ପ୍ରମୁଖ ଖବର
  • ଆହୁରି ଭୀଷଣ ହେବ ସୂର୍ଯ୍ୟଙ୍କ ପ୍ରକୋପ: ରାଜ୍ୟରେ ୩୦ ଯାଏ ରେଡ୍‌ ୱାର୍ଣ୍ଣିଂ, ଉପକୂଳ ଓ ପଶ୍ଚିମରେ ଅସମ୍ଭାଳ ତାତି
  • ||

୧୫ ଦିନ ତଳେ ଆସିଥିଲେ ଘରକୁ, ହତ୍ୟାକରି ଫିଙ୍ଗି ଦେଲେ ଦୁର୍ବୃତ୍ତ

ସମ୍ବଲପୁର,୬/ ୧୨: ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲିରେ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ଦୁବୁର୍ତ୍ତମାନେ ଫିଙ୍ଗି ଦେଇଥିବା ଅଭିଯୋଗ ଆସିିଛି। ଏଭଳି ଘଟଣା ଶନିବାର ରାତିରେ ହୋଇଥିବା ସୂଚନା ରହିଛି। ମୃତକ ଜଣଙ୍କ ପରିଚୟ ସୁନାପାଲି କ୍ଷେତିପଡ଼ଶର ଏମ.ଡି.ଅପତାର।

ମିଳିଥିବା ସୂଚନା ମୁତାବିକ, ମୃତକ ଅପତାର ନେପାଳରେ କାମ କରୁଥିଲେ। ସେ ୧୫ ଦିନ ତଳେ ନିଜ ଘର ସମ୍ବଲପୁର ସୁନାପାଲି କ୍ଷେତିପଡ଼ାକୁ ଆସିଥିଲେ। ହେଲେ ଗତକାଲି ତାଙ୍କୁ ହତ୍ୟା କରାଯାଇଥିବା ସହ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ଘଟଣା ସ୍ଥଳରେ ସଦର ପୁଲିସ୍‌ ଏସ୍‌ଡିପିଓ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଧନୁପାଲି ପୁଲିସ୍‌ ଏକ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.