ପ୍ରମୂଖ ଖବର
  • ବୃକ୍ଷରୋପଣରେ ମହାଦୁର୍ନୀତି କରି ଲରମ୍ଭା ସେକ୍ସନ ଫରେଷ୍ଟର ପ୍ରିୟବ୍ରତ ନାଏକ ନିଲମ୍ବିତ
  • ||
  • ଫୁଲବାଣୀ : ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଫୁଲବାଣୀ : ବେକରେ ଗାମୁଛା ଦେଇ ୮୩ ବର୍ଷୀୟ ବୃଦ୍ଧଙ୍କ ଆତ୍ମହତ୍ୟା
  • ||
  • ସମ୍ବଲପୁର ରେଜିଷ୍ଟ୍ରି ଅଫିସ୍‌ରେ ଅଚାନକ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ, ଅଧିକାରୀଙ୍କୁ କଲେ ତାଗିଦ୍
  • ||
  • ଭଦ୍ରକ : ଓଲଗରେ ପାଞ୍ଚଶହ ବର୍ଷର ପୁରାତନ ପରମ୍ପରା ଲାଖବିନ୍ଧା ଅନୁଷ୍ଠିତ, ଶହଶହ ଲୋକଙ୍କ ଭିଡ଼
  • ||
  • ଭୋଗରାଇ : ୬ ଦଫା ଦାବି ନେଇ ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କ ଆନ୍ଦୋଳନ, ବସ୍ ଚଳାଚଳ ଠପ
  • ||
  • ଉଦଳା : ସିସିଟିଭିରେ ଶାଢ଼ୀ ଢାଙ୍କି ଲୁଟ୍‌, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ବିଣିକା : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌, ୨ ମୃତ
  • ||
  • ଭୁବନେଶ୍ୱରରେ ଭସାଣି ପାଇଁ ଟ୍ରାଫିକ କଟକଣା, ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ସିଲ୍‌
  • ||
  • ଚୌଦ୍ୱାର : ସିରିଜ୍ ଚୋରି ଘଟଣାର ପର୍ଦ୍ଦାଫାସ, ୩ ଗିରଫ
  • ||
  • ସାଲେପୁର : କେନାଲରେ ବୁଡି ବୃଦ୍ଧ ମୃତ, ପୋଲିସର ତଦନ୍ତ ଜାରି
  • ||
  • ସରିଲା ଦୁର୍ଗାପୂଜା; ଆଜି ମା' ନେବେ ମାଲାଣି, ଭସାଣି ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି
  • ||
  • କଟକରେ ଭସାଣି ଉପଲକ୍ଷେ ଟ୍ରାଫିକ କଟକଣା ଲାଗୁ, ପ୍ରେସ୍ ରିଲିଜ ଜରିଆରେ ସୂଚନା
  • ||
  • କାମାକ୍ଷାନଗର : ଡିଭାଇଡରରେ ପିଟିହୋଇ ଓଲଟିଲା ଗାଡି; ଜଣେ ଗୁରୁତର, ୩ଆହତ
  • ||

କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ

ନୂଆଦିଲ୍ଲୀ,୧୭/୦୯: କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ କନିଷ୍ଠ ଡାକ୍ତରଙ୍କ ଆନ୍ଦୋଳନର ହୋଇଛି । ମଧ୍ୟରାତ୍ରିରେ ବଡ଼ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କୋଲକାତା ପୋଲିସ କମିଶନର ବିନୀତ ଗୋୟଲଙ୍କୁ ବିଦା କରିଛନ୍ତି ମମତା ।ଏଥିସହ ସ୍ବାସ୍ଥ୍ୟ ବିଭାଗର ଦୁଇ ବରିଷ୍ଠ ଅଧିକାରୀଙ୍କୁ ବଦଳି କରାଯାଇଛି । ଡାକ୍ତରମାନେ କରିଥିବା ୫ଟି ଦାବି ମଧ୍ୟରୁ ତିନୋଟିକୁ ତତ୍କାଳ ପୂରଣ କରାଯାଇଥିବାବେଳେ ଅନ୍ୟ ଦାବିର ସମାଧାନ ଲାଗି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ କୌଣସି ଦଣ୍ଡବିଧାନ କରାଯିବ ନାହିଁ ବୋଲି ମମତା ପ୍ରତିଶ୍ରୁତି ଦେଇଛନ୍ତି ।

ତେବେ ଆର୍‌.ଜି.କର ମେଡିକାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ରୋଗୀସେବାରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଗତକାଲି ରାତିରେ ଆନ୍ଦୋଳନରତ ଜୁନିୟର ଡାକ୍ତରମାନଙ୍କ ସହ ଆଲୋଚନା ପାଇଁ ପଞ୍ଚମ ଓ ଶେଷ ନିମନ୍ତ୍ରଣ କରିଥିଲେ ମମତା । ଗତକାଲି ଡାକ୍ତରଙ୍କ ୩୫ ଜଣିଆ ଡାକ୍ତରୀ ଟିମ ଲାଇଭ୍ ଷ୍ଟ୍ରିମିଂ ଦାବିରୁ ଓହରିବା ସହିତ ଆଲୋଚନାକୁ ଆସିଥିଲେ । ପ୍ରତିନିଧି ପଶ୍ଚିମବଙ୍ଗ ସରକାରଙ୍କର ୨ ଘଣ୍ଟା ଆଲୋଚନା କରିଥିଲେ। ଡାକ୍ତରମାନଙ୍କର ରହିଥିବାକୁ ପଶ୍ଚିମବଙ୍ଗ ସରକାର ଗ୍ରହଣ କରିଥିବା ଜଣାପଡିଛି ।  ସରକାରଙ୍କ ପକ୍ଷରୁ ବୈଠକର ଭିଡିଓ ରେକର୍ଡିଂ କରାଯାଇଥିଲା । ଆନ୍ଦୋଳନରତ ଡାକ୍ତର ଆର୍‌ଜି କର ହସ୍ପିଟାଲ୍‌ରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ପୀଡ଼ିତାଙ୍କୁ ନ୍ୟାୟ ସମେତ ମୋଟ୍‌ ୫ଟି ଦାବି କରିଥିଲେ। 


ସେ ଦାବିଗୁଡ଼ିକ ହେଲା ଡା.ସନ୍ଦୀପ ଘୋଷଙ୍କୁ ଦଣ୍ଡ, କୋଲକାତା ପୁଲିସ କମିଶନର ବିନୀତ ଗୋୟଲଙ୍କ ଇସ୍ତଫା, ସବୁ ମେଡିକାଲ ପେସାର ବ୍ୟକ୍ତିବିଶେଷଙ୍କୁ ସୁରକ୍ଷା ଏବଂ ଧମକ ସଂସ୍କୃତିରେ ପୂର୍ଣ୍ଣଛେଦ।  ଡାକ୍ତରଙ୍କ ସହିତ ଆଲୋଚନା ପାଇଁ ୨ ଦିନ ତଳେ ମୁଖ୍ୟମନ୍ତ୍ରୀ ବୈଠକର ଆୟୋଜନ କରିଥିଲେ। କିନ୍ତୁ ବୈଠକକୁ କୌଣସି ଡାକ୍ତର ଆସି ନ ଥିଲେ। ଫଳରେ ୨ ଘଣ୍ଟା ଅପେକ୍ଷା କରିବା ପରେ ମମତାଙ୍କୁ ନିରାଶ ହୋଇ ବୈଠକରୁ ଫେରିବାକୁ ପଡ଼ିଥିଲା। ଡାକ୍ତରମାନେ ଶନିବାର ସ୍ଵାସ୍ଥ୍ୟ ଭବନ ସାମ୍ନାରେ ଆନ୍ଦୋଳନ କରି ଧାରଣାରେ ବସିଥିଲେ। ଏହି ସମୟରେ ମମତା ସେଠାରେ ପହଞ୍ଚି ଡାକ୍ତରମାନଙ୍କୁ ଭେଟି ଆଲୋଚନା କରିଥିଲେ। ମମତା ଆନ୍ଦୋଳନ ସ୍ଥଳରେ ପହଞ୍ଚି ମାଇକ ଧରି ଡାକ୍ତରଙ୍କ ସହିତ କଥା ହେବାକୁ ଉଦ୍ୟମ କରିଥିଲେ। କିନ୍ତୁ ଡାକ୍ତରମାନେ ସେଠାରେ ଜୋରରେ ପାଟି କରି ବିରୋଧ ପ୍ରଦର୍ଶନ କରିଥିଲେ। ଶେଷରେ ଡାକ୍ତରମାନଙ୍କ ୫ଟି ଦାବିରୁ ୩ଟିକୁ ତତ୍କାଳ ପୂରଣ କରୁଛନ୍ତି ମମତା । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.