ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଉତ୍ତରପ୍ରଦେଶ ସମ୍ଭଲ ମସ୍‌ଜିଦ୍‌ ସର୍ଭେ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ହାଇକୋର୍ଟଙ୍କ ବିନା ଆଦେଶରେ କୌଣସି ଆକ୍ସନ ନିଆଯାଇପାରିବନି

Published By : Swapna Ray | November 29, 2024 1:51 PM

ଉତ୍ତରପ୍ରଦେଶ ସମ୍ଭଲ ମସ୍‌ଜିଦ୍‌ ସର୍ଭେକୁ ନେଇ ହୋଇଥିବା ହିଂସାକାଣ୍ଡ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ । ନିମ୍ନ ଅଦାଲତକୁ ସୁପ୍ରିମକୋର୍ଟଙ୍କ ତାଗିଦ୍ । କହିଲେ, ହାଇକୋର୍ଟଙ୍କ ବିନା ଆଦେଶରେ କିଛି ଆକ୍ସନ ନିଆଯାଇପାରିବନି । ସମ୍ଭଲରେ ଶାନ୍ତି ବଜାୟ ରଖିବାକୁ ପ୍ରଶାନକୁ ନିର୍ଦ୍ଦେଶ । 

ଉତ୍ତରପ୍ରଦେଶ ସମ୍ଭଲ ମସ୍‌ଜିଦ୍‌ର ସର୍ଭେକୁ ନେଇ ହୋଇଥିବା ହିଂସାକାଣ୍ଡରେ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ । ନିମ୍ନ ଅଦାଲତକୁ ତାଗିଦ୍ କଲେ ସୁପ୍ରିମକୋର୍ଟ । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ନିମ୍ନ ଅଦାଲତଙ୍କ ଆକ୍ସନ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛି । ହାଇକୋର୍ଟଙ୍କ ବିନା ଆଦେଶରେ କିଛି ବି କରାଯାଇପାରିବନି । କହିରଖୁ କି, ଶୁଣାଣି ସମୟରେ ଯାଚିକାଙ୍କୁ ଏହା ପଚରାଯାଇଥିଲା ଯେ, ଏହି ମାମଲା ସୁପ୍ରିମକୋର୍ଟ ଆଣିବା ପୂର୍ବରୁ ପ୍ରଥମେ ହାଇକୋର୍ଟକୁ ଯିବା ଉଚିତ୍ ଥିଲା । କହିରଖୁ କି, ନିମ୍ନ ଅଦାଲତଙ୍କ ସର୍ଭେ ଆଦେଶକୁ ସୁପ୍ରିମକୋର୍ଟରେ ଜାମା ମସଜିଦ୍ କମିଟି ଚ୍ୟାଲେଞ୍ଜ କରିଥିଲା । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମଙ୍ଗଳବାର ଏହି ମାମଲାର ଶୁଣାଣି କରିଛନ୍ତି । ନିମ୍ନ ଅଦାଲତଙ୍କ ନିଷ୍ପତ୍ତି ଉପରେ ତୁରନ୍ତ ରୋକ ଲଗାଇବାକୁ ମୁସଲମାନ ପକ୍ଷ ଦାବି କରିଥିଲେ । ତେବେ ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାରେ ଥିବା ଜାମା ମସଜିଦ୍ ସର୍ଭେ କରିବାକୁ ଏକ ଟିମ୍ ସେଠାକୁ ଯାଇଥିଲେ । ଯାହା ପରେ ଏହି ହିଂସା କାଣ୍ଡ ଘଟିଥିଲା । ଜିଲ୍ଲା ପ୍ରଶାସନ ସମସ୍ତ ଦଳର ପ୍ରତିନିଧିଙ୍କୁ ଶାନ୍ତି ସମିତି ବଜାୟ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 

ନଭେମ୍ବର ୧୯ରେ ସମ୍ଭଲରେ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମ ସର୍ଭେ କରାଯାଇଥିଲା । ଯାହା ପରେ ଉତ୍ତେଜନାର ବାତାବରଣ ସୃଷ୍ଟି ହୋଇଥିଲା । ଏନେଇ କୋର୍ଟରେ ଏକ ପିଟିସନ ଦାଖଲ ହୋଇଥିଲା । ଦାବି କରାଯାଇଥିଲା ଯେ, ସମ୍ଭାଲରେ ଯେଉଁ ସ୍ଥାନରେ ଜାମା ମସଜିଦ୍ ନିର୍ମାଣ ହୋଇଛି ସେଠାରେ ପୂର୍ବରୁ ହରିହର ମନ୍ଦିର ଥିଲା । ରବିବାର ସର୍ଭେ ଟିମ୍ ପୁଣି ଥରେ ସର୍ଭେ ପାଇଁ ଏଠାକୁ ଯାଇଥିଲେ । କିନ୍ତୁ, ମସଜିଦ୍‌ରେ ଭିଡ଼ ଜମିବାରୁ ଲୋକେ ପୁଲିସ ଉପରକୁ ଟେକା, ପଥର ଫିଙ୍ଗିଥିଲେ । ଯାହା ପରେ ହିଂସା କାଣ୍ଡ ଘଟିଥିଲା । ଏହି ସମୟରେ ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଯେଉଁଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଥିଲେ । ସବ୍ ଇନ୍ସପେକ୍ଟର ଦୀପକ ରାଠୀଙ୍କ ଅଭିଯୋଗ କ୍ରମେ ଏହି ହିଂସା ମାମଲାରେ ପ୍ରଥମ ଏଫ୍ଆଇଆର୍ ରୁଜୁ ହୋଇଥିଲା । ଏହି ମାମଲାରେ ପ୍ରାୟ ୮୦ ଅଜ୍ଞାତ ଅଭିଯୁକ୍ତଙ୍କ ନାଁ ରହିଛି । ଧରାପଡ଼ିଥିବା ଅଭିଯୁକ୍ତମାନେ ହିଁ ଲୋକଙ୍କ ମଧ୍ୟରେ ହିଂସାକାଣ୍ଡରେ ଉସୁକାଉଥିବା କହିଛି ପୋଲିସ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.