ନୂଆଦିଲ୍ଲୀ: ଅଭିନେତା ଶାହରୁଖ ଖାନ୍ଙ୍କ ପରେ ଅଭିନେତା ସଂଜୟ ଦତ୍ତ ଖାଦ୍ୟ ନଳୀ କ୍ୟାନସରରେ ପୀଡିତ ଅଛନ୍ତି। ମାରାତ୍ମକ କ୍ୟାନସରରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିଲେ ମଧ୍ୟ ସେ ଶାରୀରିକ ସ୍ତରରେ ଫିଟ୍ ଥିବା ଦେଖିବାକୁ ମିଳୁଛି । ନିକଟରେ ତାଙ୍କ ଶରୀରର ଫିଟ୍ନେସ୍କୁ ନେଇ ସେ ଖୁଲାସା କରିଛନ୍ତି । କ୍ୟାନସର ମୁକ୍ତ ଘୋଷିତ ହେବାର ୪ ବର୍ଷ ପରେ ୬୫ ବର୍ଷିୟ ଅଭିନେତା କହିଛନ୍ତି ଯେ, ସେ ତାଙ୍କ ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ତିନି ଘଣ୍ଟା ବ୍ୟାୟାମ କରନ୍ତି ।
ଫ୍ରି ପ୍ରେସ ଜର୍ଣ୍ଣାଲକୁ ମୁନା ଭାଇ ଷ୍ଟାର କହିଛନ୍ତି ଯେ, ମୁଁ ବହୁତ ପରିଶ୍ରମ କରିଥାଏ। ଏହା ପ୍ରତିଦିନ ପାଖାପାଖି ୩ ଘଣ୍ଟାରୁ ଅଧିକ ସମୟ । ମୋର ସ୍ବାସ୍ଥ୍ୟର ସ୍ଥିତି କାରଣରୁ ମତେ ବାସ୍ତବରେ ମୋର ଶରୀରକୁ ପ୍ରତି ସମୟରେ ସତେଜ ରଖିବାକୁ ପଡିଥାଏ । ଏଥିପାଇଁ ମୁଁ ୫୦ ଥର ପୁସ୍ଅପ୍ କରେ ।
୫୦ ଥର ପୁସ୍ଅପ୍ କରିବାର ଲାଭ ବିଷୟରେ ଅଧିକ ଜାଣିବା ପାଇଁ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲ୍, କନସଲଟାଣ୍ଟ ନ୍ୟୁରୋଲୋଜିଷ୍ଟ୍ ଡକ୍ଟର ସୁଧୀର କୁମାରଙ୍କ ସହ ଯୋଗାଯୋଗ କରାଯାଇଥିଲା, ଯିଏ କହିଥିଲେ ଯେ ହୃଦ୍ରୋଗ (ସିଭିଡି) ବିପଦ ପାଇଁ ପୁସ୍ ଅପ୍କୁ ଏକ ମାର୍କର୍ ଭାବରେ ବ୍ୟବହାର କରାଯାଇ ପାରିବ। ଡକ୍ଟର କୁମାର ଗଣମାଧ୍ୟମକୁ କହିଛନ୍ତି ଯେ, "ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଯେଉଁ ପୁରୁଷମାନେ ଏକ ସମୟରେ ୪୦ ରୁ ଅଧିକ ପୁସ୍-ଅପ୍ କରିପାରିବେ, ସେମାନଙ୍କ କ୍ଷେତ୍ରରେ ହୃଦଘାତର ଆସଙ୍କା ୯୬% କମ୍ ରହିଛି।
ଡକ୍ଟର କୁମାରଙ୍କ ଅନୁଯାୟୀ, ଏକ ସୁସ୍ଥ ଫିଟନେସ୍ ରୁଟିନ୍ ୪୦ ବର୍ଷରୁ ଅଧିକ ବୟସର ଲୋକମାନଙ୍କ କ୍ଷେତ୍ରରେ ସାର୍କୋପେନିଆ (ମାଂସପେଶୀ ଜନିତ କ୍ଷତି) ଏବଂ ଡାଇନାପେନିଆ (ମାଂସପେଶୀ ଶକ୍ତି ହରାଇବା) କୁ ରୋକିଥାଏ। ଏହା ଇନସୁଲିନ୍ ସମ୍ବେଦନଶୀଳତା ଉନ୍ନତ କରାଏ ଏବଂ ଟାଇପ୍-୨ ମଧୁମେହ ହେବାର ଆଶଙ୍କା କମାଇଥାଏ। ଜିମରେ କାର୍ଯ୍ୟ କରିବା ଦ୍ବାରା ବିପଦ କମିଯାଏ । ଅଧିକ ଓଜନ, ମେଦବହୁଳତା ଏବଂ ଡିସଲିପିଡେମିଆ (ଅସ୍ୱାଭାବିକ କୋଲେଷ୍ଟ୍ରଲ) ଏସବୁ ମଧ୍ୟ CVD ଏବଂ ଅକାଳ ମୃତ୍ୟୁ ହେବାର ଆଶଙ୍କା ହ୍ରାସ କରିଥାଏ ବୋଲି ଡ.କୁମାର କହିଛନ୍ତି।