ଭଦ୍ରକ, ୧୯।୧୦ : ଓପିଏସସି ରେଜଲ୍ଟ ପ୍ରକାଶ ପାଇଛି । ଏଥିରେ ୮୮୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଲୁଙ୍ଗା ପଞ୍ଚାୟତ ଉରୁଣିଆ ଗ୍ରାମର ଶ୍ଵେତାଶ୍ରୀ ମହାପାତ୍ର ଏଥିରେ ଟପ୍ପର ହୋଇଛନ୍ତି। ଶ୍ରୋତା ସମ୍ପ୍ରତି ଦୁର୍ଗାପୁର ଆଇଆଇଟିରେ ବି-ଟେକ ଏବଂ ଏମ-ଟେକ କରିଥିଲେ। ସେଠାରେ ସେ ଚାକିରୀ କରିଥିଲେ। ପରେ ଚାକିରୀ ଛାଡି ଓଏଏସ ପାଇଁ ପ୍ରସ୍ତୁତ ହୋଇ ପରୀକ୍ଷା ଦେଇଥିଲେ।
ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଲୁଙ୍ଗା ପଞ୍ଚାୟତ ଉରୁଣିଆ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ମୁକ୍ତିକାନ୍ତ ମହାପାତ୍ରଙ୍କ ଝିଅ ହେଉଛନ୍ତି ଶ୍ଵେତାଶ୍ରୀ ମହାପାତ୍ର । ଶ୍ଵେତାଶ୍ରୀଙ୍କ ପରିବାର ସମ୍ପ୍ରତି ଭଦ୍ରକ ସହର ସ୍ଥିତ ଅପର୍ତିବିନ୍ଧା ନ୍ୟୁ କଲୋନୀରେ ବସବାସ କରୁଛନ୍ତି। ଶ୍ଵେତାଶ୍ରୀଙ୍କ ବାପା ହାଇସ୍କୁଲରୁ ଅବସର ନେଇଥିବା ବେଳେ ତାଙ୍କ ମାଆ ଫେଜ଼ର ଗାର୍ଲସା ସ୍କୁଲରେ ପ୍ରଧାନଶିକ୍ଷୟତ୍ରୀ ରହିଛନ୍ତି।
ଆଜି ଓପିଏସସି ରେଜଲ୍ଟ ପରେ ଶ୍ଵେତାଶ୍ରୀଙ୍କ ବାପାଙ୍କ ସହିତ କଲୋନୀ ବାସିନ୍ଦା ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ଶ୍ଵେତାଶ୍ରୀ ଜଣେ ମେଧାବୀ ଛାତ୍ରୀ ଥିଲେ। ସେ ସବୁ ଶ୍ରେଣୀରେ ନିଜର କୃତିତ୍ୱ ଦେଖାଉଥିଲେ। ଶ୍ଵେତାଶ୍ରୀଙ୍କ ବଡ଼ ଭଉଣୀ ଜଣେ ଚକ୍ଷୁ ସ୍ପେଶାଲିଷ୍ଟ । ତାଙ୍କ ଭାଇ ଆଇଆଇଟି ଇଂଜିନିୟରିଂ କରି ଚାକିରୀ କରିଛନ୍ତି । ଶ୍ଵେତାଶ୍ରୀ ପାଠ ପଢାରେ ବହୁ ପରିଶ୍ରମ କରନ୍ତି ବୋଲି ତାଙ୍କ ବାପା କହିଛନ୍ତି ।