ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ରାଜଭବନ ଛକରୁ ନନ୍ଦନକାନନ ରାସ୍ତାରେ ଟ୍ରାଫିକ୍‌ ଯନ୍ତ୍ରଣାରୁ ମିଳିବ ମୁକ୍ତି, ୬ ଫ୍ଲାଏଓଭର, ୨ ଭୂତଳ ବଜାର ଖୋଲିବ: ୧୦ ହଜାର କୋଟି ଖର୍ଚ୍ଚ ଆକଳନ

ଭୁବନେଶ୍ୱର,୦୯/୦୪: ୧୬ କିଲୋମିଟର ରାସ୍ତାରେ ୬ଟି ଫ୍ଲାଏଓଭର ଛିଡ଼ା ହେବ । ପୁଣି କେଉଁଠି ଭୂଇଁ ତଳେ ରାସ୍ତା ଫିଟିବ । ଖାଲି ସେତିକି ନୁହେଁ, ଦୁଇଟି ସ୍ଥାନରେ ମାଟି ତଳେ ବିଶାଳ ଭୂତଳ ବଜାର ସହ ବିସ୍ତୃତ ପାର୍କିଂ ଜାଗା ନିର୍ମାଣ ହେବ । ରାଜଭବନ ଛକ-ନନ୍ଦନକାନନ ରାସ୍ତାରେ ଟ୍ରାଫିକ୍‌ ଯନ୍ତ୍ରଣାରୁ ମୁକ୍ତି ପାଇଁ ଏପରି ମେଗା ନୂଆ ଯୋଜନା ପ୍ରସ୍ତୁତ ହୋଇଛି । ଏବେ ପାଖାପାଖି ୪୫ ମିନିଟ ଲାଗୁଛି, ଏତିକି ଦୂରତା ଅତିକ୍ରମ କରିବାକୁ । ନୂଆ ରାସ୍ତାରେ ଲାଗିବ ୧୫ ମିନିଟ୍‌ । ପ୍ରକଳ୍ପ ପାଇଁ ସର୍ଭେ ସରିଛି । ପ୍ରାୟ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି । ପୂରା ପ୍ରକଳ୍ପକୁ ୨ ବର୍ଷରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ହେଲେ ମେଟ୍ରୋ ଟ୍ରେନ୍‌ ରୁଟ୍‌ ଚୂଡ଼ାନ୍ତ ପରେ ଯୋଜନାରେ କିଛି ପରିବର୍ତ୍ତନ କରାଯାଇପାରେ ।

ସରକାରୀ ସୂତ୍ରର ଖବର ମୁତାବକ, ରାଜଭବନ ଛକରୁ ପୂରା ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତା ନୂଆ ରୂପ ନେବ । ଏଥିପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଯୋଜନାରେ କେତେକ ପରିବର୍ତ୍ତନ ଅଣାଯାଇଛି । ଆଉ ୧୬ କିମି ଲମ୍ବର ଫ୍ଲାଏଓଭର ନିର୍ମାଣ ହେବନି । ହେବ ଛୋଟ ଛୋଟ ଫ୍ଲାଏଓଭର । ଭୂତଳ ରାସ୍ତା ବି ଫିଟିବ । ପ୍ରସ୍ତାବିତ ପ୍ରକଳ୍ପରେ ନୂଆ ପରିକଳ୍ପନା ହେଲା-ଭୂତଳ ବଜାର ଓ ଭୂତଳ ପାର୍କିଂ । ଦିଲ୍ଲୀର ପାଲିକା ମାର୍କେଟ ଢାଞ୍ଚାରେ ୨ଟି ବିଶାଳ ଭୂତଳ ମାର୍କେଟ ହେବ ରାସ୍ତା ତଳେ । ଗୋଟିଏ ଜନତା ମଇଦାନ ସମ୍ମୁଖ ରାସ୍ତା ତଳେ ଓ ଅନ୍ୟଟି କଳିଙ୍ଗ ଷ୍ଟାଡିୟମ ସମ୍ମୁଖରେ ।

ପୂର୍ବରୁ କେବଳ ଭୁବନେଶ୍ୱରର ୧ ନଂ ହାଟ ସମ୍ମୁଖ ସବ୍‌ୱେରେ କେତୋଟି ଭୂତଳ ଦୋକାନ ରହିଛି । ଏବେ ମୁଖ୍ୟ ରାସ୍ତା ତଳେ ଅତ୍ୟାଧୁନିକ ବିଶାଳ ଭୂତଳ ବଜାର ଛିଡ଼ା ହେବ । କଳିଙ୍ଗ ଷ୍ଟାଡିୟମ ସାମ୍ନାରେ ଏବେ ଯେଉଁଠି ରାସ୍ତା ରହିଛି, ଠିକ୍‌ ତା’ ତଳେ ନିର୍ମାଣ ହେବ ଭୂତଳ ବଜାର । ସେଠାରେ ଭୂତଳ ପାର୍କିଂ ବ୍ୟବସ୍ଥା ରହିବ । ଷ୍ଟାଡିୟମ ସାମ୍ନାରୁ ଭେଙ୍କଟେଶ୍ୱରସ୍ୱାମୀ ମନ୍ଦିର (ପୁରୁଣା ତିରୁମାଲା ତିରୁପତି ଦେବସ୍ଥାନମ କଲ୍ୟାଣ ମଣ୍ଡପ) ପାଖ ପର୍ଯ୍ୟନ୍ତ ରାସ୍ତା ତଳେ ଭୂତଳ ବଜାର ଓ ଭୂତଳ ପାର୍କିଂ ରହିବ । ଷ୍ଟାଡିୟମରେ ବିଭିନ୍ନ ସମାରୋହ ଓ ବଡ଼ଧରଣର କ୍ରୀଡ଼ା ଆୟୋଜନବେଳେ ଏହି ଭୂତଳ ପାର୍କିଂକୁ ବ୍ୟବହାର କରାଯିବ । ଜନତା ମଇଦାନ ସମ୍ମୁଖରେ ମୁଖ୍ୟ ରାସ୍ତା ତଳେ ଓଡ଼ିଶାର ସବୁଠୁ ବଡ଼ ଭୂତଳ ମାର୍କେଟ ନିର୍ମାଣ ହେବ । ଦିଲ୍ଲୀର ପାଲିକା ବଜାର ଭଳି ଚକାଚକ୍‌ ବଜାର ଖୋଲିବ ମାଟି ତଳେ । ମାଟି ତଳେ ଜନତା ମଇଦାନ ପର୍ଯ୍ୟନ୍ତ ମାଡ଼ିଯିବ ଏହି ଭୂତଳ ବଜାର । ଜନତା ମଇଦାନରେ ସମାରୋହ, ସମାବେଶ, ମେଳା ଆୟୋଜନବେଳେ ପାର୍କିଂକୁ ନେଇ ଯେଉଁଭଳି ସମସ୍ୟା ଉପୁଜିଛି, ଭୂତଳ ପାର୍କିଂ ହେବ ତା’ର ସମାଧାନ ।

ରାଜଭବନ-ନନ୍ଦନକାନନ ରାସ୍ତାରେ ପାୱାର ହାଉସ ଛକରୁ ଆରମ୍ଭ ହେବ ପ୍ରଥମ ଫ୍ଲାଏଓଭର । ଏହା ଶାସ୍ତ୍ରୀନଗର ଓ ପଟେଲ୍‌ ମାର୍ଗ ଟ୍ରାଫିକ ଛକ ପାଖରେ ତଳ ରାସ୍ତାରେ ମିଶିବ । ଅଳ୍ପ କିଛି ବାଟ ଯିବା ପରେ ଆଉ ଏକ ଫ୍ଲାଏଓଭର ଚଢ଼ିବାକୁ ହେବ । ନୂଆପଲ୍ଲୀ ବେହେରା ସାହି-ନିକୋ ପାର୍କ ସଂଯୋଗ କରୁଥିବା ଛକ ଉପର ଦେଇ ଫ୍ଲାଏଓଭରଟି କଳିଙ୍ଗ ଷ୍ଟାଡିୟମ ସମ୍ମୁଖ ଫୁଟ୍‌ଓଭର ବ୍ରିଜ୍‌ ପୂର୍ବରୁ ରାସ୍ତାକୁ ଛୁଇଁବ ।ପୁଣି ପୁରୁଣା ତିରୁମାଲା ତିରୁପତି ଦେବସ୍ଥାନମ କଲ୍ୟାଣ ମଣ୍ଡପ ପାଖରୁ ଉଠିବ ଆଉ ଏକ ଫ୍ଲାଏଓଭର । ଏହା ଜୟଦେବବିହାର ଫ୍ଲାଏଓଭର ଉପରେ ଯିବ । ପାଲ୍‌ହାଇଟ୍ସ ସମ୍ମୁଖ ଫୁଟଓଭର ବ୍ରିଜ୍‌ ଡେଇଁ ମେ’ ଫେୟାର ଛକ ପାଖରେ ରାସ୍ତାକୁ ଛୁଇଁବ ।

ଏହି ରାସ୍ତାରେ ଯିବା ପରେ କଳିଙ୍ଗ ହସ୍ପିଟାଲ ଛକ ପୂର୍ବରୁ ଅରଣ୍ୟ ଭବନ ପାଖରୁ ପୁଣି ଏକ ଫ୍ଲାଏଓଭର ଚଢ଼ିବାକୁ ହେବ । ରେଳ ସଦନ ପରେ ପୁଣି ତଳ ରାସ୍ତାକୁ ଛୁଇଁବ ଏହି ଫ୍ଲାଏଓଭର । ସେହିପରି ଡମଣା ଛକ ପାଖରୁ ଆଉ ଏକ ଫ୍ଲାଏଓଭର ଉଠି ପଟିଆ ଛକ ପୂର୍ବରୁ ତଳ ରାସ୍ତାରେ ମିଶିବ ।
ରାସ୍ତାରେ ଆଗକୁ ବଢ଼ିବା ପରେ ପଟିଆ ଛକ ପୂର୍ବରୁ ରାଜଧାନୀର ପ୍ରଥମ ଭୂତଳ ରାସ୍ତାରେ ପ୍ରବେଶ କରିବାକୁ ପଡ଼ିବ । ଭୂତଳ ରାସ୍ତା କିଛି ବାଟ ଯାଇ ପୁଣି ଉପରକୁ ଉଠିବ । କିଟ୍‌ ଛକ (ମ୍ୟାଗେନଟିକ୍‌ ସ୍କୋୟାର) ପାଖରୁ ଆଉ ଏକ ଭୂତଳ ରାସ୍ତା ବାହାରିବ । ଏହି ଭୂତଳ ରାସ୍ତା ରଘୁନାଥପୁର ବ୍ରିଜ୍‌ ପୂର୍ବରୁ ଉପର ରାସ୍ତା ସହ ମିଶିବ ।

ନନ୍ଦନକାନନ ଛକରେ ଟ୍ରାଫିକ୍‌ ଭିଡ଼ ଏଡ଼ାଇବା ପାଇଁ ଫ୍ଲାଏଓଭର ନିର୍ମାଣ ହେବ । ନନ୍ଦନକାନନ ଡେଇଁବା ପରେ ଏହି ଫ୍ଲାଏଓଭର ତଳ ରାସ୍ତା ସହ ଯୋଡ଼ି ହେବ ।ପ୍ରସ୍ତାବିତ ରାସ୍ତା ୬ ଲେନ୍‌ରୁ ୮ ଲେନ୍‌ ହେବ । ଫ୍ଲାଏଓଭର ଥିବା ସ୍ଥାନରେ ମଧ୍ୟ ଉଭୟ ପାଶ୍ୱର୍ରେ ତଳ ରାସ୍ତା ୨ ଲେନ୍‌ ଲେଖାଏଁ ରଖାଯିବ । ରାସ୍ତାର ଉଭୟ ପାଶ୍ୱର୍ରେ ପର୍ଯ୍ୟାପ୍ତ ସରକାରୀ ଜାଗା ଥିବାରୁ ଏହି ପ୍ରକଳ୍ପ ପାଇଁ ବିଶେଷ ଘରୋଇ ଜମି ଅଧିଗ୍ରହଣ କରିବାକୁ ପଡ଼ିବନି ।

ବର୍ତ୍ତମାନ ଭୁବନେଶ୍ୱରର ସବୁଠୁ ବ୍ୟସ୍ତବହୁଳ ପାଲଟିଛି ରାଜଭବନ ଛକରୁ ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତା । ଏ ରାସ୍ତାରେ ଦିନରାତି କଲବଲ କରୁଛି ଟ୍ରାଫିକ୍‌ ଯନ୍ତ୍ରଣା । ସକାଳ ୯ରୁ ୧୧ଟା ଓ ଅପରାହ୍ନ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅସମ୍ଭାଳ ଟ୍ରାଫିକ ଭିଡ଼ ରହୁଛି । ଏଥିପାଇଁ କଟକ-ଭୁବନେଶ୍ୱର ଯା’ ଆସ ଅବଧି ବି ବଢ଼ିଯାଉଛି । ଏ ରାସ୍ତାରେ ଟ୍ରାଫିକ୍‌ ଯନ୍ତ୍ରଣା ଦୂର ପାଇଁ ନୂଆ ଯୋଜନା ହୋଇଛି । ବର୍ତ୍ତମାନ ଓଡ଼ିଶା ସେତୁ ନିର୍ମାଣ ନିଗମ (ଓବିସିସି) ଏହାର ଡିଜାଇନ ପ୍ରସ୍ତୁତ କରୁଛି ।

Copyright © 2022 - Summa Real Media Private Limited. All Rights Reserved.