ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିରୋଧୀ ଦଳ ନେତା ହୋଇପାରନ୍ତି ରାହୁଲ ଗାନ୍ଧୀ, କଂଗ୍ରେସର ସଂସଦୀୟ ଦଳ ବୈଠକ ପରେ ହେବ ଚୂଡାନ୍ତ...

ନୂଆଦିଲ୍ଲୀ,୦୭/୦୬: ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବା ସହ ୯୯ ଆସନ ଜିତିଛି । ଫଳରେ କଂଗ୍ରେସକୁ ଏବେ ଲୋକସଭାରେ ବିରୋଧୀ ଦଳର ମାନ୍ୟତା ମିଳିବ । ଗତ ୨୦୧୪ରେ ମାତ୍ର ୪୪ ଏବଂ ୨୦୧୯ରେ  ୫୨ ଆସନ ପାଇଥିବାରୁ କଂଗ୍ରେସ ବିରୋଧୀ ଦଳର ମାନ୍ୟତା ହରାଇଥିଲା । ଅଧିର ରଞ୍ଜନ ଚୌଧୁରୀ ଲୋକସଭାରେ କଂଗ୍ରେସ ନେତା ଭାବେ କାର୍ଯ୍ୟ କରିଥିଲେ । କିନ୍ତୁ ଚଳିତଥର ଅଧିର ରଞ୍ଜନ ନିର୍ବାଚନରେ ପରାଜିତ ହୋଇଥିବାରୁ ଲୋକସଭାରେ  କିଏ ବିରୋଧୀ ଦଳ ନେତା ରହିବେ ତାକୁ  ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । 

କୁହାଯାଉଛି  କି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ବିରୋଧୀ ଦଳ ନେତା ହେବେ । କଂଗ୍ରେସ ନେତାମାନେ ମଧ୍ୟ ରାହୁଲଙ୍କୁ ନେତା କରିବା ଲାଗି ପ୍ରସ୍ତାବ ଦେଇଛନ୍ତି । ତେବେ ଏହି  ପ୍ରସ୍ତାବ ଉପରେ କଂଗ୍ରେସର ସଂସଦୀୟ ଦଳ ବୈଠକରେ ଆଲୋଚନା କରାଯିବା  ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି । କଂଗ୍ରେସ ସାଂସଦ ମଣିକମ ଟାଗୋର ତାଙ୍କ ସୋସିଆଲ  ମିଡିଆ ଏକ୍ସରେ ଲେଖିଛନ୍ତି ରାହୁଲ  ବିରୋଧୀ ଦଳ ନେତା ହେବା ଉଚିତ ।  

ରାହୁଲଙ୍କ ନାମରେ ଦଳ ଭୋଟ ମାଗିଥିଲା ।  ତେଣୁ ସେ ଲୋକସଭାରେ କଂଗ୍ରେସର  ନେତା ହେବା ଉଚିତ । ଦଳର ନିର୍ବାଚିତ ସାଂସଦମାନେ ରାହୁଲଙ୍କୁ ନେତା ବାଛିବେ  ବୋଲି ଆଶା କରାଯାଉଛି । ଦେଖାଯାଉ  କଂଗ୍ରେସ ସଂସଦୀୟ ଦଳ ବୈଠକରେ  କ’ଣ ନିଷ୍ପତ୍ତି ନିଆଯାଉଛି । ଏଥିସହ ସେ  ଏକ କାର୍ଟୁନ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି ।  ଯେଉଁଥିରେ ରାହୁଲ ଗୁଣ୍ଡାମାନେ ଆକ୍ରମଣ  କରୁଥିବା ବିଭିନ୍ନ ଧର୍ମର ଲୋକଙ୍କୁ ସୁରକ୍ଷା  ଦେଉଥିବା ଦେଖାଯାଇଛି।

  • PrameyaOdia
  • prameya
  • Rahul Gandhi
  • Congress
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.