PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଯୋବ୍ରାରେ ନାଇଫ୍‌ ମ୍ୟାନ୍‌ ଆତଙ୍କ! ମହିଳାଙ୍କ ତଣ୍ଟିକୁ ଆକ୍ରମଣ

କଟକ ୨୯/୦୭:ଯୋବ୍ରା ଅଞ୍ଜଳରେ ଆଜି ରାତିରେ ଜଣେ ମହିଳାଙ୍କ ତଣ୍ଟିକୁ କେହି ଦୁର୍ବୃତ୍ତ ଆକ୍ରମଣ କରିଛି । ଏଥିରେ ମହିଳାଙ୍କ ବେକରେ ସାମାନ୍ୟ ଆଘାତ ଲାଗିଛି । ଘଟଣାଟି ଘଟିଛି ଯୋବ୍ରା ମଲ୍ଲାସାହିରେ । ଏହି ଘଟଣା ପରେ ସେଠାରେ ନାଇଫ୍‌ ମ୍ୟାନ୍‌ ଆତଙ୍କ ଖେଳିଯାଇଛି । ରବିବାର ରାତି ପ୍ରାୟ ସାଢ଼େ ୧୦ଟା ହେବ । ଯୋବ୍ରା ମଲ୍ଲାସାହିର ଜଣେ ମହିଳାଙ୍କ ଘର ଗେଟ୍‌କୁ କେହି ବାଡ଼େଇଥିଲେ । ମହିଳା ଜଣକ ଗେଟ୍‌ ପାଖକୁ ଯାଇ ପ୍ରଥମେ କିଏ ବୋଲି ପରିଚୟ ଜାଣିବାକୁ ଚାହିଁଥିଲେ । ଏହି ସମୟରେ ଗେଟ୍‌ ବାହାରେ ଥିବା ବ୍ୟକ୍ତି ଜଣକ ହଠାତ୍‌ ଗେଟ୍‌ର ଛୋଟ କଣା ବାଟେ ହାତ ପୂରାଇ ମହିଳାଙ୍କୁ ଆକ୍ରମଣ କରିବାକୁ ଲାଗିଲା । ଏହି ସମୟରେ ମହିଳା ଜଣକ ସତର୍କ ହୋଇ ଘର ଭିତରକୁ ଦୌଡ଼ିବାକୁ ଲାଗିଲେ ।

ମାତ୍ର ଦୁର୍ବୃତ୍ତଜଣକ ହାତରେ କିଛି ହତିଆର ରଖିଥିବାରୁ ତାହା ମହିଳାଙ୍କ ବେକରେ ବାଜିଥିଲା । ଏଥିରେ ମହିଳାଙ୍କ ବେକରେ ସାମାନ୍ୟ ଆହତ ହୋଇଛନ୍ତି । ବେକରେ ଏକ ଛୋଟ ଗାର ଭଳି ହୋଇଯାଇଛି । ଘଟଣା ପରେ ମହିଳା ଜଣକ ଚିତ୍କାର କରିବାରୁ ଘରେ ଥିବା ଲୋକ ଓ ପଡ଼ୋଶୀମାନେ ତୁରନ୍ତ ଘର ପାଖକୁ ଆସି ହୋହଲ୍ଲା କରିବା ସହିତ ଜଣେ ଅଜଣା ଯୁବକଙ୍କ ପିଛା କରିଥିଲେ । ମାତ୍ର କାହାକୁ ଧରିବାରେ ସମର୍ଥ ହୋଇନାହାନ୍ତି । ଘଟଣା ପରେ ଯୋବ୍ରା ଅଞ୍ଚଳରେ ନାଇଫ୍‌ ମ୍ୟାନ୍‌ ବା ସିରିଏଲ୍‌ କିଲରର ଆତଙ୍କ ଖେଳିଯାଇଛି । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏକପ୍ରକାର ଭୟର ବାତାବରଣ