ବାଲିପାଟଣା,୨୭/୦୯: ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ । ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଲକ ଆମଣାକୁଦ ସରପଞ୍ଚ ମିତାଲି ମିଶ୍ରଙ୍କୁ ବହିଷ୍କାର କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।
ସୂଚନା ମୁତାବକ, ମିତାଲି ମିଶ୍ର ବାଲିପାଟଣା ବ୍ଲକ ଆମଣାକୁଦ ସରପଞ୍ଚ ଭାବରେ କାର୍ଯ୍ୟରତ ଥିଲେ । ଏହା ସତ୍ତ୍ବେ ମିତାଲିଙ୍କ ନାମରେ ବି- କ୍ଲାସ ଠିକାଦାର ଲାଇସେନ୍ସ ରହିଛି । ଏନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟକୁ ଅଭିଯୋଗ ଆସିବା ପରେ ଜିଲ୍ଲାପାଳ ଏହି ଘଟଣାର ତଦନ୍ତ କରିଥିଲେ । ତଦନ୍ତ ପରେ ମିତାଲିଙ୍କ ନାଁରେ ଆସିଥିବା ଅଭିଯୋଗ ସଠିକ ବୋଲି ପ୍ରମାଣିତ ହୋଇଥିଲା । ତେଣୁ ମିତାଲି ମିଶ୍ରଙ୍କୁ ସରପଞ୍ଚ ପଦରୁ ବହିଷ୍କାର କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।