ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ସୌର ଶକ୍ତିରେ ଚାଲିବ ରାଜଭବନ,ପିଏମ୍‌ ସୂର୍ଯ୍ୟଘର ଯୋଜନାରେ ସର୍ବାଧିକ ସବ୍‌ସିଡି ଦେଉଛି ଓଡ଼ିଶା

Published By : Anindita Ratha | May 4, 2025 9:59 AM

ଭୁବନେଶ୍ବର,୦୪/୦୫:ଆଗାମୀ ଦିନରେ ସମ୍ପୂର୍ଣ୍ଣ ରାଜଭବନ ସୌର ଶକ୍ତିରେ ଚାଲିବ । ଜଳ ବିଦ୍ୟୁତ କିମ୍ବା ତାପଜ ବିଦ୍ୟୁତ ବ୍ୟବହାର କରାଯିବନି । ସେଥିପାଇଁ ରାଜଭବନ ପରିସରରେ ୧୫୦ କିଲୋୱାଟ ସୌରଶକ୍ତି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି । ଏହା ବ୍ୟତୀତ ଖୁବ ଶୀଘ୍ର ଅତିରିକ୍ତ ୪୦୦ କିଲୋୱାଟ ସୌର ଶକ୍ତି ପ୍ଲାଣ୍ଟ୍‌ ସ୍ଥାପିତ ହେବାକୁ ଯାଉଛି । ଫଳରେ ରାଜଭବନ ନେଟ୍‌ଜିରୋ ଶକ୍ତି (ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଦୂରୀକରଣ) କ୍ୟାମ୍ପସ୍‌ରେ ପରିଣତ ହେବ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି । ରାଜଭବନର ନ୍ୟୁ ଅଭିଷେକ ହଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟପାଳ କହିଛନ୍ତି, ରାଜଭବନରେ ସୌର ଶକ୍ତିର ବ୍ୟବହାର କରାଯିବା ସହ କେବଳ ବୈଦ୍ୟୁତିକ ଯାନ(ଇଭି) ବ୍ୟବହାର କରାଯିବ । 

ରାଜ୍ୟପାଳଙ୍କ କାର୍‌କେଡ୍‌ରେ କେବଳ ଇଭି ରହିବ । ସେଥିପାଇଁ ୪ଟି ନୂଆ ଇଭି କାର୍‌ ଓ ୭ଟି ଦୁଇ ଚକିଆ ଯାନ କିଣାଯାଇଛି । ଗତ ମାସ ଯାନ ବାବଦରେ ୪୫% ତୈଳ ଖର୍ଚ୍ଚ କମିଛି । ଏହାସହିତ ପ୍ରତି ମାସ ବିଜୁଳି ବିଲ୍‌ ବାବଦରେ ଖର୍ଚ୍ଚ ହେଉଥିବା ହାରାହାରି ୩ ଲକ୍ଷ ଟଙ୍କା ମଧ୍ୟ ଆଉ ଖର୍ଚ୍ଚ ହେବନି । ଫଳରେ ପରିବେଶ ସୁରକ୍ଷା ହେବା ସହିତ ପ୍ରଦୂଷଣ ହ୍ରାସ ହେବ । ତେବେ ରାଜଭବନରେ ସୌର ଶକ୍ତି ବ୍ୟବହାର କରାଯିବା ଭଳି ସମସ୍ତେ ନିଜ ଘରେ ସୌର ଶକ୍ତି ବ୍ୟବହାର କରନ୍ତୁ । ଇଭି ଚଲାଇବାକୁ ରାଜ୍ୟପାଳ ନିବେଦନ କରିଛନ୍ତି । ଏହାଦ୍ୱାରା ପରିବେଶ ସୁରକ୍ଷିତ ହେବା ସହ ଅଶୌଧିତ ତୈଳ ଆମଦାନୀ ହ୍ରାସ ପାଇବ ଏବଂ ବୈଦେଶିକ ମୁଦ୍ରା ସଞ୍ଚୟ ହୋଇପାରିବ ବୋଲି ରାଜ୍ୟପାଳ କହିଛନ୍ତି । ସେହିପରି ରାଜ୍ୟବାସୀ ପ୍ରଧାନମନ୍ତ୍ରୀ କୁସୁମ ଯୋଜନାରେ ନଳକୂଅ ପାଇଁ ସୌରଚାଳିତ ପମ୍ପ୍‌ସେଟ୍‌ ବ୍ୟବହାର କରନ୍ତୁ । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ସବସିଡିର ଲାଭ ନିଅନ୍ତୁ । ଏ ନେଇ କେନ୍ଦ୍ର ସରକାର ପ୍ରତି ପରିବାର ପାଇଁ ପ୍ରଥମ କିଲୋୱାଟ ପାଇଁ ୩୦ ହଜାର, ଦ୍ୱିତୀୟ କିଲୋୱାଟ୍‌ ପାଇଁ ୬୦ ହଜାର ଏବଂ ତୃତୀୟ କିଲୋୱାଟ ପାଇଁ ୧୮ ହଜାର ଟଙ୍କା ଅତିରିକ୍ତ ସବସିଡି ପ୍ରଦାନ କରୁଛନ୍ତି । 

ଏହି ଆର୍ଥିକ ସହାୟତା ସର୍ବାଧିକ ୩ କିଲୋୱାଟ କ୍ଷମତା ପର୍ଯ୍ୟନ୍ତ ମିଳୁଛି । ଓଡ଼ିଶାରେ ଏହି ଯୋଜନା ପାଇଁ ପ୍ରତି ପରିବାରକୁ ପ୍ରଥମ କିଲୋୱାଟ ପାଇଁ ୨୫ ହଜାର, ଦ୍ୱିତୀୟ କିଲୋୱାଟ୍‌ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଏବଂ ତୃତୀୟ କିଲୋୱାଟ ପାଇଁ ୧୦ ହଜାର ଟଙ୍କା ଅତିରିକ୍ତ ସବସିଡି ପ୍ରଦାନ କରୁଛନ୍ତି । ଯାହା ଦେଶରେ ଅନ୍ୟ କୌଣସି ରାଜ୍ୟରେ ହେଉନି । ତେଣୁ ଜଣେ ଉପଭୋକ୍ତା ୩ କିଲୋୱାଟ ସୌର ଶକ୍ତି ବ୍ୟବସ୍ଥା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସର୍ବାଧିକ ୧ଲକ୍ଷ ୩୮ ହଜାର ପର୍ଯ୍ୟନ୍ତ ସବସିଡି ପାଇପାରିବେ ବୋଲି ରାଜ୍ୟପାଳ କହିଛନ୍ତି । ସମସ୍ତେ ଇଭି ଯାନ ବ୍ୟବହାର କରିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଛନ୍ତି । ତେବେ ରାଜ୍ୟପାଳ ଏବେ ନୁହେଁ ୨୦୧୪ରେ ସାଂସଦ ଥିବା ବେଳେ ସଂସଦରେ ବଜେଟ୍‌ ଆଲୋଚନାରେ ଭାଗ ନେଇ ସ୍ଥାୟୀ ଶକ୍ତି ସମାଧାନ ପାଇଁ ଅକ୍ଷୟଶକ୍ତିର ବ୍ୟବହାର ନେଇ ପ୍ରସ୍ତାବ ଦେଇଥିଲେ । ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଦ୍ୱାରା ଉପସ୍ଥାପିତ କେନ୍ଦ୍ର ବଜେଟକୁ ସମର୍ଥନ କରି ଅଶୋଧିତ ତୈଳ ଉପରେ ନିର୍ଭରଶୀଳତା ହ୍ରାସ କରିବା ଉପରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରାଜଭବନର ସୌର ଶକ୍ତି ବ୍ୟବହାର ପଦକ୍ଷେପକୁ ପ୍ରଶଂସା କରିଥିଲେ । ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବ, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନବିଏସ୍‌ ରାଜପୁତଙ୍କ ସମେତ ରାଜଭବନର ଅନ୍ୟ ଅଧିକାରୀ ଯୋଗ ଦେଇଥିଲେ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.