ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଶୋ'ମ୍ୟାନ ରାଜ କପୁରଙ୍କ ୧୦୦ ତମ ଜନ୍ମ ବାର୍ଷିକୀ, ବଲିଉଡ଼କୁ ଦେଇଥିଲେ ଅନେକ ହିଟ୍ ଫିଲ୍ମ

Published By : Anindita Ratha | December 14, 2024 8:47 AM

ନୂଆଦିଲ୍ଲୀ,୧୪/୧୨ : ସେ ଆୱାରା, ତ କେତେବେଳେ ଛଲିଆ, କେତେବେଳେ ସେ ଶ୍ରୀ ୪୨୦ ତ ଆଉ କେତେବେଳେ ଅନାଡି଼। ଅନେକ ରୂପରେ ତାଙ୍କୁ ରୂପେଲି ପରଦାରେ ଦେଖିବାକୁ ମିଳିଛି । ବଲିଉଡକୁ ସେ ଦେଇଛନ୍ତି ଅନେକ ହିଟ ଫିଲ୍ମ । ସେ ଏକାଧାରରେ ଥିଲେ ଜଣେ କଳାକାର, ନିର୍ଦ୍ଦେଶକ, ପ୍ରଜୋଜକ । ତେବେ ସେ ଆଉ କେହି ନୁହଁନ୍ତି। ସେ ହେଉଛନ୍ତି ବଲିଉଡ଼ର ଶୋ ମ୍ୟାନ ରାଜ କପୁର । ତାଙ୍କର ଆଜି ୧୦୦ ତମ ଜନ୍ମବାର୍ଷିକୀ । ଜନ୍ମବାର୍ଷିକୀରେ ତାଙ୍କୁ ମନେ ପକାଇଛନ୍ତି  ସିନେ ଜଗତର ବହୁ ବଡ଼ ବଡ଼ କଳାକାର । ତେବେ ତାଙ୍କର ୧୦୦ ତମ ଜନ୍ମବାର୍ଷିକୀ ଅବସରରେ ୧୩ ରୁ ୧୫ ଡିସେମ୍ବର ମଧ୍ୟରେ ଭେଟେରାନ ଅଭିନେତା ରାଜ କପୁରଙ୍କ ୧୦୦ ତମ ଜନ୍ମବାର୍ଷିକୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଉ ଏହି କାର୍ଯ୍ୟକ୍ରମରେ ୟୋଗ ଦେବେ  ପ୍ରଧାନମନ୍ତ୍ରୀ ମୋଦି  । 

ତେବେ ରାଜ କପୁର ୧୯୨୪ ମସିହା ଆଜିର ଦିନରେ ଅର୍ଥାତ ଡ଼ିସେମ୍ବର ୧୪ ରେ  ପେଶୱାରରେ ଜନ୍ମଗ୍ରହଣ କରିଥିଲେ । ଯାହା ବର୍ତ୍ତମାନ ପାକିସ୍ଥାନ ଅଟେ। ତାଙ୍କ ପିତା ଭେଟେରାନ୍ ଅଭିନେତା ପ୍ରୀତିରାଜ କପୁର। ତାଙ୍କ ପିତାଙ୍କ ପରି ରାଜ ମଧ୍ୟ ଜଣେ ଉଜ୍ଜ୍ୱଳ ଅଭିନେତା ଥିଲେ। ସେ ମାତ୍ର ୧୦ ବର୍ଷ ବୟସରେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ | ଶିଶୁ କଳାକାର ଭାବରେ ସେ ତାଙ୍କ ପିତା ପ୍ରୀତିରାଜ କପୁରଙ୍କ ଫିଲ୍ମ ଇନକିଲାବ ସହିତ ଡେବ୍ୟୁ କରିଥିଲେ। ରାଜ କପୁର କୃଷ୍ଣା କପୁରଙ୍କୁ ବିବାହ କରିଥିଲେ।  କିନ୍ତୁ ପରେ  ନର୍ଗିସଙ୍କ ପ୍ରେମରେ ପଡ଼ିଥିଲେ ରାଜ | ରାଜ ତାଙ୍କ ସୌନ୍ଦର୍ଯ୍ୟରେ  ପ୍ରଭାବିତ ହୋଇ ସେ ନିଜ ପରିବାରକୁ ଭୁଲି ଯାଇଥିଲେ। କିନ୍ତୁ ପରେ ସେମାନଙ୍କ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା ସତ କିନ୍ତୁ ରାଜ ତାଙ୍କୁ ଭୁଲି ପାରିନଥିଲେ ।  ଏକ ସାକ୍ଷାତକାରରେ ତାଙ୍କ ପତ୍ନୀ କହିଥିଲେ ଯେ ରାଜ ସବୁବେଳେ ବାଥ ଟବରେ ବସି ମଦ୍ୟପାନ କରିବା ସହ ସିଗାରେଟ ବି ଟାଣୁଥିଲେ। ତେବେ ରାଜ କପୁର କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ନିଜର ସ୍ବତନ୍ତ୍ର ଅନ୍ଦାଜ ପାଇଁ ମଧ୍ୟ ଲାଇମଲାଇଟରେ ରହିଥିଲେ।  ରାଜ କପୁରଙ୍କ ହୋଲି ପାର୍ଟି ବଲିଉଡରେ ବହୁତ ଫେମସ୍‌ ଥିଲା । ଏଥିରେ ପ୍ରାୟ ସବୁ ଅଭିନେତା ଓ ଅଭିନେତ୍ରୀ ସାମିଲ ହେଉଥିଲେ । ଏହି ପାର୍ଟିରେ ଶେଷରେ କିନ୍ନରମାନେ ଆସନ୍ତି । ରାଜ କପୁରଙ୍କୁ ରଙ୍ଗ ଲଗାଇବା ସହ ନାଚ-ଗାନା କରୁଥିଲେ । ଏହି ସମୟରେ ରାଜ କପୁର କିନ୍ନରଙ୍କୁ ସେହି ଗୀତ ଶୁଣାଉଥିଲେ ଓ ତାଙ୍କର ରାୟ ନେଉଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.