ନୂଆଦିଲ୍ଲୀ,୯।୧୧: ବରିଷ୍ଠ କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ଝଟକା। ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ପ୍ରଶଂସାରେ ଦେଇଥିବା ଥରୁଣ ଦେଇଥିବା ଟିପ୍ପଣୀଠାରୁ ନିଜକୁ ଅଲଗା କରିଛି କଂଗ୍ରେସ। ରବିବାର ଦଳ ପକ୍ଷରୁ କୁହାଯାଇଛି ଶଶି ଥରୁର ନିଜ କଥା ନିଜେ କୁହନ୍ତି। କଂଗ୍ରେସ କାର୍ଯ୍ୟସମିତ ସଦସ୍ୟ ଭାବରେ ତାଙ୍କର ଏଭଳି କରିବା ଦଳର ଲୋକତାନ୍ତ୍ରିକ ଓ ଉଦାର ଭାବନାକୁ ଦର୍ଶାଉଛି। ବିରୋଧି ଦଳର ଏଭଳି ଟିପ୍ପଣୀ ଏହି ସମୟରେ ଆସିଛି ଯେତେବେଳେ ଆଡଭାନୀଙ୍କ ଜନ୍ମଦିନ ଅବସରରେ ଥରୁର ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ପ୍ରଶଂସା କରିଥିଲେ।
ଶନିବାର ଥରୁର ଆଡଭାନୀଙ୍କୁ ଜନ୍ମଦିନ ଶୁଭ ଜଣାଇଥିଲେ। ଏକ୍ସରେ ପୋଷ୍ଟ କରି କହିଥିଲେ, ଆଦରଣୀୟ ଲାଲକୃଷ୍ଣ ଆଡଭାନୀଙ୍କୁ ୯୮ ତମ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ଜନସେବା ପ୍ରତି ତାଙ୍କର ଅତୁଟ ପ୍ରତିଶୃତିବଦ୍ଧତା ରହିଛି। ତାଙ୍କର ବିନମ୍ରତା ଓ ଶାଳୀନତ ଏବଂ ଆଧୁନିକ ଭାରତର ଦିଗ ଗଠନ କରିବାରେ ଖୁବ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।’ ସେ ଆଡଭାନୀଙ୍କୁ ସଚ୍ଚା ରାଜନେତା ବୋଲି କହିଥିଲେ। ଯାହାଙ୍କ ସେବା ଜୀବନ ଅନୁକରଣୀୟ ରହିଛି।
ଏହା ସହ ଥରୁର କହିଥିଲେ ଜବାହାର ଲାଲ ନେହରୁଙ୍କ କ୍ୟାରିୟରର ସମଗ୍ରତାର ଆକଳନ ଚୀନ୍ର ବିଫଳତା ଓ ଇନ୍ଦିରା ଗାନ୍ଧୀଙ୍କ କ୍ୟାରିୟରର ଆକଳନ କେବଳ ଜରୁରୀକାଳୀନରୁ କରିହେବନି। ଆମକୁ ଆଡଭାନୀଙ୍କ ପ୍ରତି ସେଭଳି ଶିଷ୍ଟାଚାର ଦେଖାଇବା ଦରକାର। କଂଗ୍ରେସ ମିଡିଆ ଏବଂ ପ୍ରଚାର ବିଭାଗ ମୁଖ୍ୟ ପବନ ଖେଡା କରିଛନ୍ତି, ସବୁଥର ଭଳି ଡକ୍ଟର ଶଶି ଥରୁର ନିଜର କଥା କହିଛନ୍ତି। କଂଗ୍ରେସ ତାଙ୍କର ବୟାନଠାରୁ ନିଜକୁ ସମ୍ପୂର୍ଣ୍ଣ ଭାବରେ ଅଲଗା କରୁଛି।ଖେଡା କହିଛନ୍ତି, କଂଗ୍ରେସ ସାଂସଦ ଓ କଂଗ୍ରେସ କାର୍ଯ୍ୟକମିଟିର ସଦସ୍ୟ ରୂପରେ ତାଙ୍କର ଏଭଳି କରିବା କଂଗ୍ରେସର ଲୋକତାନ୍ତ୍ରିକ ଓ ଉଦାରବାଦୀ ଭାବନାକୁ ଦର୍ଶାଉଛି।