ପାକିସ୍ତାନୀ ସାମଗ୍ରୀ ଉପରେ ୨୦୦ ପ୍ରତିଶତ ସୀମା ଶୁଳ୍କ ଲଗାଇଲେ ଭାରତ ସରକାର

source:khabar.ndtv.com
ନୁଆଦିଲ୍ଲୀ ୧୭/୨: ପୁଲୱାମା ଆକ୍ରମଣପରେ ଏବେ ଭାରତ, ପାକିସ୍ତାନ ଉପରେ ପ୍ରତିଶୋଧ ନେବା ଆରମ୍ବ କରିସାରିଛି । ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ଶନିବାର ଆଉ ଏକ ବଡ ପଦକ୍ଷେପ ଉଠାଇଛନ୍ତି । ପାକିସ୍ତାନରୁ ଆମଦାନୀ ହେଉଥିବା ସମସ୍ତ ସାମଗ୍ରୀ ଉପରେ ସୀମାଶୁଳ୍କ ତତ୍କାଳ ପ୍ରଭାବରେ ବୃଦ୍ଧି କରି ୨୦୦ ପ୍ରତିଶତ କରିଦେଇଛନ୍ତି ସରକାର । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହି ସୂଚନା ଦେଇଛନ୍ତି ।
India has withdrawn MFN status to Pakistan after the Pulwama incident. Upon withdrawal, basic customs duty on all goods exported from Pakistan to India has been raised to 200% with immediate effect. #Pulwama
— Arun Jaitley (@arunjaitley) February 16, 2019
ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଟ୍ୱିଟ୍ କରି କହିଛନ୍ତି ଯେ ପୁଲୱାମା ଘଟଣା ପରେ ପାକିସ୍ତାନଠୁ ଏମଏଫଏନ ଷ୍ଟାଟସ୍ ଫେରାଇଆଣିଥିଲା । ଏବେ ପାକିସ୍ତାନଠୁ ଭାରତକୁ ଆମଦାନୀ ହେଉଥିବା ସମସ୍ତ ସାମଗ୍ରୀ ଉପରେ ସୀମା ଶୁଳ୍କ ତତ୍କାଳ ପ୍ରଭାବରେ ବୃଦ୍ଧି କରି ୨୦୦ ପ୍ରତିଶତ କରିଦିଆଯାଇଛି ।