ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କ୍ୟୁଆର କୋଡ଼ ନେଇ ଭାରତୀୟ ସ୍ବାମୀ ଖୋଜୁଛନ୍ତି ଋଷିଆନ ଇନଫ୍ଲ୍ୟୁନ୍ସେର, ଭିନ୍ନ ଉପାୟ ଲୋକଙ୍କ ଧ୍ୟାନ ଟାଣୁଛି

ନୂଆଦିଲ୍ଲୀ,୫/୬ : ସୋସିଆଲ ମିଡ଼ିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭାଇରାଲ ହୋଇଥାଏ । ଲୋକମାନଙ୍କ ମନକୁ ଛୁଇଁଥାଏ । କଣ୍ଟେଣ୍ଟ ଜବରଦସ୍ତ ହୋଇଥିଲେ ତାହା ଖୁବଶୀଘ୍ର ଭାଇରାଲ ହେବାକୁ ଲାଗିଥାଏ । ଆଜିର ଇଣ୍ଟରନେଟ ଯୁଗରେ ଏହା କୌଣସି ନୂଆ କଥା ନୁହେଁ। ପ୍ରତିଦିନ ଏଭଳି କିଛି ଭିଡ଼ିଓ ସାମ୍ନାକୁ ଆସିଥାଏ । ଠିକ୍ ଏଭଳି ଏକ  ଭିଡ଼ିଓ ଏବେ ସାମ୍ନାକୁ ଆସିଛି । ଯାହା ଖୁବ୍ ଭାଇରାଲ ହୋଇଛି । ଏହି ଭିଡ଼ିଓରେ ଜଣେ ଋଷିୟନ ଇନଫ୍ଲ୍ୟୁନ୍ସେର ଦିନାରା ସେୟାର କରିଛନ୍ତି । ଯେଉଁଥିରେ ସେ କହିଛନ୍ତି କି ତାଙ୍କୁ ଜଣେ ଭାରତୀୟ ବର ଆବଶ୍ୟକ । 

ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ନାଲୀ ଶାଢୀ ପିନ୍ଧି ଋଷିୟନ ଇନଫ୍ଲ୍ୟୁନ୍ସେର ଦିନାରା ଏକ ମଲରେ ଠିଆ ହୋଇଥିବା ନଜର ଆସୁଛନ୍ତି । ଏହି ସମୟରେ ସେ ନିଜ ହାତରେ ଏକ ପୋଷ୍ଟର ଧରିଛନ୍ତି, ଯେଉଁଥିରେ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲର କ୍ୟୁଆର କୋର୍ଡ଼ ଦେଖାଯାଉଛି । ଯାହା ଉପରେ ଲେଖା ଯାଇଛି କି , ମୋତେ ଭାରତୀୟ ସ୍ବାମୀ ଆବଶ୍ୟକ ।’ ଖାଲି ଏତିକି ନୁହେଁ ଏହାସହ ମେସେଜ କରିବା କଥା ବି ଲେଖିଛନ୍ତି । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏହି ଭିଡ଼ିଓକୁ ସେୟାର କରି ଦିନାରା କ୍ୟାପଶନରେ ଲେଖିଛନ୍ତି କି, ‘ମୋତେ ଖୋଜିବାରେ ସାହାଯ୍ୟ କରନ୍ତୁ’ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.