ପୁଲୱାମା ଷଡ଼ଯନ୍ତ୍ର

Indian security force personnel stand at the site of a gunbattle between Indian police and militants on Monday in which seven Hindu pilgrims were killed, in Boateng village in south Kashmir's Anantnag district July 11, 2017. REUTERS/Danish Ismail
ଜମ୍ମୁ-କାଶ୍ମୀରରେ ହାଇଆଲର୍ଟ
ଗତକାଲିର ଆକ୍ରମଣ ପରେ ଜମ୍ମୁ-କାଶ୍ମୀରରେ ପୁଲିସ, ସେନା ଏବଂ ସିଆରପିଏଫକୁ ଟାର୍ଗେଟ କରି ଆହୁରି ବଡ଼ଧରଣର ଆକ୍ରମଣ ହୋଇପାରେ ବୋଲି ଭାରତୀୟ ଗୁଇନ୍ଦା ସଂସ୍ଥା ସୂଚନା ଦେଇଛନ୍ତି । ଆତଙ୍କବାଦୀମାନେ ରାତିରେ କିମ୍ବା ଭୋର ସମୟରେ ଏଭଳି ପୁଲିସ ଓ ସେନା କ୍ୟାମ୍ପକୁ ଟାର୍ଗେଟ କରିପାରନ୍ତି ବୋଲି କୁହାଯାଇଛି । ଏହାପରେ ଜମ୍ମୁ-କାଶ୍ମୀରରେ ହାଇଆଲର୍ଟ ଜାରି କରାଯାଇଛି । ରାଜ୍ୟର କେତେକ ଭାଗରେ ଇଣ୍ଟରନେଟ ସେବା ବି ବନ୍ଦ ରଖାଯାଇଛି ।

ପାକ୍ ସେନା, ଆଇଏସଆଇର ଷଡ଼ଯନ୍ତ୍ର ଥିଲା
ଯେଉଁଭଳି ଭାବେ ସିଆର୍ପିଏଫ୍ ଯବାନଙ୍କ ଉପରେ ଆକ୍ରମଣ କରାଯାଇଛି, ତା’ ପଛରେ ପାକ୍ ସେନା ଏବଂ ଆଇଏସ୍ଆଇର ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିଲା । କାରଣ ୩୫୦ କିଲୋ ବିସ୍ଫୋରକକୁ ନେଇ ଆଇଇଡି ତିଆରି କରିବା, ସେଥିରେ ଡିଟୋନେଟର, ଫ୍ୟୁଜ୍ ସଂଯୁକ୍ତ କରିବା, ସେଥିରେ ରିମୋଟ କଣ୍ଟ୍ରୋଲ ସାହାଯ୍ୟରେ ବିସ୍ଫୋରଣ କରିବା ପାଇଁ ପ୍ରସ୍ତୁତ କରିବା ଏବଂ ସୁଚିନ୍ତିତ ଭାବେ ଏକ ଛକରେ ବିସ୍ଫୋରକ ଭର୍ତ୍ତିକୁ ନେଇ ସୁରକ୍ଷାକର୍ମୀଙ୍କ କନଭୟରେ ଧକ୍କା କରାଇବା ଆଦି କାର୍ଯ୍ୟ ସାଧାରଣ ଆତଙ୍କବାଦୀ କରିପାରିବେ ନାହିଁ । ପାକ୍ ସେନାର ପ୍ରଶିକ୍ଷଣ ବିନା ଏପରି କରାଯିବା ସମ୍ଭବପର ନୁହେଁ ବୋଲି ଅନେକ ବିଶେଷଜ୍ଞ ମତ ଦେଇଛନ୍ତି । ତେବେ ଏସବୁ ସାମଗ୍ରୀ କାଶ୍ମୀରକୁ ଆସିଲା କୁଆଡୁ ବୋଲି ପ୍ରଶ୍ନ କରାଯାଉଛି? କିଛି ବିଶେଷଜ୍ଞ ମତ ଦେଇଛନ୍ତି କି ଏସବୁ ସାମଗ୍ରୀ ଆମରି ଦେଶରୁ ହିଁ ଯୋଗାଡ କରାଯାଇଛି ଏବଂ ଆମ ଦେଶରେ ରହୁଥିବା କେତେକ ଦେଶଦ୍ରୋହୀ ଏସବୁ ସାମଗ୍ରୀ ଆତଙ୍କବାଦୀଙ୍କୁ ଯୋଗାଇଛନ୍ତି ।
ପାକିସ୍ତାନକୁ ନଯିବା ପାଇଁ ନାଗରିକଙ୍କୁ କହିଲା ଆମେରିକା
ପୁଲୱାମା ଆକ୍ରମଣକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲାବେଳେ ଆମେରିକୀୟ ବିଦେଶ ବିଭାଗ ନିଜର ନାଗରିକମାନଙ୍କୁ ବର୍ତ୍ତମାନ ପାକିସ୍ତାନ ନଯିବାକୁ ପରାମର୍ଶ ଦେଇଛି । ବିଭାଗ କହିଛି କି ପାକିସ୍ତାନରେ ଆତଙ୍କବାଦୀ ସଂଗଠନ ସକ୍ରିୟ ଥିବା ଯୋଗୁ ସେମାନଙ୍କ ଜୀବନ ବିପଦରେ ପଡିପାରେ । ତେଣୁ ସେମାନେ ପାକିସ୍ତାନକୁ ଗସ୍ତ କରିବା ଯୋଜନା ସ୍ଥଗିତ ରଖନ୍ତୁ ।

ଘଟଣା ସ୍ଥଳରୁ ୧୦ କିମି ଦୂରରେ ରହୁଥିଲା ଆତଙ୍କୀ
ପୁଲୱାମା ଆକ୍ରମଣରେ ସଂପୃକ୍ତ ଆତଙ୍କବାଦୀ ଆଦିଲ ଅହମ୍ମଦ ଓରଫ ୱାକସ ଆକ୍ରମଣ ସ୍ଥଳରୁ ମାତ୍ର ୧୦ କିମି ଦୂରରେ ଥିବା ଗୁଣ୍ଡିବାଗ ଅଞ୍ଚଳରେ ରହୁଥିଲା । ସେ ଗତ ବର୍ଷ ଜୈସ ଇ ମହମ୍ମଦ ସଂଗଠନରେ ଯୋଗ ଦେଇଥିଲା । ସେତେବେଳେ ସେ ଯୁକ୍ତ ଦୁଇ ପଢ଼ୁଥିଲା । ସେ ଇସଲାମିକ ମୌଳବାଦୀଙ୍କ ଦ୍ୱାରା ପ୍ରଭାବିତ ହୋଇ ଆତ୍ମଘାତୀ ଆକ୍ରମଣ କରିବାକୁ ମନ ବଳାଇଥିଲା । ଏପରି ଆକ୍ରମଣ କରି ମୃତ୍ୟୁବରଣ କଲେ ସେ ସ୍ୱର୍ଗ ପ୍ରାପ୍ତି ହେବ ବୋଲି ଭାବୁଥିଲା । ଗତକାଲିର ଘଟଣା ପରେ ଜୈସ ଦ୍ୱାରା ଜାରି ଭିଡିଓରେ ବି ସେ ଏଇ କଥା ପ୍ରକାଶ କରିଥିଲା । ସେ କହିଥିଲା କି କାଶ୍ମୀରବାସୀ ଏହି ଭିଡିଓ ଦେଖିଲାବେଳକୁ ମୁଁ ସ୍ୱର୍ଗରେ ଥିବି । ସ୍ଥାନୀୟ ପୁଲିସ କହିଛି କି ଆଦିଲ ୨୦୧୬ ମାର୍ଚ୍ଚ ମାସରୁ ଅନ୍ୟ ଦୁଇ ଜଣ ସାଙ୍ଗଙ୍କ ସହ ନିଖୋଜ ହୋଇଯାଇଥିଲା । ସେବେଠାରୁ ସେ ଆତଙ୍କବାଦୀ ସଂଗଠନରେ ମିଶିଛି ବୋଲି ସନ୍ଦେହ ପ୍ରକାଶ ପାଉଥିଲା ।
ପ୍ରେମରେ ନପଡ଼ିବାକୁ ପରାମର୍ଶ ଦେଇଛି
ଆଦିଲ ଉକ୍ତ ଭିଡିଓରେ ସନ୍ଦେଶ ଦେଇଛି କି ଜୈସ ପ୍ରତିକୂଳ ପରିସ୍ଥିତିରେ ବି ବିପ୍ଲବର ମଶାଲ ଜଳାଇବା ଜାରି ରଖିଛି । ତେଣୁ କାଶ୍ମୀରୀ ଯୁବକମାନେ ଆଉ ବିଳମ୍ବ ନକରି ସେଥିରେ ସାମିଲ ହୁଅନ୍ତୁ । ସେମାନେ ପ୍ରେମରେ ପଡ଼ିବାରୁ ନିବୃତ୍ତ ରୁହନ୍ତୁ ଏବଂ ଶେଷ ଯୁଦ୍ଧ କରିବା ପାଇଁ ଆଗେଇ ଆସନ୍ତୁ । ସେ ମଧ୍ୟ କହିଛି କି ଦକ୍ଷିଣ କାଶ୍ମୀରରେ ଲୋକେ ଭାରତ ବିରୋଧରେ ଲଢ଼େଇ ଜାରି ରଖିଥିଲାବେଳେ ଉତ୍ତର ଏବଂ ମଧ୍ୟ କାଶ୍ମୀର ଓ ଜମ୍ମୁର ଲୋକେ ବି ଏବେ ଏଥିରେ ସକ୍ରିୟ ଭୂମିକା ଗ୍ରହଣ କରନ୍ତୁ ।
ପାକ୍ ରାଷ୍ଟ୍ରଦୂତ କାର୍ଯ୍ୟାଳୟର ସୁରକ୍ଷା କରୁଛି ସିଆର୍ପିଏଫ୍
ସିଆରପିଏଫ ଯବାନଙ୍କ ହତ୍ୟା ଘଟଣାକୁ ନେଇ ସମଗ୍ର ଭାରତରେ ଆକ୍ରୋଶ ପ୍ରକାଶ ପାଉଥିଲାବେଳେ ଏହି ସିଆରପିଏଫର ଯବାନଙ୍କୁ ହିଁ ଦିଲ୍ଲୀ ସ୍ଥିତ ପାକିସ୍ତାନୀ ରାଷ୍ଟ୍ରଦୂତ କାର୍ଯ୍ୟାଳୟର ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଛି । ଆଜି ପୁଲୱାମା ଘଟଣାକୁ ନେଇ ପାକ୍ ରାଷ୍ଟ୍ରଦୂତ କାର୍ଯ୍ୟାଳୟ ସାମ୍ନାରେ ଅନେକ ସଂଗଠନ ବିରୋଧ ପ୍ରଦର୍ଶନ କରିଥିଲେ । କିନ୍ତୁ କାର୍ଯ୍ୟାଳୟକୁ ସୁରକ୍ଷା ଦେଇଥିଲେ ସିଆର୍ପିଏଫ୍ ଯବାନ ଯାହାଙ୍କ ହତ୍ୟା କରିବା ପାଇଁ ପାକିସ୍ତାନ ଷଡ଼ଯନ୍ତ୍ର କରିଥିଲା । ଏହା ଦେଖିଲେ ନିକଟରେ ରିଲିଜ ହୋଇଥିବା ବଲିଉଡ ଫିଲ୍ମ ଉରିର ଏକ ପ୍ରସିଦ୍ଧ ସଂଳାପ ମନେ ପଡିଯାଏ- ‘ଫର୍ଜ ଔର ଫର୍ଜୀ ମେଁ ସିର୍ଫ ଏକ ମାତ୍ରା କୀ ଅନ୍ତର ହୋତା ହୈ’ । ପୁଲୱାମା ଘଟଣାରେ ନିଜର ସହଯୋଗୀ ଯବାନଙ୍କ ହତ୍ୟା ଘଟଣାକୁ ନେଇ କ୍ରୋଧରେ ଜର୍ଜରିତ ହେଉଥିଲେ ହେଁ ଏହି ଯବାନମାନେ ନିଜର କର୍ତ୍ତବ୍ୟ( ଫର୍ଜ)ପାଳନ କରିବାକୁ ଯାଇ ପାକ୍ ଦୂତାବାସର ସୁରକ୍ଷା କରୁଛନ୍ତି ।

ସାମ୍ବାଦିକାଙ୍କୁ ନିଲମ୍ବିତ କଲା ଏନଡିଟିଭି
ପୁଲୱାମା ଆକ୍ରମଣକୁ ନେଇ ସମଗ୍ର ଭାରତରେ କ୍ରୋଧ ପ୍ରକାଶ ପାଇଥିଲାବେଳେ ଏନଡିଟିଭି ଚ୍ୟାନେଲର ଜଣେ ଡେପୁଟି ନ୍ୟୁଜ୍ ଏଡିଟର ନିଧି ସେଠୀ ଏହାର ପ୍ରଶଂସା କରିଥିଲେ । ନିଜର ଫେସବୁକ୍ ପୋଷ୍ଟରେ ସେ ଲେଖିଥିଲେ କି ଯେଉଁଭଳି ଭାବେ ୪୪ ଜଣ ଯବାନଙ୍କୁ ହତ୍ୟା କରାଯାଇଛି, ତାହା ଆଜି କାଳ୍ପନିକ ୫୬ ଇଞ୍ଚର ଛାତିକୁ ଛୋଟ କରିଦେଇଛି । ହାଓ ଇଜ ଦି ଜୈସ । ତାଙ୍କର ଏହି ପୋଷ୍ଟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରୁ ଏନଡିଟିଭି ତରଫରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ଦୁଇ ସପ୍ତାହ ପାଇଁ ନିଲମ୍ବନ କରାଯାଇଛି । ଚ୍ୟାନେଲ ତରଫରୁ କୁହାଯାଇଛି କି ଚ୍ୟାନେଲ କର୍ତ୍ତୃପକ୍ଷ ଏଭଳି ଜଘନ୍ୟ ଆକ୍ରମଣକୁ ନେଇ ସେଠୀ ଦେଇଥିବା ମନ୍ତବ୍ୟକୁ ସମର୍ଥନ କରନ୍ତି ନାହିଁ । ତାଙ୍କୁ ନିଲମ୍ବନ କରାଯାଇଥିଲାବେଳେ ସଂସ୍ଥାର ଶୃଙ୍ଖଳା ସମ୍ପର୍କିତ କମିଟି ତାଙ୍କ ବିରୋଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ଆମୋନିଆ ସହ ଆରଡିଏକ୍ସ ବ୍ୟବହାର କରାଯାଇଛି
ପୁଲୱାମା ଆକ୍ରମଣରେ ୩୫୦ କିଲୋ ଆରଡିଏକ୍ସ ବ୍ୟବହାର କରାଯାଇଛି ବୋଲି ଗତକାଲି ରିପୋର୍ଟ ପ୍ରକାଶ ପାଇଥିଲା । ହେଲେ ଏନଆଇଏ ଏବଂ ଏନଏସଜିର ଫୋରେନସିକ୍ ବିଶେଷଜ୍ଞମାନେ ଆଜି ଘଟଣାସ୍ଥଳରେ ଯାଞ୍ଚ କରିବା ପରେ କହିଛନ୍ତି କି ଆଇଇଡି ପ୍ରସ୍ତୁତ କରିବା ପାଇଁ ୬୦ କିଲୋ ଆରଡିଏକ୍ସ ସହ ବିପୁଳ ପରିମାଣର ଆମୋନିଆ ମିଶାଯାଇଥିଲା ।
ସେମାନେ କହିଛନ୍ତି କି ସାର ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଉଥିବା ଆମୋନିଆର ଉପଯୋଗ କରାଯାଇ ଏଭଳି ଶକ୍ତିଶାଳୀ ଆଇଇଡି ପ୍ରସ୍ତୁତ କରାଯାଇଥିଲା । ପଞ୍ଜାବ ଓ ହରିଆଣାର ବଜାରରୁ ଏହାକୁ କିଣାଯାଇଥିବାର କୁହାଯାଉଛି । ବିସ୍ଫୋରଣର ପ୍ରଭାବକୁ ଅଧିକ କରିବା ପାଇଁ ସେଥିରେ ଲୁହାକଣ୍ଟା, ଲେଡ୍ ବଲ୍ ଆଦି ମିଶାଯାଇଥିଲା । ଏସବୁ ଯୋଗୁ ବିସ୍ଫୋରଣର ପ୍ରଭାବ ଏତେ ଅଧିକ ହୋଇଥିଲା କି ଜଣେ ଯବାନଙ୍କ ମୃତଦେହ ଛିଟିକି କରି ପ୍ରାୟ ୮୦ ମିଟର ଦୂରରେ ପଡିଥିଲା । ସେହିପରି ଯବାନଙ୍କ ଭ୍ୟାନରେ ଲାଗିଥିବା ଷ୍ଟିଲକୁ ଭେଦ କରିବା ପାଇଁ ଆଇଇଡିର ଡିଜାଇନରେ କିଛି ପରିବର୍ତ୍ତନ କରାଯାଇଥିଲା । ହେଲେ ଏତେ ମାତ୍ରାରେ ଆରଡିଏକ୍ସ କାଶ୍ମୀରକୁ କେମିତ ଆସିଲା, ତାହା ଭାରତ ଭିତରୁ ଯୋଗାଡ କରାଯାଇଛି ନା ପାକିସ୍ତାନରୁ ଅଣାଯାଇଛି ଏବଂ କିଏ ତା’କୁ ଆଣିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ଆହୁରି ମଧ୍ୟ ଜଣାପଡିଛି କି ଆତଙ୍କବାଦୀ ଜଣକ ସ୍କର୍ପିଓ ନୁହେଁ ବରଂ ସେଡାନ ଚଳାଉଥିଲା । ସେ ସେଡାନକୁ ବସ୍ ସହ ଧକ୍କା କରିନଥିଲା । ବରଂ ସେ ବସ୍କୁ ଓଭରଟେକ୍ କରିବାକୁ ଉଦ୍ୟମ କରିଥିଲା ଏବଂ କିଛି ବାଟ ଗଲାପରେ ନିଜକୁ ଉଡାଇ ଦେଇଥିଲା ।

ଭାରତକୁ ବିଶ୍ୱବ୍ୟାପୀ ସମର୍ଥନ
ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ବିଶ୍ୱର ବିଭିନ୍ନ ଦେଶ ଭାରତକୁ ସମର୍ଥନ ଜଣାଇଛନ୍ତି ଏବଂ ଏହି ଘଟଣାକୁ ନେଇ ଶୋକବ୍ୟକ୍ତ କରିଛନ୍ତି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଆକ୍ରମଣ ପରେ ଭାରତ ଓ ଆମେରିକା ମଧ୍ୟରେ ସହଯୋଗ ବୃଦ୍ଧି ପାଇବ ବୋଲି ଆଶାବ୍ୟକ୍ତ କରିଛନ୍ତି । ପାକିସ୍ତାନ ଆତଙ୍କବାଦୀଙ୍କୁ ନିରାପଦ ଆଶ୍ରୟ ଦେବା ତୁରନ୍ତ ବନ୍ଦ କରୁ ବୋଲି ସେ ମତ ଦେଇଛନ୍ତି । ଟ୍ରମ୍ପଙ୍କ ତରଫରୁ ତାଙ୍କର ପ୍ରେସ ସେକ୍ରେଟାରୀ ସାରା ସାଣ୍ଡରସ ଗୁରୁବାର ରାତିରେ ଏହି ସୂଚନା ଦେଇଛନ୍ତି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଏହି ଘଟଣାରେ ଶୋକ ବ୍ୟକ୍ତ କରିବା ସହିତ ଏହା ପଛରେ ଯେଉଁମାନଙ୍କ ହାତ ଅଛି, ସେମାନଙ୍କୁ ଦଣ୍ଡିତ କରାଯିବା ଆବଶ୍ୟକ ବୋଲି ମତ ଦେଇଛନ୍ତି । ଆମେରିକା ଏବଂ ରୁଷ ବ୍ୟତୀତ, ଇସ୍ରାଏଲ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଣ୍ଡୋନେସିଆ, ମାଲଦ୍ୱୀପ, ଆଫଗାନିସ୍ତାନ, ନେପାଳ, ଇରାନ ଏବଂ ଆହୁରି ଅନେକ ଦେଶ ଭାରତକୁ ଏହି ଆକ୍ରମଣ ପରେ ସମବେଦନା ଜ୍ଞାପନ କରିଛନ୍ତି ।
ମାସୁଦକୁ ବିଶ୍ୱ ଆତଙ୍କୀ ଘୋଷଣାକୁ ଚୀନ୍ର ନା
ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜୈସ୍-ଇ-ମହମ୍ମଦ ମୁଖ୍ୟ ମାସୁଦ ଆଝାରକୁ ଜାତିସଂଘର ବିଶ୍ୱ ଆତଙ୍କବାଦୀ ତାଲିକାରେ ସାମିଲ କରାଯିବା ପ୍ରସ୍ତାବକୁ ଚୀନ୍ ଅଗ୍ରାହ୍ୟ କରିଦେଇଛି । ଚୀନ୍ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଗେଙ୍ଗ ସୁଆଙ୍ଗ କହିଛନ୍ତି ଯେ କାଶ୍ମୀରରେ ଆତ୍ମଘାତୀ ଆକ୍ରମଣ ଘଟିଥିବାର ଖବର ଆମେ ପାଇଛୁ । ଏହି ଆକ୍ରମଣ ଅତ୍ୟନ୍ତ ଦୁଃଖଦାୟକ । ଏହାକୁ ଆମେ ନିନ୍ଦା କରୁଛୁ । ମୃତ ବ୍ୟକ୍ତିଙ୍କ ପାଇଁ ଆମେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କ ଶୋକସନ୍ତପ୍ତ ପରିବାର ଓ ଆହତମାନକୁ ସମବେଦନା ଜ୍ଞାପନ କରୁଛୁ । ସମସ୍ତ ପ୍ରକାର ଆତଙ୍କବାଦକୁ ଚୀନ୍ ବିରୋଧ ଓ ନିନ୍ଦା କରୁଛି । ଆମର ବିଶ୍ୱାସ ପଡୋଶୀ ରାଷ୍ଟ୍ରଗୁଡିକ ଏହାକୁ ଭଲ ଭାବେ ବୁଝିବେ ଓ ଆତଙ୍କବାଦ ମୁକାବିଲାରେ ସହଯୋଗ କରିବେ । ଆଞ୍ଚଳିକ ଶାନ୍ତି ଓ ନିରାପତ୍ତା ଦିଗରେ ସେମାନେ କାର୍ଯ୍ୟ କରିବେ । ତେବେ ମାସୁଦକୁ ବିଶ୍ୱ ଆତଙ୍କୀ ତାଲିକାରେ ସାମିଲ କରାଯିବା ପାଇଁ ଭାରତ କରୁଥିବା ଦାବି ଉପରେ ଗେଙ୍ଗ୍ କହିଲେ ଆତଙ୍କବାଦୀ ସଙ୍ଗଠନଗୁଡିକୁ ତାଲିକାଭୁକ୍ତ କରାଯିବା ନେଇ ଜାତିସଂଘ ସୁରକ୍ଷା ପରିଷଦର ୧୨୬୭ କମିଟିରେ ନୀତି ନିର୍ଦ୍ଦେଶାବଳୀ ଧାର୍ଯ୍ୟ କରାଯାଇଛି । ଜୈସ୍କୁ ତାଲିକାରେ ସ୍ଥାନିତ କରାଯାଇସାରିଛି । ଏହି ପ୍ରସଙ୍ଗକୁ କିଭଳି ପରିଚାଳନା କରାଯାଇପାରିବ ସେ ଦିଗରେ ଚୀନ୍ ଉପଯୁକ୍ତ ତଥା ଗଠନମୂଳକ ନିଷ୍ପତ୍ତି ନେବ ବୋଲି ଗେଙ୍ଗ୍ କହିଛନ୍ତି ।
ଏଏମୟୁ ଛାତ୍ର ବିରୋଧରେ ମାମଲା
ପୁଲୱାମା ଆକ୍ରମଣକୁ ପ୍ରଶଂସା କରି ଟ୍ୱିଟ୍ କରିଥିବାରୁ ଆଲିଗଡ ମୁସଲିମ ୟୁନିଭରସିଟିର ଜଣେ ବସିମ ହିଲାଲ ବିରୋଧରେ ସ୍ଥାନୀୟ ପୁଲିସ ବିଭିନ୍ନ ଧାରାରେ ମାମଲା ଦାୟର କରିଛି । ତା’କୁ ମଧ୍ୟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଲମ୍ବିତ କରିଛନ୍ତି ଏବଂ କ୍ୟାମ୍ପସ ଭିତରେ ତା’ର ପଶିବା ଉପରେ ରୋକ ଲଗାଯାଇଛି । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି କି ସେମାନେ ଏହି ଛାତ୍ର ଜଣକୁ ଚିହ୍ନଟ କରିବାକୁ ଉଦ୍ୟମ କରୁଛନ୍ତି ଏବଂ ଏହାପରେ ତା’ ବିରୋଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୨୦୧୬ରେ ମଧ୍ୟ ଉରି ଆକ୍ରମଣକୁ ପ୍ରଶଂସା କରିବା ଅଭିଯୋଗରେ ଏଠାରେ ପଢ଼ୁଥିବା ଜଣେ କାଶ୍ମୀରୀ ଛାତ୍ରକୁ ବହିଷ୍କାର କରାଯାଇଥିଲା । ଆଉ ଏକ ଘଟଣାରେ ଡୁନ୍ ସ୍ଥିତ ଏକ ଘରୋଇ କଲେଜର ଜଣେ ଛାତ୍ରକୁ ବି ସମାନ ଅଭିଯୋଗରେ ନିଲମ୍ବିତ କରାଯାଇଛି ।
ମାସୁଦକୁ ବିଶ୍ୱ ଆତଙ୍କୀ ଘୋଷଣାକୁ ଚୀନ୍ର ନା
ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜୈସ୍-ଇ-ମହମ୍ମଦ ମୁଖ୍ୟ ମାସୁଦ ଆଝାରକୁ ଜାତିସଂଘର ବିଶ୍ୱ ଆତଙ୍କବାଦୀ ତାଲିକାରେ ସାମିଲ କରାଯିବା ପ୍ରସ୍ତାବକୁ ଚୀନ୍ ଅଗ୍ରାହ୍ୟ କରିଦେଇଛି । ଚୀନ୍ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଗେଙ୍ଗ ସୁଆଙ୍ଗ କହିଛନ୍ତି ଯେ କାଶ୍ମୀରରେ ଆତ୍ମଘାତୀ ଆକ୍ରମଣ ଘଟିଥିବାର ଖବର ଆମେ ପାଇଛୁ । ଏହି ଆକ୍ରମଣ ଅତ୍ୟନ୍ତ ଦୁଃଖଦାୟକ । ଏହାକୁ ଆମେ ନିନ୍ଦା କରୁଛୁ । ମୃତ ବ୍ୟକ୍ତିଙ୍କ ପାଇଁ ଆମେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କ ଶୋକସନ୍ତପ୍ତ ପରିବାର ଓ ଆହତମାନକୁ ସମବେଦନା ଜ୍ଞାପନ କରୁଛୁ । ସମସ୍ତ ପ୍ରକାର ଆତଙ୍କବାଦକୁ ଚୀନ୍ ବିରୋଧ ଓ ନିନ୍ଦା କରୁଛି । ଆମର ବିଶ୍ୱାସ ପଡୋଶୀ ରାଷ୍ଟ୍ରଗୁଡିକ ଏହାକୁ ଭଲ ଭାବେ ବୁଝିବେ ଓ ଆତଙ୍କବାଦ ମୁକାବିଲାରେ ସହଯୋଗ କରିବେ । ଆଞ୍ଚଳିକ ଶାନ୍ତି ଓ ନିରାପତ୍ତା ଦିଗରେ ସେମାନେ କାର୍ଯ୍ୟ କରିବେ । ତେବେ ମାସୁଦକୁ ବିଶ୍ୱ ଆତଙ୍କୀ ତାଲିକାରେ ସାମିଲ କରାଯିବା ପାଇଁ ଭାରତ କରୁଥିବା ଦାବି ଉପରେ ଗେଙ୍ଗ୍ କହିଲେ ଆତଙ୍କବାଦୀ ସଙ୍ଗଠନଗୁଡିକୁ ତାଲିକାଭୁକ୍ତ କରାଯିବା ନେଇ ଜାତିସଂଘ ସୁରକ୍ଷା ପରିଷଦର ୧୨୬୭ କମିଟିରେ ନୀତି ନିର୍ଦ୍ଦେଶାବଳୀ ଧାର୍ଯ୍ୟ କରାଯାଇଛି । ଜୈସ୍କୁ ତାଲିକାରେ ସ୍ଥାନିତ କରାଯାଇସାରିଛି । ଏହି ପ୍ରସଙ୍ଗକୁ କିଭଳି ପରିଚାଳନା କରାଯାଇପାରିବ ସେ ଦିଗରେ ଚୀନ୍ ଉପଯୁକ୍ତ ତଥା ଗଠନମୂଳକ ନିଷ୍ପତ୍ତି ନେବ ବୋଲି ଗେଙ୍ଗ୍ କହିଛନ୍ତି ।
ରାଜନାଥଙ୍କ ଘୋଷଣା
ପାକିସ୍ତାନୀ ଚାମଚାଙ୍କ ସୁରକ୍ଷା ପ୍ରତ୍ୟାହାର କରାଯିବ
କାଶ୍ମୀରରେ ସକ୍ରିୟ ବିଚ୍ଛିନ୍ନତାବାଦୀମାନେ ପାକିସ୍ତାନର ସେନା ଏବଂ ଆଇଏସଆଇ ଠାରୁ ଅର୍ଥ ପାଉଥିବା ସମସ୍ତେ ଜାଣନ୍ତି । ସେହିପରି ସେମାନେ ଜମ୍ମୁ-କାଶ୍ମୀରରେ ଖୋଲାଖୋଲି ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛନ୍ତି । ହେଲେ ଲଜ୍ଜାଜନକ କଥା ହେଉଛି ଯେ ସେମାନଙ୍କ ସୁରକ୍ଷା ପାଇଁ ପୁଲିସକର୍ମୀଙ୍କୁ ନିୟୋଜିତ କରାଯାଉଛି । ଏହାକୁ ନେଇ ଏବେ ବିଭିନ୍ନ ମହଲରୁ ବ୍ୟାପକ ସମାଲୋଚନା ହେଉଥିବା ପରିପ୍ରେକ୍ଷୀରେ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି କି ଏଭଳି ବ୍ୟକ୍ତିଙ୍କୁ ଯୋଗାଇ ଦିଆଯାଉଥିବା ସୁରକ୍ଷାର ପୁନବିର୍ଚାର କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସୁରକ୍ଷାକର୍ମୀଙ୍କ ବିଶାଳ କନଭୟ ଯାଉଥିଲାବେଳେ ସେଇ ମାର୍ଗରେ ଅନ୍ୟ ଗାଡ଼ି ଯିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସେ କହିଛନ୍ତି ।