ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ଚନ୍ଦାହାଣ୍ଡି,୨୪/୦୨: ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ। ନବରଙ୍ଗପୁ ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସ୍ଥିତ ସେମଲାଗୁଡା ଗ୍ରାମର ୨୨ ବର୍ଷୀୟ ପ୍ରଦିପ ଜଗତ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏନେଇ ଚନ୍ଦାହାଣ୍ଡି ପୁଲିସ ପକ୍ଷରୁ ସୂଚନା ମିଳିଛି।
ସୂଚନା ଅନୁସାରେ ମଙ୍ଗଳବାର ଦିନ ୨ ଟା ରେ ଏକ ମହୁଲ ଗଛରେ ପ୍ରଦିପଙ୍କୁଝୁଲନ୍ତା ଅବସ୍ଥାରେ ଗ୍ରାମର କିଛି ଲୋକ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏ ନେଇ ତାଙ୍କ ବାପା ଚନ୍ଦାହାଣ୍ଡି ପୁଲିସକୁ ଲିଖିତ ଅଭିଯୋଗ କରିବା ପରେ ଚାନ୍ଦହାଣ୍ଡି ଥାନା ଆଇଆଇସି ଉମେଶ ଚନ୍ଦ୍ର ନାୟକ ଏସ ଆଇ ଖଗେଶ୍ବର ଖୋସଲାଙ୍କୁ ତଦନ୍ତ ପାଇଁ ନିର୍ଦ୍ଧେଶ ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଏସଆଇ ଖୋସଲା ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠେଇଥିଲେ।