ସୁନ୍ଦରଗଡ଼, ୧୭/୦୮: ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ନିକଟ ପଡ଼ିଆରେ ଚାଲିଥିଲା ଜୁଆ ଖେଳ । ମାଡ଼ି ବସିଲା ପୁଲିସ । ବନ୍ଧାହେଲେ ୧୪ ଜୁଆଡ଼ି । ୧୪ଟି ବାଇକ୍‌ ସହ ଲକ୍ଷାଧିକ ଟଙ୍କା ନଗତ ଟଙ୍କା ଜବତ କଲା ପୁଲିସ । 

ସୂଚନା ମୁତାବକ, ଧରୁଆଡ଼ିହି ଥାନା ନିକଟ ପଡ଼ିଆରେ ଜୁଆ ଖେଳ ଚାଲିଥିଲା । ଏସମ୍ପର୍କରେ ଖବର ପାଇ ପୁଲିସ ଉକ୍ତ ସ୍ଥାନରେ ଅତର୍କିତ ଚଢାଉ କରିଥିଲା । ଏହି ରେଡ୍‌ ବେଳେ ୧୪ ଜୁଆଡ଼ିଙ୍କୁ ପୁଲିସ ଗିରଫ କରିଛି । ଏହା ସହ ୧୪ଟି ବାଇକ୍‌ ଏବଂ ଲକ୍ଷାଧିକ ଟଙ୍କା ମଧ୍ୟ ପୁଲିସ ଜବତ କରିଛି ।