ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ତୀର୍ଥଯାତ୍ରୀ ବସ୍ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ,୨୦/୬: ରିଆସୀ ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା।  ଏହି ଆକ୍ରମଣ ସହ ଜଡିତ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଅଭିଯୁକ୍ତ ଜଣକ ହେଉଛି ହକିମୁଦ୍ଦିନ । ତେବେ ୯ ଜୁନରେ ଆତଙ୍କୀ ହମଲା ଯୋଗୁଁ ଭାରସାମ୍ୟ ହରାଇ ଖସିଥିଲା ବସ । ଫଳରେ ୯ ଜଣଙ୍କ ଜୀବନ ଯାଇଥିବାବେଳେ ୪୦ ରୁ ଉର୍ଦ୍ଧ୍ବ ଲୋକେ ଆହତ ହୋଇଥିଲେ । ତେବେ ଏହି ଆକ୍ରମଣ ସହ ଜଡିତ ଜଣଙ୍କୁ ପୋଲିସ  ଗିରଫ କରିଛି। 

ପୋଲିସର ସୂଚନା ଅନୁସାରେ, ସମ୍ପୃକ୍ତ ବ୍ୟକ୍ତି ଆତଙ୍କବାଦୀଙ୍କୁ ସହଯୋଗ କରିଥିଲେ । ଏହି କାମ ପାଇଁ ସେ ୬ ହଜାର ଟଙ୍କା ନେଇଥିବା ସ୍ବୀକାର ମଧ୍ୟ କରିଛି । ଅଭିଯୁକ୍ତ ପୋଲିସ ନିକଟରେ କହିଛି ଯେ, ଆତଙ୍କୀଙ୍କୁ ସହଯୋଗ କରିବା ଦ୍ବାରା ତାକୁ ମୋଟା ଅଙ୍କର ଟଙ୍କା ମିଳିବା ନେଇ ପ୍ରଲୋଭନ ଦେଖାଯାଇଥିଲା । ତେଣୁ ଲୋଭରେ  ସେ ଏଭଳି କରିଥିବା ସ୍ବୀକାର କରିଛି । ଏହାସହ ଏହି ଆଟାକ୍ ପଛରେ ସାମିଲ ଥିବା ୩ ଜଣଙ୍କ ବିଷୟରେ ସୂଚନା ପ୍ରଦାନ କରିଛି ହକିମୁଦ୍ଦିନ । ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ ଜଣଙ୍କୁ ଏହି ମାମଲାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.