ପ୍ରମୁଖ ଖବର
  • ବିଜେପି ଛାଡିଲେ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ

ପଦ୍ମପୁର, ୧୭/୯ : ବରଗଡ଼ ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ଆରକ୍ଷୀ ଅଧିକ୍ଷକ ସୁବର୍ଣ୍ଣ ନାଏକଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଅବକାରୀ ନିରୀକ୍ଷକ ସଂକ୍ରାଜିତ ଦାଶ, ଭାରପ୍ରାପ୍ତ ଅଧିକାରୀ ଏଚ.ଜଗାରାଓ ଓ ସହକର୍ମୀ ବିଭିନ୍ନ ସ୍ଥାନରେ ବେଆଇନ ମଦ ଉପରେ ଚଢାଉ କରିଥିଲେ।

ଡଙ୍ଗାଛଚା ଗ୍ରାମର ପ୍ରଦୀପ ଅଗ୍ରୱାଲଙ୍କ ଘରେ ଚଢାଉ କରି ୪୫ବୋତଲ ବିଦେଶୀ ମଦ, ୨୮ଟି କିଙ୍ଗଫିସର ବିଅର, ୨୬୭ ବୋତଲ ମୃତ୍ୟୁ ସଞ୍ଜିବନୀ ସୁରା ଓ ଏଥିପାଇଁ ବ୍ୟବହୃତ ବଡ଼ ଫ୍ରିଜରକୁ ଜବତ କରିଛନ୍ତି । ଏବେ ଅଞ୍ଚଳରେ ଏପରି ଚୋରା ବେପାରୀ ବଢ଼ିବାରେ ଲାଗିଛନ୍ତି ଯାହା ଅବକାରୀ ବିଭାଗର ଚିନ୍ତା ବଢାଇଛି ଏବଂ ଅବକାରୀ ବିଭାଗ ଧରପକଡ଼ ଜୋରଦାର ଚଳାଇଛି ।

ଏପରି ଚୋରା ବେପାର ମଦ ମୃତ୍ୟୁର କାରଣ ହୋଇପାରେ । କାରଣ ମୁଖ୍ୟତ ଅପମିଶ୍ରିତ ମଦର ବେପାର କରି ଏହିପରି ବେପାରୀ ମାଲେମାଲ ହେଉଛନ୍ତି ଏବଂ ଲୋକଙ୍କ ଜୀବନ ବିପଦରେ ପକାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.