ସମ୍ବଲପୁର, ୨୧/୮ : ସମ୍ବଲପୁର ଚାରଭାଟି ଛକରେ ହତ୍ଯାକାଣ୍ଡ। ଯୁବକଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ଯାକାଣ୍ଡ ହୋଇଥିବା ସୂଚନା । ମୃତ ଯୁବକ ହେଲେ ୩୨ବର୍ଷିୟ ଦୈତାରୀ ମିର୍ଦ୍ଧା । ସୂଚନା ଅନୁସରରେ , ଆଜି ରାତି ୯ଟା ପାଖାପାଖି ଦୈତାରୀ ଚାରଭାଟି ଛକରେ ଥିବାବେଳେ ଜଣେ ବ୍ଯକ୍ତିଙ୍କ ସହ ଝଗଡା ଆରମ୍ଭ ହୋଇଥିଲା । ବଚସା ଉଗ୍ର ରୂପ ନେବାରୁ ତେବେ ସମ୍ପୃକ୍ତ ବ୍ଯକ୍ତି ଦୈତାରୀଙ୍କୁ ଏକ କାଠ ପଟାରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ସେ ପଡ଼ିଯାଇଥିଲେ । ଏହାପରେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ସଦର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଶୁକ୍ରବାରଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମ...