ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ଗୋଟିଏ ପରାଜୟ ପାଇଁ ଦଳକୁ ଜଜ୍‌ କରିବା ଉଚିତ ନୁହେଁ, ଏବେ ବି ଟିମ୍‌ ଇଣ୍ଡିଆ ଶୀର୍ଷରେ ରହିଛି: ତେନ୍ଦୁଲକର

ନୂଆଦିଲ୍ଲୀ ୧୩/ ୧୧: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରୁ ବିଦାୟ ନେଇସାରିଛି ଭାରତ । କିନ୍ତୁ ସେମି-ଫାଇନାଲରେ ଲଜ୍ଜାଜନକ ପରାଜୟକୁ କେବେ ଭୁଲିବନି ଟିମ୍‌ ଇଣ୍ଡିଆ । ବିଶ୍ବକପ ସେମି-ଫାଇନାଲ ଭଳି ମ୍ୟାଚରେ ଭାରତକୁ ୧୦ ଓ୍ବିକେଟରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି ଇଂଲଣ୍ଡ । ଯାହାକୁ ନେଇ କ୍ରିକେଟ୍‌ ପ୍ରଶଂସକ ନିରାଶ ହୋଇପଡିଛନ୍ତି । ଏହାରି ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ।

ତେନ୍ଦୁଲକର କହିଛନ୍ତି, ଇଂଲଣ୍ଡ ବିପକ୍ଷରେ ଭାରତ ଯେଉଁଭଳି ଭାବେ ପରାସ୍ତ ହେଲା ସେଥିରେ ସେ ମଧ୍ୟ ଅତ୍ୟନ୍ତ ନିରାଶ ହୋଇଛନ୍ତି । କିନ୍ତୁ ଗୋଟିଏ ପରାଜୟ ପାଇଁ ଦଳକୁ ଜଜ୍‌ କରିବା ଠିକ୍‌ ହେବନାହିଁ । ଅବଶ୍ୟ ସେମି-ଫାଇନାଲ ଯେହେତୁ ଖୁବ ସମ୍ବେଦନଶୀଳ ଥିଲା । ତଥାପି କ୍ରିକେଟରେ କିଛି ବି ସମ୍ଭବ । ଆମମାନେ ଭାରତୀୟ ଦଳର ପ୍ରଶଂସକ। ତେଣୁ ଏଭଳି ସମୟରେ ଦଳକୁ ସମର୍ଥନର ଆବଶ୍ୟକତା ରହିଛି'।

ସଚିନ କହିଛନ୍ତି, 'ଭାରତ ଏବେ ବି ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟ୍ ଶୀର୍ଷରେ ରହିଛି । ବିଶ୍ବର ନଂ.୧ ଟି-୨୦ ଟିମ୍‌ ଭାବେ ଭାରତ ଏବେ ବି ଦବଦବା ଜାରି ରଖିଛି । ସେହି ଏକ ନମ୍ବର ମାନ୍ୟତା କେବଳ ଗୋଟିଏ ରାତିରେ ମିଳିଯାଇ ନାହିଁ । ବରଂ ଦୀର୍ଘଦିନ ଧରି ଭଲ କ୍ରିକେଟ ଖେଳିବା ପରେ ମିଳିଛି । ଯାହାକୁ କି ଭାରତ କରିପାରିଛି । ଏହା ସହିତ ସନ୍ତୁଳନ ରକ୍ଷା କରି ଦଳ ସଫଳତା ପାଇପାରିଛି'।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.