ନୂଆଦିଲ୍ଲୀ ୨୩/୦୨: ସାଉଥ ଇଣ୍ଡଷ୍ଟ୍ରିର ଫେମସ୍ କପଲ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ଆସନ୍ତା ସପ୍ତାହରେ ଉଦୟପୁରରେ ବିବାହ କରିବାକୁ ଯାଉଛନ୍ତି। ଏନେଇ ଏହି ଦମ୍ପତି କୌଣସି ଆନୁଷ୍ଠାନିକ ଘୋଷଣା କରିନଥିଲେ। ଏବେ ସେମାନେ ନିଜ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ ସେୟାର କରି ସେମାନଙ୍କ ବିବାହକୁ ନିଶ୍ଚିତ କରିଛନ୍ତି।

ନୋଟରେ ଲେଖିଛନ୍ତି, "ଆମର ପ୍ରିୟ ବନ୍ଧୁମାନେ। ଆମେ କୌଣସି ଯୋଜନା କରିବା ପୂର୍ବରୁ, ନିଜ ପାଇଁ କିଛି ବାଛିବା ପୂର୍ବରୁ - ଆପଣମାନେ ଆମ ସହିତ ଥିଲେ। ଆମକୁ ଏତେ ସୁନ୍ଦର ନାମ ଦେଇଥିଲେ। ଆମକୁ 'ବିରୋଶ' ବୋଲି ଡାକିଥିଲେ। ତେଣୁ ଆଜି - ଆମ ସମସ୍ତ ହୃଦୟ ସହିତ, ଆମେ ଆମର ଏହି ମିଳନକୁ ଆପଣଙ୍କ ସମ୍ମାନ ପାଇଁ ଉତ୍ସର୍ଗ କରୁଛୁ। ଆମେ ଏହାକୁ ବିରୋଶ କି ଶାଦୀ ବୋଲି କହିବାକୁ ଚାହୁଁଛୁ। ଆମକୁ ଏତେ ଭଲ ପାଇବା ଦେବା ପାଇଁ ଧନ୍ୟବାଦ। ଆପଣ ସବୁବେଳେ ଆମ ସହିତ ରହିବେ। ବହୁତ ଭଲ ପାଇବା।"

ଆହୁରି ପଢ଼ନ୍ତୁ...ସାମ୍ନାକୁ ଆସିଲା କାର୍ଡ, ଜଣାପଡ଼ିଲା ରଶ୍ମିକା-ବିଜୟଙ୍କ ବିବାହ ତାରିଖ

ତେବେ ରଶ୍ମିକା ଏବଂ ବିଜୟ ଗତ ବର୍ଷ ଅକ୍ଟୋବରରେ ହାଇଦ୍ରାବାଦରେ ଗୋପନରେ ନିର୍ବନ୍ଧ କରିଥିଲେ ଏବଂ ଏବେ ଫେବୃଆରୀ ୨୬ରେ ଉଦୟପୁରରେ ବିବାହ କରିବାକୁ ଯାଉଛନ୍ତି। ସେମାନେ ଅକ୍ଟୋବର ୩ରେ ହାଇଦ୍ରାବାଦରେ ଅଙ୍ଗୁଠି ବଦଳାଇଥିଲେ।