ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଖେଳ ଚାଲିଥିଲା, ପଡ଼ିଆ ବାହାରେ ଲୁଚି ଲୁଚି ରୋହିତ କରୁଥିଲେ କ'ଣ; ସର୍ପୋଟ ଷ୍ଟାଫ‌ଙ୍କ ପଛରେ ହିଟ୍‌ ମ୍ୟାନ୍‌ ଲୁଚି ଲୁଚି ଖାଉଥିଲେ କି ବଡାପାଓ ?

ଅହମ୍ମଦାବାଦ, ୧୫/ ୩: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟି-୨୦ ମ୍ୟାଚ୍‌ ଟିମ୍‌ ଇଣ୍ଡିଆ ଜିତିବା ପରେ ଇଶାନ୍‌ ଓ ବିରାଟଙ୍କ ଦମଦାର୍‌ ଇନିଂସ୍‌କୁ ନେଇ ଚର୍ଚ୍ଚା ଲାଗି ରହିଛି। ଏସବୁ ମଧ୍ୟରେ ଏପର୍ଯ୍ୟନ୍ତ ଗୋଟିଏ ବି ଟି-୨୦ ମ୍ୟାଚ୍‌ ଖେଳି ନଥିବା ରୋହିତ ଶର୍ମାଙ୍କୁ ନେଇ ଲାଗି ରହିଛି ଚର୍ଚ୍ଚା। ଶିଖର ଓ ରାହୁଲ ଫ୍ଲପ୍‌ ହେବା ପରେ ରୋହିତଙ୍କୁ ତୃତୀୟ ଟି-୨୦ରେ ସୁଯୋଗ ମିଳୁ ବୋଲି ଫ୍ୟାନ୍ସ ମାନେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏସବୁ ବ୍ୟତୀତ ରୋହିତ ଆଉ ଏକ କାରଣ ପାଇଁ ଏବେ ଚର୍ଚ୍ଚାରେ।

ପ୍ରଥମ ଦୁଇଟି ଟି-୨୦ ମ୍ୟାଚ୍‌ ଖେଳି ନଥିବା ରୋହିତଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରୋହିତ ଦଳର ଜଣେ ସହଯୋଗୀ ଷ୍ଟାଫ୍‌ଙ୍କ ପଛରେ ବସି ଲୁଚେଇ ଲୁଚେଇ ଖାଉଥିବାର ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଭିଡିଓଟିରେ ରୋହିତ ଦଳର ଜଣେ ସହଯୋୀ ଷ୍ଟାଫଙ୍କ ପଛ ପଟେ ବସି ଲୁଚିକି ଖାଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

କିଛି କ୍ରିକେଟ ପ୍ରେମୀ ରୋହିତ ବଡ଼ା ପାଓ୍ବ ଖାଉଛନ୍ତି ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ହେଲେ ଅସଲରେ ରୋହିତ କ'ଣ ଖାଉଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।

https://twitter.com/WhiteDevil18_/status/1371161674229690374?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1371161954341941249%7Ctwgr%5E%7Ctwcon%5Es3_&ref_url=https%3A%2F%2Fwww.dnaindia.com%2Fcricket%2Freport-rohit-sharma-spotted-eating-while-hiding-behind-support-staff-fans-guess-its-vada-pav-2881143

ସୂଚନାଥାଉକି, ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟି-୨୦ରେ ଟିମ୍‌ ଇଣ୍ଡିଆ ଦମଦାର ବିଜୟ ହାସଲ କରିଛି। ଯୁବ ବ୍ୟାଟସମ୍ୟାନ୍‌ ଇଶାନ୍‌ କିଷାନ୍‌ ଓ ବିରାଟଙ୍କ ଶାନଦାର ଅର୍ଦ୍ଧଶତକୀୟ ଇନିଂସ୍‌ ବଳରେ ଦ୍ବିତୀୟ ଟି-୨୦ରେ ବାଜି ମାରିଛି ବିରାଟ ବାହିନୀ। ୧୬୫ ରନର ବିଜୟ ଲକ୍ଷ୍ୟକୁ ଭାରତୀୟ ଦଳ ୧୭.୫ ଓଭର ରେ ୩ ଓ୍ବିକେଟ ହରାଇ ହାସଲ କରିଛି।

୧୬୫ ରନର ବିଜୟ ଲକ୍ଷ୍ୟ ପିଛା କରି ଟିମ୍‌ ଇଣ୍ଡିଆର ଦୁଇ ଅପନର ବ୍ୟାଟସମ୍ୟାନ୍‌ କେଏଲ ରାହୁଲ ଓ ଯୁବ ବ୍ୟାଟସମ୍ୟାନ୍‌ ଇଶାନ୍‌ କିଷାନ ବ୍ୟାଟିଂ କରିବାକୁ ଆସିଥିଲେ। ହେଲେ ପ୍ରଥମରୁ ହିଁ ଭାରତୀୟ ଦଳକୁ ଲାଗିଥିଲା ଜୋରଦାର ଝଟକା। କେଲ ରାହୁଲ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିଅନ୍‌ ଫେରିଥିଲେ। ଏହାପରେ ବିରାଟ ଓ ଇଶାନ୍‌ ଦମଦାର ଶଟ୍‌ ଖେଳି ଇଂଲଣ୍ଡ ବୋଲରକୁ ଜବରଦସ୍ତ ପ୍ରହାର କରିଥିଲେ। ପ୍ରଥମ ଇଣ୍ଟରନ୍ୟାଶନାଲ୍‌ ମ୍ୟାଚ୍‌ ଖେଳୁଥିବା ଇଶାନ୍‌ କିଷାନ ୩୨ ବଲରେ ଧୂଆଦାର ୫୬ ରନ୍‌ କରି ଆଦିଲ ରାସିଦଙ୍କ ବଲରେ ଏଲବିଡ୍ବ୍ଲୁ ଆଉଟ୍‌ ହାଇ ପ୍ୟାଭିଲିଅନ୍‌ ଫେରିଥିଲେ। ଏହାପରେ ବିରାଟଙ୍କ ସାଥ୍‌ ଦେବାକୁ ଯୁବ ଓ୍ବିକେଟ କିପର ବ୍ୟାଟସମ୍ୟାନ୍‌ ଋଷଭ ପନ୍ତ ମଇଦାନକୁ ଆସିଥିଲେ। ପନ୍ତ ଆରମ୍ଭରୁ ଆକ୍ରାତ୍ମକ ସଟ୍‌ ଖେଳିବା ଆରମ୍ଭ କରିଥିଲେ। ପନ୍ତ ମାତ୍ର ୧୩ଟି ବଲ୍‌ ଖେଳି ୨୦୦ ଷ୍ଟ୍ରାଇକ୍‌ ରେଟରେ ୨୬ ରନ୍‌ କରି କ୍ରିସ୍‌ ଜୋର୍ଡାନଙ୍କ ଶିକାର ହୋଇଥିଲେ।

ଏହାପରେ ବିରାଟଙ୍କ ଅପରାଜିତ ୭୩ ଓ ଶ୍ରେୟସଙ୍କ ୮ ରନ୍‌ ବଳରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ବିଜୟ ହାସଲ କରିଛି। ଏଥିସହିତ ୫ ଟିକିିଆ ମ୍ୟାଚ୍‌ ବିଶିଷ୍ଟ ସିିରିଜ ୧-୧ରେ ବରାବର ହୋଇଛି। ସିରିଜର ତୃତୀୟ ମ୍ୟାଚ୍‌ ମାର୍ଚ୍ଚ ୧୬ ତାରିଖରେ ଖେଳାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.