରିବାକୁ ଅଞ୍ଚଳବାସୀ ଏକ ହୋଇଛି। ରେମୁଣା ବ୍ଲକ ଅଧିନ ସେରଗଡ଼ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଟେ। ପାଖରେ ଜାତୀୟ ରାଜପଥ, ରାଜ୍ୟ ରାଜପଥ,ବିଭିନ୍ନ ଇଂଜିନିୟର କଲେଜ,ସ୍କୁଲ,କଲେଜ, ଡାକ୍ତରଖାନା,ହାଟ, ବାଣିଜ୍ୟ ପ୍ରତିଷ୍ଠାନ,ଟୋଲ ଗେଟ ସମେତ ବିଭିନ୍ନ ଜିଲ୍ଲାର ବ୍ୟସ୍ତ ବହୁଳ ରାସ୍ତା ହୋଇଥିବାରୁ ସମ୍ବେଦନଶୀଳ ଅଞ୍ଚଳ ଭାବେ ପରିଗଣିତ ହେଉଛି। ବିଟ ହାଉସଟି ଦୀର୍ଘଦିନ ହେବ ଏକ ଜରାଜୀର୍ଣ୍ଣ ଟାଇଲ ଘରେ ହେଉଥିବା ବେଳେ କିଛି କନେଷ୍ଟବଳ ଙ୍କୁ ନେଇ ଏହା ଚାଲିଛି। କାର୍ଯ୍ୟରତ ଏଏସଆଇ ବଦଳି ହୋଇଥିବା ବେଳେ ଅଞ୍ଚଳବାସୀ ଏସଆଇ ପୋଷ୍ଟିଂ ପାଇଁ ଦାବି କରି ଆସୁଥିବା ବେଳେ କିଛି ସୁଫଳ ମିଳୁନାହିଁ।

ଗତ ୨୭ ତାରିଖ ରାତିରେ ପୂର୍ବରୁ ପାଖରେ ଏକ ହୋଟେଲ ମାଲିକ ଶଶିଧର ପତିଙ୍କୁ କିଛି ଦୁର୍ବୁତ୍ତ ମରଣାନ୍ତକ ଆକ୍ରମଣ କରି ଟଙ୍କା, ସୁନା ଚେନ,ମୋବାଇଲ ଲୁଟି ନେଇଛନ୍ତି। ସେରଗଡ଼ ପଂଚାୟତ ଅଫିସ ନିକଟରୁ ଏକ ବୋଲେରୋ ଗାଡି ଚୋରୀ ହୋଇଛି।ବେଆଇନ ମଦ ଓ ଅନ୍ୟ ନିଶାକାରୀମାନେ ତାଙ୍କର କଳା ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛନ୍ତି। ଅପରାଧୀମାନେ ପୋଲିସର କାର୍ଯ୍ୟାନୁଷ୍ଠାନ ଶିଥିଳତା ଜାଣି ସ୍ପଷ୍ଟ ଦିବାଲୋକରେ ଲୁଟତରାଜ କରୁଛନ୍ତି। ପେଟ୍ରୋଲିଂ କଥା ନକହିବା ଭଲ। ଅଞ୍ଚଳରେ ଦିନକୁ ଦିନ ଆଇନ ଶୃଂଖଳା ବିପର୍ଯ୍ୟସ୍ତ ହେଉଥିବା ବେଳେ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।

ଏହାର ପ୍ରତିକାର ମୂଳକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଏକାଠି ହୋଇଛନ୍ତି। ବିଟ ହାଉସରେ ଜଣେ ସବ ଇନ୍ସପେକ୍ଟର ,ଜଣେ ଏଏସଆଇ , ହାବିଲଦାର ସମେତ ଯଥେଷ୍ଟ କନେଷ୍ଟବଳ ନିଯୁକ୍ତି ଦାବି ରଖି ଏସପି, ରେମୁଣା ବିଧାୟକ,ଏସଡିପିଓ,ଖନ୍ତାପଡା ଥାନା ଅଧିକାରୀ ଙ୍କୁ ପତ୍ର ପ୍ରଦାନ କରିଛନ୍ତି। ଯଦି ୭ ଦିନ ଭିତରେ ପ୍ରତିକାର ମୂଳକ କାର୍ଯ୍ୟାନୁଷ୍ଠାନ ନନିଆଯାଏ ତାହେଲେ ଖନ୍ତାପଡା ଥାନା ସମ୍ମୁଖରେ ଆମରଣ ଅନଶନ କରାଯିବ ବୋଲି ୩୭ ନମ୍ବର ଜିଲ୍ଲା ପରିଷଦ କଲ୍ୟାଣି ବାରିକ,ସେରଗଡ଼ ସରପଞ୍ଚ ଦୟାନିଧି ମହାପାତ୍ର,ସମିତିସଭ୍ୟା ରଞ୍ଜିତା ନାୟକ,ନୁଆଗାଁ ସରପଞ୍ଚ ସୁବ୍ରତ ଦାସ,ପୁର୍ବତନ ସରପଞ୍ଚ ତଥା ବରିଷ୍ଠ ସାମ୍ବାଦିକ ରବି ରାଉତ,ମନୋଜ କୁମାର ମହାନ୍ତି,କମଳାକାନ୍ତ ବିନ୍ଧାଣି,ପ୍ରଭାତ କୁମାର ନାୟକ,ବସନ୍ତ କୁମାର ସିଂହ, ତ୍ରିନାଥ କୁମାର ପଣ୍ଡା,ବିନୋଦ ଦାସ,ନିର୍ମଳ ଦାସ,ଗଜେନ୍ଦ୍ର ନାୟକ ପ୍ରମୁଖ ଚେତାବନୀ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.