ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ସମ୍ବିଧାନର ଅଷ୍ଟମ ଅନୁସୂଚିତରେ ମୁଣ୍ଡାରି ଭାଷାକୁ ଅନ୍ତର୍ଭୁକ୍ତ କରିବାକୁ ଦାବି କଲେ ବିଧାୟିକା ସଂଞ୍ଜଳୀ ମୁର୍ମୁ

Published By : Harapriya Sethi | December 13, 2024 8:45 AM

ବାଙ୍ଗିରିପୋଷି,୧୩/୧୨: ରାଜ୍ୟରେ ପ୍ରଚଳିତ ତଥା ବହୁଳ ବ୍ୟବହୃତ ମୁଣ୍ଡାରି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚିତରେ ଅନ୍ତର୍ଭୂକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଦାବିପତ୍ର ଜରିଆରେ ଦାବି ଜଣାଇଲେ ବିଧାୟିକା ସଂଞ୍ଜଳୀ ମୁର୍ମୁ । ମୁଣ୍ଡା ଏବଂ ମୁଣ୍ଡାରି ସମ୍ପ୍ରଦାୟ ଆଦିବାସୀ ଜନଜାତି ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବେଳେ ସାଂସ୍କୃତିକ ଏବଂ ଭାଷାଗତ ପରିଚୟକୁ ମଧ୍ୟ ଗଭୀର ଭାବରେ ଜଡିତ କରିଥାଏ।

ଓଡିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ ଏବଂ ଛତିଶଗଡ ରାଜ୍ୟରେ ପ୍ରାୟ ଛଅ ଲକ୍ଷରୁ ଅଧିକ ଆଦିବାସୀଙ୍କ ମଧ୍ୟରେ ମୁଣ୍ଡାରି ଭାଷାର ବହୁଳ ଭାବେ ବ୍ୟବହୃତ ହୋଇଥାଏ । ତଥାପି ଏହାର ମହତ୍ତ୍ୱ ଏବଂ ବ୍ୟାପକ ବ୍ୟବହାର ସତ୍ତ୍ୱେ, ମୁଣ୍ଡାରି ଏପର୍ଯ୍ୟନ୍ତ ଭାରତର ସମ୍ବିଧାନର ଅଷ୍ଟମ ଅନୁସୂଚିତରେ ଅନ୍ତର୍ଭୁକ୍ତ ହୋଇନାହିଁ । ମୁଣ୍ଡା ଓ ମୁଣ୍ଡାରି ଜନଜାତିର ସଂସ୍କୃତି, ସାମାଜିକ ଓ ଆର୍ଥିକ ସ୍ଥିତିକୁ ମଜଭୁତ କରିବାକୁ ସେମାନଙ୍କର ଭାଷାକୁ ସମ୍ୱିଧାନରେ ସ୍ଵୀକୃତି ଦେବା ଆବଶ୍ୟକ ବୋଲି ବିଧାୟିକା ସଂଞ୍ଜଳୀ ମୁର୍ମୁ ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି । ଭାରତ ସରକାରଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସେ ଅନୁରୋଧ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.