ମୁଖ୍ୟମନ୍ତ୍ରୀଙ୍କ ଜ୍ଞାନରେ ଅଭିଭୂତ ରୋମ୍ ଐତିହାସିକ

ଭୁବନେଶ୍ୱର,୬/୭ : ମୁଖ୍ୟମନ୍ତ୍ରୀଙ୍କ ରୋମ୍ ଗସ୍ତର ଏକ ଭିଡିଓ ସାମ୍ନାକୁ ଆସିଛି । ଆଉ ଏହି ଭିଡିଓରେ ରୋମ୍ର ପ୍ରସିଦ୍ଧ ଐତିହାସିକ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ପ୍ରଶଂସା କରିଛନ୍ତି, ତାହାକୁ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ତାଙ୍କ ଇନ୍ଷ୍ଟାଗ୍ରାମରେ ଅପ୍ଲୋଡ କରିଛନ୍ତି ।
ରୋମର ବିଭିନ୍ନ ଐତିହାସିକ ସ୍ଥଳୀକୁ ମୁଖ୍ୟମନ୍ତ୍ରୀ ବୁଲି ଦେଖିଥିଲେ । ରୋମ୍ର ଜଣେ ସୁପ୍ରସିଦ୍ଧ ଐତିହାସିକ ମୁଖ୍ୟମନ୍ତ୍ରୀଙ୍କୁ ରୋମ୍ର ପୁରୁଣା ଐତିହ୍ୟ ଓ ସଂସ୍କୃତି ବିଷୟରେ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ମୁଖ୍ୟମନ୍ତ୍ରୀ ରୋମ୍ର ପ୍ରାଚୀନ ଐତିହ୍ୟ ଓ ସଂସ୍କୃତି ବିଷୟରେ ଏହି ଐତିହାସିକ ଜଣଙ୍କୁ ଯେଉଁ ତଥ୍ୟ ଦେଇଥିଲେ ସେଥିରେ ଅଭିଭୂତ ହୋଇଥିଲେ ଐତିହାସିକ । ଜଣେ ବିଶ୍ୱପ୍ରସିଦ୍ଧ ଲେଖକ ଭାବେ ପରିଚିତ ମୁଖ୍ୟମନ୍ତ୍ର ରୋମ୍ର ଇତିହାସକୁ ନେଇ ଯେଉଁ ଜ୍ଞାନ ବଖାଣିଛନ୍ତି, ସେଥିରେ ଐତିହାସିକ ଜଣକ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ । ପ୍ରାଚୀନ ଇତିହାସ କେବଳ ନୁହେଁ, ବିଶ୍ୱ ସାହିତ୍ୟ ଜଗତରେ ମଧ୍ୟ ଖ୍ୟାତି ସାଉଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ।