ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ଫେରିଲେ ସାମ୍‌ ପିଟ୍ରୋଡା, ପୁଣି ଇଣ୍ଡିଆନ ଓଭରସିଜ୍‌ କଂଗ୍ରେସର ଅଧ୍ୟକ୍ଷ ନିଯୁକ୍ତ

Image Courtesy: livemint

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ସମୟରେ ବିବାଦୀୟ ଟିପ୍ପଣୀ ଦେଇ ଇସ୍ତଫା ଦେଇଥିବା ସାମ ପିଟ୍ରୋଡାଙ୍କୁ ପୁଣି ଥରେ ଇଣ୍ଡିଆନ୍‌ ଓଭରସିଜ୍‌ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛି କଂଗ୍ରେସ ।କଂଗ୍ରେସର ସାଧାରଣ ସଂପାଦକ କେସି ବେଣୁଗୋପାଳ ପ୍ରେସ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ, କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କୁ ତତ୍କାଳ ପ୍ରଭାବରେ ଇଣ୍ଡିଆନ୍‌ ଓଭରସିଜ୍‌ କଂଗ୍ରେସର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି । 

 ଲୋକସଭା ନିର୍ବାଚନ ପ୍ରଚାର ସମୟରେ ସାମ ପିଟ୍ରୋଡା ମିଡିଆରେ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ, ଭାରତ ବିବିଧିତାରେ ପୂର୍ଣ୍ଣ । ଯେଉଁଠି ପୂର୍ବର ଲୋକେ ଚୀନ ଲୋକମାନଙ୍କ ଭଳି ଦେଖାଯାଉଛନ୍ତି । ପଶ୍ଚିମ ଭାରତର ଲୋକେ ଆରବ ଭଳି, ଉତ୍ତର ଭାରତର ଲୋକେ ୟୁରୋପ ଏବଂ ଦକ୍ଷିଣର ଲୋକମାନେ ଆଫ୍ରିକୀୟଙ୍କ ଭଳି ଦେଖାଯାଉଛନ୍ତି ।

ସାମ ପିଟ୍ରୋଡାଙ୍କ ଏହି ଟିପ୍ପଣୀକୁ ନେଇ ଦେଶରେ ବିବାଦ ଉଗ୍ର ରୂପ ଧାରଣ କରିଥିଲା।  ବିଜେପି ସାମ ପିଟ୍ରୋଡାଙ୍କ ଟିପ୍ପଣୀକୁ ବର୍ଣ୍ଣବୈଷମ୍ୟ  ଏବଂ ଦେଶ ବିଭାଜନକାରୀ ବୋଲି ଅଭିଯୋଗ କରିଥିଲା । ସେପଟେ ପିଟ୍ରୋଡାଙ୍କ ଟିପ୍ପଣୀକୁ ତାଙ୍କର ବ୍ୟକ୍ତିଗତ ବୋଲି କହି ଏଥିରୁ କଂଗ୍ରେସ ନିଜକୁ ଦୂରେଇ ରଖିଥିଲା । ସେପଟେ ବିବାଦ ବଢ଼ିବା ପରେ ସାମ ପିଟ୍ରୋଡା ଇସ୍ତଫା ଦେଇଥିଲେ । 

 

  • Congress
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.