ମୁମ୍ବାଇ,୦୬/୮: ବଲିଉଡ ଅଭିନେତ୍ରୀ ରିମି ସେନ ଏବେ ତାଙ୍କ ଲୁକକୁ ନେଇ ଚର୍ଚ୍ଚାରେ । ସେ ଦୀର୍ଘ ଦିନରୁ ପରଦାରୁ ଦୂରେଇ ଯାଇଥିବା ବେଳେ ବର୍ତ୍ତମାନ ସୋସିଆଲ ମିଡିଆରେ ସେୟାର କରିଥିବା ଲାଟେଷ୍ଟ ଫଟୋରେ ତାଙ୍କୁ ନୂଆ ଲୁକ ସହ ଦେଖିବାକୁ ମିଳିଛି । ଯାହାକୁ ଦେଖି ଫ୍ୟାନ୍ସ ଆଦୌ ବିଶ୍ୱାସ କରିପାରୁନାହାନ୍ତି । ଏପରି ସମୟରେ ସମସ୍ତେ ଅଭିନେତ୍ରୀ ପ୍ଲାଷ୍ଟିକ ସର୍ଜରୀ କରିଥିବା ଅଭିଯୋଗ କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଟ୍ରୋଲର୍ସଙ୍କୁ ଉଚିତ୍ ଜବାବ ଦେଇଛନ୍ତି ରିମି ।
ଏକ ସାକ୍ଷାତକାରରେ ଅଭିନେତ୍ରୀ କହିଛନ୍ତି ଯେ,''ଯଦି ଲୋକମାନେ ଭାବୁଛନ୍ତି ଯେ ମୁଁ ପ୍ଲାଷ୍ଟିକ୍ ସର୍ଜରୀ କରିସାରିଛି । ଯଦି ଏହା ସକରାତ୍ମକ, ଏହା ମୋ ପାଇଁ ବହୁତ ଭଲ । ମୁଁ ପ୍ଲାଷ୍ଟିକ୍ ସର୍ଜରୀ ନକରି ଲୋକମାନେ ଆଲୋଚନା କଲେଣି । ମୁଁ କେବଳ ଫିଲ୍ଟର୍, ବୋଟକ୍ସ, PRP ଚିକିତ୍ସା କରିଛି, ଅନ୍ୟ କିଛି ନୁହେଁ ।'' ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ବାହାରେ ଅନେକ ଭଲ ଡାକ୍ତର ଅଛନ୍ତି ଯେଉଁମାନେ ଫେସେଲିଫ୍ଟରେ ବହୁତ ଭଲ । ମୁଁ ମଧ୍ୟ ଏହା କରିବାକୁ ଚାହୁଁଛି, କିନ୍ତୁ ମୁଁ ୫୦ବର୍ଷ ବୟସ ପରେ ଏହା ବିଷୟରେ ଚିନ୍ତା କରିବି । ବର୍ତ୍ତମାନ ଏହି ସବୁରେ କାମ ଚଲାଉଛି ।''ତେବେ ଅଭିନେତ୍ରୀ ରିମି ସେନ ହଙ୍ଗାମା, ଧୁମ୍, ଗୋଲମାଲ ଭଳି ଅନେକ ଫିଲ୍ମରେ ନିଜର ଜଲଓ୍ବା ଦେଖାଇଛନ୍ତି ।