‘ପବଜୀରେ ପ୍ରେମ’: ଗେମ୍ ପାର୍ଟନର୍ସଙ୍କ ମଧ୍ୟରେ ହୋଇଗଲା ପ୍ରେମ ଓ ବିବାହ

source:www.jagran.com
PUBG Mobile ଆଜି ସାରା ବିଶ୍ୱରେ ଲୋକପ୍ରିୟ ହୋଇସାରିଛି । ଏହି ଗେମକୁ ନେଇ ୟୁଜର୍ସମାନେ ବହୁତ ଏକ୍ସସାଇଟେଡ୍ ହୋଇଯାଇଛନ୍ତି । ଲୋକମାନେ ଏହି ଗେମରେ ଏତେ ବ୍ୟସ୍ତ ହୋଇଯାଇଛନ୍ତି ଯେ ନିଜ ପରିବାର ଲୋକଙ୍କ ପାଇଁ ମଧ୍ୟ ସମୟ ଦେଇପାରୁନାହାନ୍ତି । ଏହି ଗେମରେ ପିଲମାନେ ମଧ୍ୟ ସାମିଲ ହୋଇଗଲେଣି । ଏହାକୁ ଦେଖି ଗୁଜୁରାତ ସରକାର ଏହାକୁ ରାଜ୍ୟରେ ବ୍ୟାନ୍ କରିଦେଇଛନ୍ତି । ଗୁଜୁରାତ ରାଜ୍ୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ଏହି ଗେମକୁ ବନ୍ଦ କରିବା ପାଇଁ ଆବେଦନ କରିଥିଲା ଯାହାପରେ ରାଜ୍ୟ ପ୍ରାଥମିକ ଶିକ୍ଷା ବିଭାଗ ଏହାକୁ ରାଜ୍ୟରେ ବ୍ୟାନ୍ କରିଦେଲା । ଏହା ପୂର୍ବରୁ ଜାମ୍ମୁ-କାଶ୍ମୀରରେ ମଧ୍ୟ ଏହି ଗେମ୍ ବ୍ୟାନ୍ କରିଦିଆଯାଇଛି । ତେବେ ଏସମସ୍ତ ଖବର ପରେ ମଧ୍ୟ ଏହି ପବଜୀ ଗେମକୁ ନେଇ ଏମିତି ଏକ ଖବର ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । PUBG Mobile ଖେଳି ୨ ପ୍ଲେୟାର୍ସ ପରସ୍ପର ପ୍ରେମରେ ପଡିଲେ ଏବଂ ଶେଷରେ ବିବାହ କରିଦେଲେ ।

ସମ୍ପୂର୍ଣ୍ଣ ଘଟଣା
ନୁରହନ-ଅଲ-ହଶିସ PUBG Mobileର ଆରମ୍ଭରୁ ଯୋଡି ହୋଇଥିବା ପ୍ଲେୟାର । ନୁରହନ PUBG Mobile ଗେମକୁ ନିଜ ସ୍କ୍ୱାର୍ଡ ଓ ଅନ୍ୟ ପ୍ଲେୟାର୍ସଙ୍କ ସହିତ ଖେଳୁଥିଲା । ନର୍ମଲ ମ୍ୟାଚ୍ ସମୟରେ ଜଣେ ଝିଅ ସହିତ ଦେଖାଦେଲା । ଏହା ପରେ ସେମାନେ ଅନେକ ଗେମ୍ ଏକାଠି ଖେଳିଲେ ଏବଂ ସେମାନଙ୍କ ମଧ୍ୟରେ ବନ୍ଧୁତା ବଢିଲା । ଏହାପରେ ନୁରହନ୍ ଟ୍ୱିଟରରେ ଜଣାଇଲା ଯେ ସେ ନିଜ ପବଜୀ ପାର୍ଟନର ସହିତ ବିବାହ କରିବାକୁ ଯାଉଛି । ଟ୍ୱିଟରେ ଲେଖାଥିଲା ଯେ ପବଜୀରୁ ଆରମ୍ଭ ହୋଇ ଏବେ ଆମେ ଏଠି ପହଞ୍ଚିଛୁ । ଏହି ଟିଟ୍ୱକୁ ୧୩୬୦୦ ଲାଇକ୍ସ ମିଳିଛି ।

ଗୁଜରାତ ଶିଶୁ ଅଧିକାର ସଂରକ୍ଷଣ ଆୟୋଗର ଚେୟାରପର୍ସନ ଜାଗୃତି ପାଣ୍ଡ୍ୟା କହିଛନ୍ତି ଯେ ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ଅର୍ଥାତ୍ NCPCR ସାରା ଦେଶରେ ପବଜୀ ଉପରେ ବ୍ୟାନ୍ ଲଗାଇବା ପାଇଁ ସୁପାରିଶ କରିଛି । ଏହା ସହିତ ଏହା ମଧ୍ୟ କହିଛି ଯେ NCPCR ସବୁ ରାଜ୍ୟକୁ ପତ୍ର ପଠାଇ ଏହି ଗେମ୍ ଉପରେ ବ୍ୟାନ୍ ଲଗାଇବା ପାଇଁ ଆବେଦନ କରିଛି । ଏହି ଗେମ୍ ଦ୍ୱାରା ଛାତ୍ରଛାତ୍ରୀଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡୁଛି । ତେବେ ଏହି ମାମଲାରେ Tencent Games କୌଣସି ଟିପ୍ପଣୀ ଦେଇନି ।