ନୂଆଦିଲ୍ଲୀ,୦୯/୦୬; ଭାରତୀୟ ଏ ଦଳ ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଅଛି । ଶ୍ରୀଲଙ୍କା A ଏବଂ ଆଫଗାନିସ୍ତାନ A ବିପକ୍ଷରେ ଏକ ତ୍ରିକୋଣୀୟ ODI ସିରିଜରେ ଅଂଶଗ୍ରହଣ କରୁଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଆଜି ଭାରତ A ବନାମ ଶ୍ରୀଲଙ୍କା A ମଧ୍ୟରେ ଡାମ୍ବୁଲାରେ ଖେଳାଯାଉଛି । ଭାରତୀୟ ବ୍ୟାଟର ଋତୁରାଜ ଗାୟକ୍ୱାଡ ପୁଣି ଥରେ ତାଙ୍କର ଶତକ ସହିତ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଛନ୍ତି । ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଚତୁର୍ଥ ନମ୍ବରରେ ଆସିବା ପରେ, ଗାୟକୱାଡ ମୋଟ ୧୧୪ ବଲ୍ ସାମ୍ନା କରି ୮୮.୫୯ ଷ୍ଟ୍ରାଇକ୍ ରେଟରେ ୧୦୧ ରନ କରିଥିଲେ। ସେଥିରେ ୬ଟି ଚୌକା ଏବଂ ୩ଟି ଛକା ସାମିଲ । ଋତୁରାଜଙ୍କର ଲିଷ୍ଟ A କ୍ୟାରିୟରରେ ୨୧ତମ ଶତକ । କ୍ୟାପ୍ଟେନ୍ ତିଲକ ବର୍ମା ବି ୯୭ ବଲରେ ୬୦ ରନର ଇନିଂସ ଖେଳିଛନ୍ତି ।
ପ୍ରଥମେ ବ୍ୟାଟିଂ କରି ପ୍ରଭସିମରନ ସିଂହ ଏବଂ ବ୍ୟାଟିଂ ବିସ୍ମୟ ବୈଭ ସୂର୍ଯ୍ୟବଂଶୀ ଓପନିଂ କରିଥିଲେ । ପ୍ରଭସିମରନ ୧୧ ବଲରେ ୨ରନ୍ କରି ଆଉଟ୍ ହୋଇଥିଲେ । ଆଇପିଏଲରେ ଚମକିଥିବା ବୈଭବ ନିରାଶ କରିଥିଲେ । ୧୨ ବଲରେ ମାତ୍ର ୧୪ ରନ୍ କରି ପାଭିଲିୟନ ଫେରିଥିଲେ । ତୃତୀୟ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ପ୍ରିୟାଂଶ ଆର୍ଯ୍ୟ ୩୨ ରନ୍ କରିଥିଲେ । ଚତୁର୍ଥ ନମ୍ବରରେ ଆସିଥିବା ଉପ-ଅଧିନାୟକ ଋତୁରାଜ ୧୧୪ ବଲରେ ୧୦୧ ରନର ଦମଦାର ଇନିଂସ ଖେଳିଛନ୍ତି । ଅଧିନାୟକ ତିଲକ ବର୍ମା ବି ତାଙ୍କୁ ସାଥ ଦେଇ ୯୭ ବଲରେ ୬୦ରନର ଇନିଂସ ଖେଳିଛନ୍ତି ।
ଅନ୍ୟ ମାନଙ୍କ ମଧ୍ୟରେ ଆୟୁଷ ବଦୋନି ୨୪ ରନ୍, ସୂୟଶଂ ୨୬ ଏବଂ ଅନୁକୂଳ ରଏ ୧ ରନ୍ କରିଛନ୍ତି । ଭାରତ ଏ ଶ୍ରୀଲଙ୍କା ଆଗରେ ୨୭୮ ରନର ଟାର୍ଗେଟ ଦେଇଛି । ଶ୍ରୀଲଙ୍କା ପକ୍ଷରୁ ମହମ୍ମଦ ସିରାଜରେ ୨ଟି ୱିକେଟ୍ ନେଇଛନ୍ତି । ଚାମିକା କରୁଣାତ୍ନେ, ଗାରୁକା ସାଙ୍କେଟ ଏବଂ ଭାନୁଜା ସାହାନା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି । ରିପୋର୍ଟ ଲେଖାଯିବା ସୁଦ୍ଧା ୨୭୮ ରନର ପିଛା କରି ଶ୍ରୀଲଙ୍କା ଏ ଦଳ ୧୦ ଓଭର ଖେଳ ସୁଦ୍ଧା ୬୭ ରନ୍ କରିଛି ।
ଏହା ବି ପଢନ୍ତୁ...Arjun Tendulkar: ୨୫ ବଲରେ ୫୦, ୩ ୱିକେଟ୍; ୱାଙ୍ଖେଡରେ ଅର୍ଜୁନ ବିସ୍ଫୋରଣ, ଲକ୍ଷ୍ନୌକୁ ଦେଲେ ଜବାବ୍
Innings Break!
— BCCI (@BCCI) June 9, 2026
India A put up a strong total of 277/6 after 50 overs 👏
Vice-captain Ruturaj Gaikwad's 1️⃣0️⃣1️⃣(114) and Captain Tilak Varma's 6️⃣0️⃣(97) led the charge 🔝
Scorecard ▶️ https://t.co/nwKDTkg1ZY#TriNationSeries | #SLAvINDA pic.twitter.com/ceqxYs0XEC