ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବୟଫ୍ରେଣ୍ଡ୍‌ ରାହୁଲ ମୋଦିଙ୍କ ସହ ହାତ ମିଳାଇଲେ ଶ୍ରଦ୍ଧା, ଆରମ୍ଭ କଲେ ନୂଆ ପ୍ରୋଜେକ୍ଟ

ମୁମ୍ବାଇ ୩୦/୦୪: ତେଇଶରେ କେବଳ ଗୋଟିଏ ଫିଲ୍ମ ‘ତୁ ଝୁଠି ମେଁ ମକ୍କାର୍‌’ରେ  ନଜର ଆସିଥିଲେ ଶ୍ରଦ୍ଧା କପୁର । ଏ ବର୍ଷ କିନ୍ତୁ ଏକାଧିକ ପ୍ରୋଜେକ୍ଟକୁ ନେଇ ସେ ବ୍ୟସ୍ତ ରହିବେ । ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଭିନ୍ନ ଜୋନ୍‌ର ଫିଲ୍ମରେ ଏଣ୍ଟ୍ରି  କରିବା ବିଷୟରେ ସେ ସଙ୍କେତ ଦେଇଛନ୍ତି । ଏଥିରେ ପୌରାଣିକ ଓ ଐତିହାସିକ ପ୍ରୋଜେକ୍ଟ ସାମିଲ ।  ତେବେ ବର୍ତ୍ତମାନ ତାଙ୍କ ସିନେ ତାଲିକାରେ ଏକ ଡ୍ରାମା ଫିଲ୍ମ ସାମିଲ ହୋଇଛି ।

 ଶ୍ରଦ୍ଧାଙ୍କ ବୟଫ୍ରେଣ୍ଡ୍‌ ରାହୁଲ ମୋଦି ଏହାର ପ୍ରଯୋଜନା ଦାୟିତ୍ୱ ନିର୍ବାହ  କରିଥିବା ଚର୍ଚ୍ଚା ହେଉଛି । ଫିଲ୍ମକୁ ନେଇ କୌଣସି  ତଥ୍ୟ ସଂସ୍ଥା ପକ୍ଷରୁ ଦିଆଯାଇ ନାହିଁ । କିନ୍ତୁ ଶ୍ରଦ୍ଧା  ଏହାର କାହାଣୀକୁ ପସନ୍ଦ କରିଥିବା ଚର୍ଚ୍ଚା ହେଉଛି ।  ବୟଫ୍ରେଣ୍ଡ୍‌ ରାହୁଲଙ୍କ ସହ ସେ ମଧ୍ୟ ଫିଲ୍ମ  ପ୍ରଯୋଜନା କରିବେ । ଏହା ପୂର୍ବରୁ ରାହୁଲ ‘ତୁ  ଝୁଠି ମେଁ ମକ୍କାର୍‌’ରେ ସହ-କାହାଣୀକାର ଦାୟିତ୍ୱ  ନିର୍ବାହ କରିଥିଲେ । ବେଶ କିଛି ଦିନ ହେଲା ଶ୍ରଦ୍ଧା  ଓ ରାହୁଲଙ୍କ ଡେଟିଂ ଗୁଜବ ଖବରରେ ରହିଛି । ଶ୍ରଦ୍ଧାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି ୨୦୧୮  ମସିହାର ସଫଳ ହରର୍‌-କମେଡି ଫିଲ୍ମ ‘ସ୍ତ୍ରୀ’ର  ସିକ୍ୱେଲ । ଏ ବର୍ଷର ବହୁପ୍ରତୀକ୍ଷିତ ଫିଲ୍ମ  ମଧ୍ୟରେ ଏହା ଅନ୍ୟତମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.