PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ସରୁନି ଦାଦନ ଦୁଃଖ, ସହି ହେଉନି ଠିକାଦାର ଜୁଲୁମ୍… ରାଜ୍ୟ ବାହାରୁ ଉଦ୍ଧାର କରିବାକୁ ଗୁହାରୀ କଲେ ଦାଦନ ଶ୍ରମିକ

ଧର୍ମଗଡ଼, ୦୭/୦୫ : ସରୁନି ଦାଦନ ଦୁଃଖ। ପୁଣି ରାଜ୍ୟ ବାହାରୁ ଉଦ୍ଧାର କରିବାକୁ ଗୁହାରୀ କଲେ ଦାଦନ ଶ୍ରମିକ। ଇଟା ଭାଟିରେ କାମ କରିବା ପାଇଁ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକର ବେହେରାଗୁଡା ଏବଂ ରଏନଗୁଡାରୁ ତେଲେଙ୍ଗାନା ଯାଇଥିବା ଦାଦନ ଶ୍ରମିକମାନେ ଠିକାଦାରଙ୍କ ନିର୍ଯାତନାର ଶିକାର ହୋଇଛନ୍ତି। ଫଳରେ ଏହି ଶ୍ରମିକମାନେ ଭିଡିଓ କରି ସେମାନଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି।

ସୂଚନାନୁଯାୟୀ, ଧର୍ମଗଡ ବ୍ଲକ ବେହେରାଗୁଡା ଏବଂ ରଏନଗୁଡାର ଅନେକ ପରିବାର ତେଲେଙ୍ଗାନର ଏକ ଇଟା ଫ୍ୟାକ୍ଟ୍ରିରେ କାମ କରିବା ପାଇଁ ଯାଇଥିଲେ। ବଲାଙ୍ଗୀର ଜିଲ୍ଲାର ବେଣୁ ଦାସ ନାମକ ଜଣେ ଠିକାଦାର ଏହି ଦାଦନ ଶ୍ରମିକମାନଙ୍କୁ ତେଲଙ୍ଗାନା ରଙ୍ଗାରେଡ୍ଡୀ ଜିଲ୍ଲାର କବାଡିପଲ୍ଲୀ ଗାଁର ଏକ ଇଟା ଫ୍ୟାକ୍ଟ୍ରିରେ କାମ କରାଇବା ପାଇଁ ନେଇ ଯାଇଥିଲା। ପ୍ରଥମେ ସବୁ ଠିକ୍‌ଠାକ୍ ଥିଲା। ପରେ ଶ୍ରମିକମାନେ ପାରିଶ୍ରମିକ ମାଗିବାରୁ ଆରମ୍ଭ ହୋଇଗଲା ଜୁଲୁମ୍। ଠିକାଦାର କାମ କରିବା ପାଇଁ ଜୋର ଜବରଦସ୍ତି କରୁଥିବା ବେଳେ କାମ ନକଲେ ନିର୍ଯାତନା ଦେଉଛି। ଏପରିକି ସେମାନଙ୍କୁ ଏକ ସ୍ଥାନରେ ବନ୍ଦୀ କରି ରଖାଯାଇଛି। ଫଳରେ ଏହି ଦାଦନ ଶ୍ରମିକମାନେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ଭିଡିଓ କରି ସରକାରଙ୍କ ନିକଟରେ ଗୁହାରୀ କରିଛନ୍ତି। ସେମାନଙ୍କ ସହିତ ବଲାଙ୍ଗୀର ଓ ନୂଆପଡାର ଅନେକ ଦାଦନ ଶ୍ରମିକମାନେ ମଧ୍ୟ ରହିଥିବା ସୂଚନା ମିଳିଛି।