ନୂଆଦିଲ୍ଲୀ, ୨୧/୯ : ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆର ଦମଦାର୍ ପ୍ରଦର୍ଶନ କରିବାକୁ ଯାଇ ଦ୍ବିତୀୟ ଦିନ ଗିଲ୍ (ନଟ୍ ଆଉଟ ୧୧୯) ଏବଂ ପନ୍ତ (୧୦୯) ରନର ଶାନଦାର ଶତକୀୟ ପାଳି ବଳରେ ଭାରତ ୫୧୪ରନ୍ କରି ପାଳି ଘୋଷଣା କରିଛି । ବିଜୟ ଲାଗି ବିଶାଳ ଲକ୍ଷ ବାଂଲାଦେଶ ସାମ୍ନାରେ ରଖିଛି । ଟିମ୍ ଇଣ୍ଡିଆ ଲାଗି ବାଂଲାଦେଶ ବିପକ୍ଷ ପ୍ରଥମ ଦିନର ଆରମ୍ଭ ଭଲ ନଥିଲା । ଯେତେବେଳେ ବାଂଲାଦେଶ ଟିମ୍ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଗୋଟିଏ ସମୟ ଯେତେବେଳେ ଭାରତର ଅଧା ଟିମ୍ ୫୦ ରନ୍ ଭିତରେ ପାଭିଲିୟନ ଫେରୁଥିଲେ ସେତେବେଳେ ଏଭଳି ଲାଗୁଥିଲା କି ପାକିସ୍ତାନ ବିପକ୍ଷ ବିଜୟୀ ହୋଇ ଭାରତ ପହଞ୍ଚିଥିବା ବାଂଲାଦେଶର ଟିମ୍ ସତରେ ଏକ ମଜବୁତ ଭାବନା ସହ ଭାରତ ଆସିଛି । କିନ୍ତୁ ସମୟ ସହ ଟିମ୍ ଇଣ୍ଡିଆର ଦୁଇ ଷ୍ଟାର୍ ଭାରତ ଲାଗି ଆଶା ସଞ୍ଚାର କରି ଚମକିଥିଲେ ଏବଂ ବାଂଲାଦେଶର ଲକ୍ଷ୍ୟରେ ପାଣି ଢାଳିଦେଲେ ।
ଅଶ୍ବିନ (୧୧୩) ଧମାକାଦାର ଶତକ ମାରିଲେ ତ ସେହିଭଳି ରବିନ୍ଦ୍ର ଜାଡେଜା(୮୬) ଅଶ୍ବିନଙ୍କ ସହ ଭଲ ପାଟନରସିପ କରିଥିଲେ । ଅଶ୍ବିନଙ୍କ ପ୍ରଶଂସା କରିବାକୁ ଯାଇ ପାକିସ୍ତାନର ପୂର୍ବତନ ଭେଟରାନ କ୍ରିକେଟର ରମୀଜ ରାଜା ନିଜ ୟୁଟ୍ୟୁବ ଚ୍ୟାନେଲରେ ଭିଡ଼ିଓ ସେୟାର କରି ଜାଡେଜା ଏବଂ ଅଶ୍ବିନଙ୍କ ବ୍ୟାଟିଂକୁ ପ୍ରଶଂସା କରିଥିଲେ ଏବଂ ଟିମ୍ ଇଣ୍ଡିଆର ରଣନୀତି ଉପରେ କଥା ହୋଇ ଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ଲାଗି ଟିମର ତାରିଫ କରିଥିଲେ । ଏବେ ପୁଣି ଥରେ ଟିମ୍ ଇଣ୍ଡିଆର ଦ୍ବିତୀୟ ପାଳିରେ ଜବରଦସ୍ତ ପ୍ରଦର୍ଶନ ଉପରେ ରମୀଜ ରାଜା ବଡ଼ ବୟାନ ଦେଇଛନ୍ତି ।
ଏହା ପୁରୁଣା ଭାରତ ନୁହେଁ । ଟିମ ଇଣ୍ଡିଆକୁ ତା’ର ଘରେ ହରାଇବା ସହଜ ନୁହଁ । ଏହି କଥା ଅନ୍ୟ ଟିମକୁ ଶିଖିବା ଆବଶ୍ୟକ କି ଆପଣଙ୍କର ଗୋଟିଏ ସେଶନ ଖରାପ ହେଉଛି ତ ଏହାର ଅର୍ଥ ଏହା ନୁହେଁ କି ଆପଣ ପୁଣି ଫେରିପାରିବେ ନାହିଁ । ଡ୍ରେସିଂ ରୁମର ମାହୋଲ, ଟିମର ସିଲେକ୍ସନ ଏହି କଥା ସବୁ ଗୁରୁତ୍ବ ରଖିଥାଏ । ଅଶ୍ବିନ ଏବଂ ଜାଡେଜା ଯେଉଁଭଳି ବ୍ୟାଟିଂ କଲେ ତାହାର ଏହା ଫଳ କି ଟିମ୍ ଇଣ୍ଡିଆ ଆଜି ଏହି ମଜବୁତ ସ୍ଥିତିରେ ଅଛି ।