ନୂଆଦିଲ୍ଲୀ,୨୭/୧୨; ଅଶାନ୍ତ ବାଂଲାଦେଶରେ ଦୀପୁ ଚନ୍ଦ୍ର ଦାସ ଏବଂ ଅମୃତ ମଣ୍ଡଳଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଏହାକୁ ନେଇ ବାଂଲାଦେଶରେ ରହୁଥିବା ହିନ୍ଦୁ ସମୁଦାୟଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ସମସ୍ତେ ସ୍ତବ୍ଧ ହୋଇଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ହିଂସା ଜାରି ରହିଛି । ସେମାନେ ଇସଲାମିକ ଭିଡ ହିଂସାର ଛାୟା ତଳେ ରହିଛନ୍ତି । ଭାରତକୁ ସାହାଯ୍ୟ ମାଗିବା ବ୍ୟତୀୟ ସେମାନଙ୍କ ପାଖରେ ଅ୍ୟନ କୌଣସି ବିକଳ୍ପ ନାହିଁ । ଏହି ଭୟ ଏବେ ଆହୁରି ବଢିଛି ଯେବେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ନେତା ତାରିକ ରହମାନ ଫେରିଛନ୍ତି । ରହମାନଙ୍କ ସମର୍ଥନରେ ରାଜନୈତିକ ଅସ୍ଥିରତା ସଂଖ୍ୟାଲଘୁଙ୍କ ଭୟ ଆହୁରି ବଢାଇ ଦେଇଛି । ତାରିକ ରହମାନ ତାଙ୍କର ମୌଳବାଦୀ ଦୃଷ୍ଟିକୋଣ ପାଇଁ ଜଣାଶୁଣା । ହିନ୍ଦୁ ସମ୍ପ୍ରଦାୟ ତାଙ୍କୁ ବିପଦ ଭାବରେ ଦେଖନ୍ତି ।

ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ରଙ୍ଗପୁର, ଢାକା, ଚିଟାଗଙ୍ଗ ଏବଂ ମୈମନସିଂହରେ ରହୁଥିବା ହିନ୍ଦୁମାନଙ୍କ ମଧ୍ୟରେ ଭୟ ଆତଙ୍କ ଖେଳିଯାଇଛି । ରଙ୍ଗପୁରରେ ଜଣେ ୫୨ ବର୍ଷୀୟ ହିନ୍ଦୁ ବାସିନ୍ଦା କହିଛନ୍ତି, ଆମେ ଆମ ଧର୍ମ ପାଇଁ ପ୍ରତିଦିନ ଅପମାନର ସମ୍ମୁଖୀନ ହେଉଛୁ, କିନ୍ତୁ ପ୍ରତିବାଦ କରିପାରୁନୁାହୁଁ । ରାସ୍ତାରେ ଆମେ ଯେଉଁ ଅପମାନ ପାଉଛି ତାହା ଯେକୌଣସି ସମୟରେ ଭିଡ଼ ହିସାଂରେ ପରିଣତ ହୋଇପାରେ । ଆମେ ଭୟ କରୁଛୁ ଯେ ଦୀପୁ କିମ୍ବା ଅମୃତଙ୍କ ପରି ସମାନ ଅବସ୍ଥା ଭୋଗିବାକୁ ପଡିପାରେ । ଆମେ ଫସି ରହିଛୁ ଯିବାକୁ କୌଣସି ବାଟ ନାହିଁ । ସବୁଠୁ ବଡ଼ ଭୟ ହେଉଛି ବିଏନପି କ୍ଷମତାକୁ ଆସିବାର ସମ୍ଭାବନା ରହିଛି । କାରଣ ଏହି ଦଳକୁ ସଂଖ୍ୟାଲଘୁଙ୍କ ପ୍ରତି ଶତ୍ରୁ ବୋଲି ବିବେଚନା କରାଯାଏ । ଆମେ ଭାରତ ଯିବାକୁ ଚାହୁଁଛୁ କିନ୍ତୁ ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଅଛି ।'' ସେହିପରି ଢାକାରେ ଜଣେ ହିନ୍ଦୁ ବାସିନ୍ଦା କହିଛନ୍ତି,'' ଦୀପୁ ଦାସଙ୍କ ଲିଞ୍ଚିଂ ଆମକୁ ପୂର୍ବରୁ ଭୟଭୀତ କରିଥିଲା । ଏବେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ଚିନ୍ତାକୁ ଆହୁରି ବଢାଇ ଦେଇଛି । ଯଦି ବିଏନପି କ୍ଷମତାକୁ ଆସେ ତେବେ ଆମ ପରିସ୍ଥିତି ଆହୁରି ଖରାପ ହୋଇପାରେ । ଶେଖ୍ ହସିନା ଆୱାମୀ ଲିଗ୍ ଆମର ଏକମାତ୍ର ଢାଲ ଥିଲା ।''

ଭାରତରେ ରହୁଥିବା ଶରଣାର୍ଥୀ ଚିନ୍ତାରେ... ବାଂଲାଦେଶୀ ହିନ୍ଦୁମାନଙ୍କ ଦୁଃଖ ଭାରତର ମହାରାଷ୍ଟ୍ର ଏବଂ ଛତିଶଗଡ ଯାଏ ଅନୁଭୂତ ହୋଇଛି । ପୂର୍ବ ପାକିସ୍ତାନ (ବର୍ତ୍ତମାନ ବାଂଲାଦେଶ)ରୁ ଆସିଥିବା ହିନ୍ଦୁ ଶରଣାର୍ଥୀମାନେ ମହାରାଷ୍ଟ୍ରର ଗଡରିରୋଲି ଏବଂ ଚନ୍ଦ୍ରପୁର, ଛତିଶଗଡ଼କ ପାଖାଞ୍ଜୁର ଭଳି ଅଞ୍ଚଳରେ ବସତି ସ୍ଥାପନ କରିଛନ୍ତି । ନିଖିଳ ବଙ୍ଗଳା ସମନ୍ୱୟ କମିଟିର ସଭାପତି ଡାକ୍ତର ସୁବୋଧ ବିଶ୍ୱାସ କହିଛନ୍ତି, ହିନ୍ଦୁ ସଂଗଠନଗୁଡ଼ିକୁ ଏବେ କେବଳ ଭାଷଣବାଜି ନୁହେଁ, ଠୋସ୍ ପଦକ୍ଷେପ ନେବାକୁ ପଡିବ ବୋଲି କହିଛନ୍ତି । ଏହି ସଙ୍କଟ ସମୟରେ ବାଂଲାଦେଶୀ ହିନ୍ଦୁମାନେ କେବଳ ଭାରତ ଉପରେ ଭରସା କରିପାରିବେ । ଲୋକଙ୍କୁ ହତ୍ୟା କରାଯାଉଛି କିନ୍ତୁ ସୀମା ବନ୍ଦ ରହିଛି । ଆମେ ସୀମାରେ ପ୍ରତିବାଦ ଯୋଜନା କରୁଛୁ ।''

​​​​​​​୨ କୋଟି ୫୦ ଲକ୍ଷରୁ ଅଧିକ ହିନ୍ଦୁ...ସନାତନ ଜାଗରଣ ମଞ୍ଚର ଜଣେ କର୍ମୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ବାଂଲାଦେଶରେ ପ୍ରାୟ ୨ କୋଟି ୫୦ ଲକ୍ଷ ହିନ୍ଦୁ ବାସ କରନ୍ତି । ଏହା ଏକ ଛୋଟ ଜନସଂଖ୍ୟା ନୁହେଁ । ଭାରତରେ ହିନ୍ଦୁ ସଂଗଠନଗୁଡିକ କେବଳ ଔପଚାରିକତା ପାଳନ କରୁଛନ୍ତି । ଆମେ ଏକ ସମ୍ଭାବ୍ୟ ନରସଂହାର ଆଡକୁ ଯାଉଛୁ ।'' ମୈମନସିଂହର ଜଣେ ହିନ୍ଦୁ ବାସିନ୍ଦା କହିଛନ୍ତି ଯେ ସୀମା ଖୋଲିବା ଅର୍ଥ  ଗଣ ପ୍ରବାସ ନୁହେଁ, ବରଂ ହିଂସାରୁ ରକ୍ଷା ପାଇଭା ପାଇଁ ଏକ ବିକଳ୍ପ ପ୍ରଦାନ କରିବା ଉଚିତ୍ । ଯଦି ଭାରତ ସୀମା ଖୋଲିଦିଏ, ତେବେ ଆମେ ଅତି କମରେ ଆତ୍ମବିଶ୍ୱାସ ପାଇବୁ ଯେ ଜୀବନ ବଞ୍ଚାଇବାର ଏକ ଉପାୟ ଅଛି ।''