ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ଟ୍ରେନରେ ମିଳିବ ନାହିଁ ରନ୍ଧା ଖାଦ୍ୟ, ଜାଣନ୍ତୁ କ'ଣ ନୂଆ ପ୍ଲାନ୍‌ କରୁଛି ରେଳ ବିଭାଗ

ନୂଆଦିଲ୍ଲୀ, ୨୦/ ୧୦: ମହାମାରୀ କରୋନା ପାଇଁ ସାରା ଦେଶ ଲକ୍‌ଡାଉନ୍‌ ହୋଇଥିଲା। ଯାହାଫଳରେ ସାରା ଦେଶରେ ରେଳ ଚଳାଚଳ ବନ୍ଦ ହୋଇ ଯାଇଥିଲା। ପରେ ଆସ୍ତେ ଆସ୍ତେ ଦେଶର ବିଭିନ୍ନ ରାଜ୍ୟକୁ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଛି। ଏବେ ପାର୍ବଣ ଋତୁ ପାଇଁ ଦେଶରେ ପୂର୍ବ ଅପେକ୍ଷା ଅଧିକ ଟ୍ରେନ୍‌ ଚଳାଚଳ କରୁଛି। ଯଦି ଆପଣ ବର୍ତ୍ତମାନ ସମୟରେ ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଖାଇବା ଘରୁ ନେଇକି ଯାଆନ୍ତୁ। କାରଣ କରୋନା ମହାମାରୀ ପାଇଁ ଭାରତୀୟ ରେଳ ବର୍ତ୍ତମାନ ସମୟ ପାଇଁ ଟ୍ରେନ୍‌ରେ ଖାଇବା ଯୋଗାଣ ଉପରେ ରୋକ ଲଗାଇଛି। କେବଳ ଏତିକି ନୁହେଁ ଟ୍ରେନରେ ତକିଆ, କମ୍ବଳ ଓ ବେଡଶିଟ୍‌ ମଧ୍ୟ ଦିଆଯାଉ ନାହିଁ। ରେଲଓ୍ବ ଏହି ସିଷ୍ଟମକୁ ସବୁଦିନ ଲାଗୁ କରିବାକୁ ବିଚାର ବିମର୍ଶ କରୁଛି।

ରେଲଓ୍ବର ପ୍ରସ୍ତୁତି:
କିଛିଦିନ ପୂର୍ବେ ଭାରତୀୟ ରେଳ ବିଭାଗ ଏକ ଯୋଜନା ଚର୍ଚ୍ଚାରେ ଥିଲା। ଟ୍ରେନ୍‌ରେ ଥରର୍ଡ ଏସି କୋଚ ସଂଖ୍ୟା ବୃଦ୍ଧି କରାଯିବ। ମିଳିଥିବା ସୂଚନା ମୁତାବିକ ରେଳ ବିଭାଗ ପାଖାପାଖୀ ୩୦୦ ଟ୍ରେନ୍‌ରେ ପ୍ୟାଣ୍ଟ୍ରି କାରକୁ ହଟାଇ ସେହି ସ୍ଥାନରେ ଥାର୍ଡ ଏସି କୋଚ୍‌ ଲଗାଇବା ପାଇଁ ପ୍ରସ୍ତୁତି କରୁଛି ରେଳ ବିଭାଗ।

ଟ୍ରେନରେ ଏମିତିି ମିଳିବ ଖାଦ୍ୟ:
ଏବେ ପ୍ରଶ୍ନ ଉଠୁଛି ଯେ, ଯଦି ଟ୍ରେନରୁ ପ୍ୟାଣ୍ଟ୍ରି କାର ହଟାଇ ଦିଆଯିବ ତେବେ ଯାତ୍ରୀଙ୍କୁ ଟ୍ରେନରେ ଖାଦ୍ୟ ମିଳିବ ନା ନାହିଁ। ଯଦି ଟ୍ରେନରେ ଖାଦ୍ୟ ମିଳିବ ନାହିଁ ତେବେ ଯେଉଁ ଯାତ୍ରୀ ଦୂରସ୍ଥାନକୁ ଯାତ୍ରା କରୁଥିବେ ସେମାନେ ଅସୁବିଧାର ସମ୍ମୁଖୀନ ହେବେ। ଏହାକୁ ଧ୍ୟାନରେ ରଖି ରେଲଓ୍ବେ ନିଜ ଯାତ୍ରୀଙ୍କ ସୁବିଧା ପାଇଁ ଖାଇବା ଉପଲବ୍ଧ କରିବା ପାଇଁ ନୂଆ ଯୋଜନା କରୁଛି ।

ଏହି ନୂଆ ସିଷ୍ଟମ ଦ୍ବାରା ଟ୍ରେନ୍‌ ଯାତ୍ରୀ ମାନେ ଯାତ୍ରା କରିବା ସମୟରେ ଖାଇବା ଉପଲବ୍ଧ କରିବା ପାଇଁ ବଡ଼ ବଡ଼ ଷ୍ଟେସନରେ IRCTC ଦ୍ବାରା ଖାଦ୍ୟ ଯୋଗାଣ ହେବ। ଏଥିସହିତ ଯାତ୍ରା ସମୟରେ ଇ-କ୍ୟାଟରିଙ୍ଗ୍‌ ବା ଅନ୍‌ଲାଇନ୍‌ ଫୁଡ ଅର୍ଡର କରିବାର ବିକଳ୍ପ ଯାତ୍ରୀ ମାନଙ୍କ ପାଇଁ ଉପଲବ୍ଧ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.