ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

ଓ୍ବାଇନାଡରୁ ନାମାଙ୍କନ ପତ୍ର ଦାଖଲ କଲେ ରାହୁଲ

ଓ୍ବାଇନାଡ,୪।୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି କେରଳର ୱାଇନାଡ ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ଉତ୍ତର ପ୍ରଦେଶରେ   ଅମେଥି ସହିତ ଏହି ଆସନରୁ ମଧ୍ୟ  ନିର୍ବାଚନ ଲଢିବେ। ନାମାଙ୍କନ ପତ୍ର ଦାଖଲ ବେଳେ ରାହୁଲ ଗାନ୍ଧୀଙ୍କ ସହିତ ତାଙ୍କ ଭଉଣୀ ଓ ପୂର୍ବ ଉତ୍ତର ପ୍ରଦେଶର କଂଗ୍ରେସ  ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ । ରାହୁଲ ନାମାଙ୍କନ ପତ୍ର ଦାଖଲ କରିବା ପରେ ଏବେ  କେରଳର ୱାଇନାଡ ଆସନରେ ତାଙ୍କର ଏନଡିଏ ପ୍ରାର୍ଥୀ ତୁଷାର ଭେଲାପଲ୍ଲୀଙ୍କ ସହିତ କଡା ଟକ୍କର ହେବ।

ଲୋକସଭା ନିର୍ବାଚନ ୨୦୧୯ ପାଇଁ ରାହୁଲ ପ୍ରାର୍ଥୀପତ୍ର ଦାଖଲ କରିବା ବେଳେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆରଏସ୍ଏସ୍ କାମ କରୁଛି, ତାହାଦ୍ବାରା କିଛି ଲୋକଙ୍କୁ ଲାଗୁଛି ତାଙ୍କର ସଂସ୍କୃତି ଉପରେ ଆକ୍ରମଣ ହେଉଛି। ମୋଦି ସରକାର ଦକ୍ଷିଣ ଭାରତର ଲୋକଙ୍କୁ ଅଣଦେଖା କରୁଛନ୍ତି। ଦେଶର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ତାଙ୍କୁ ସାମିଲ କରାଯାଉନି ବୋଲି ଅଭିଯୋଗ ହେଉଛି । ଏହି କାରଣରୁ ଆମେଥି ସହିତ ଦକ୍ଷିଣ ଭାରତର  ୱାଇନାଡ଼ରୁ ନିର୍ବାଚନ ଲଢ଼ିବାର ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି ରାହୁଲ। ଭାରତ ଗୋଟିଏ ଦେଶ, ମୁଁ ଏହି ବାର୍ତ୍ତା ଦେବାକୁ ଏଠାକୁ ଆସିଛି। ମୋଦି ସରକାର ଓ ସଂଘ ନାଗପୁର ବୈଠକରେ ଦେଶର ଭାଷା ଓ ସଂସ୍କୃତି ଉପରେ ଆକ୍ରମଣ କରୁଛନ୍ତି। ଚୌକିଦାର ହିଁ ଅନୀଲ ଅମ୍ବାନୀଙ୍କୁ ୩୦ ହଜାର କୋଟି ଟଙ୍କା ଦେଇଛନ୍ତି। ଏବେ ଏହାର ଖୁଲାସା କରିବାର ଅଛି। ମୁଁ ଏଠାରୁ ନିର୍ବାଚନ ଲଢିବା ନେଇ ସିପିଏମ୍ ନିଶ୍ଚିତ ଭାବରେ ଅସନ୍ତୁଷ୍ଟ ରହିଛି, କିନ୍ତୁ ଆମେ ସମସ୍ତେ ଏକ ଓ ଏହାକୁ ନେଇ ଆଉ କିଛି କହିବିନି।’  

ରାହୁଲ ଗାନ୍ଧୀ ଗତ ବୁଧବାର ରାତିରେ ଏଠାରେ ପହଁଞ୍ଚିବା ପରେ ଦଳୀୟ କର୍ମୀମାନେ ତାଙ୍କୁ ଖୁବ ଉତ୍ସାହାର ସହ ସ୍ବାଗତ କରିଥିଲେ । ସୂଚନାଯୋଗ୍ୟ ଯେ, ରାହୁଲ ଗାନ୍ଧୀ ଚଳିତ ନିର୍ବାଚନରେ ଆମେଠିରେ ନିର୍ବାଚନ ଲଢ଼ିବା ଓ୍ବାଇନାଡରୁ ମଧ୍ୟ ନିର୍ବାଚନ ଲଢୁଛନ୍ତି। ବିଜେପି ଏହାକୁ ତାଙ୍କର ମୋଦି ଲହର ଭୟ ବୋଲି କହୁଥିବା ବେଳେ କଂଗ୍ରେସ କହୁଛି ଦକ୍ଷିଣ ଭାରତର ଅନେକ କଂଗ୍ରେସ କର୍ମୀଙ୍କ ଅନୁରୋଧ ରକ୍ଷା କରି ରାହୁଲ  ଏହି ନିର୍ବାଚନ ଲଢିବେ।

Copyright © 2022 - Summa Real Media Private Limited. All Rights Reserved.