PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ସପ୍ନା ଚୌଧୁରୀ ଡ୍ଯାନ୍ସ କରୁଥିବାବେଳେ ଷ୍ଟେଜ୍ ଉପରକୁ ପଥର ଫୋପାଡିଲେ ଦର୍ଶକ, ଭିଡିଓ ଭାଇରାଲ

ମୁମ୍ବାଇ ୨୬/୭: ଡ୍ଯାନ୍ସ କ୍ୱିଇନ୍ ସପ୍ନା ଚୌଧୁରୀଙ୍କ ସ୍ୱାଗ୍ କିଛି ଅଲଗା । କେବଳ ଡ୍ୟାନ୍ସ ଷ୍ଟେଜରେ ନୁହେଁ, ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ୍ । ତାଙ୍କ ଫ୍ୟାନ୍ସ ଫଲୋଇଂ ମଧ୍ଯ ବହୁତ ଅଧିକ । କିନ୍ତୁ ଅନେକ ଥର ତାଙ୍କ ଭଳି କଳାକାରଙ୍କୁ ଅନେକ ଅଜବ ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ । ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସପ୍ନା ଷ୍ଟେଜରେ ଡ୍ଯାନ୍ସ  କରିବା ସମୟରେ ଲୋକଙ୍କ ଉପରେ ବହେ ବର୍ଷିଛନ୍ତି ।

ଏହି ଭିଡିଓରେ ସପ୍ନାଙ୍କ ଷ୍ଟେଜ ପରଫର୍ମାନ୍ସ ସମୟରେ ସେ ନିଜ ସିଗ୍ନେଚର ସଙ୍ଗ ‘ତେରୀ ଆଖ୍ଯୋଁ କା ୟୋ କାଜଲ…’ରେ ଜୋରଦାର ଠୁମକା ଲଗାଉଥିଲେ । ଏହି ସମୟରେ ଅଚାନକ ମାଇକ୍ ନେଇ ଅଡିୟନ୍ସଙ୍କ ଉପରେ ବର୍ଷିବାକୁ ଲାଗିଲେ । ଦେଖନ୍ତୁ ଭିଡିଓ…

ଭିଡିଓ ଦେଖି ଜଣାପଡୁଛି ଯେ ଡ୍ୟାନ୍ସ ସମୟରେ ସପ୍ନାଙ୍କ ଉପରକୁ କେହି ଜଣେ ପଥର ଫୋପାଡିଛି ଏବଂ ଏହାପରେ ସପ୍ନା ପୁରା ଅଡିୟନ୍ସଙ୍କ ଉପରେ ବର୍ଷିଛନ୍ତି । ଯଦିଓ ଏହି ଭିଡିଓଟି ଟିକିଏ ପୂରୁଣା ତଥାପି ଏହା ଏବେ ଭାଇରାଲ ହେବାରେ ଲାଗିଛି ।  

କହିରଖୁଛୁ ସପ୍ନା ଚୌଧୁରୀ ଚଳିତ ବର୍ଷ ଆରମ୍ଭରେ ଫିଲ୍ମ ‘ଦୋସ୍ତି କେ ସାଇଡ୍ ଇଫେକ୍ଟ୍ସ’ରୁ ବଲିଉଡରେ ଆକ୍ଟିଂରେ ଡେବ୍ୟୁ କରିଛନ୍ତି । ଫିଲ୍ମକୁ ବକ୍ସ ଅଫିସରେ ଅଧିକ ସଫଳତା ମିଳିନଥିଲା କିନ୍ତୁ ଫିଲ୍ମରେ ସପ୍ନାଙ୍କ ଆକ୍ଟିଂକୁ ସମସ୍ତେ ପସନ୍ଦ କରିଥିଲେ ।

ସମ୍ବନ୍ଧିତ ଖବର